ବନ୍ଦ ଘରୁ ମିଳିଲା ସାହିତ୍ୟ ଏକାଡେମୀ ପ୍ରାପ୍ତ ଲେଖକଙ୍କ ଶବ

ବେଙ୍ଗାଲୁରୁ: ଶନିବାର ଏକ ବନ୍ଦ ଘରୁ ସାହିତ୍ୟ ଏକାଡେମୀ ପ୍ରାପ୍ତ ଲେଖକ ଜି ନନ୍‌ଜୁଦନ୍‌ଙ୍କ ଶବ ମିଳିଛି। ପୁଲିସ୍‌ କହିଛି ତାଙ୍କ ମୃତ ଶରୀର ପଚିଯାଇଥିବା ଅବସ୍ଥାରେ ମିଳିଛି। ନନ୍‌ଜୁଦନ୍‌ ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟରତ। ସେ ଏକାକୀ ରହିଆସୁଥିଲେ। ମିଳିଥିବା ସୂଚନା ଅନୁଯାୟୀ ସେ ଗତ ୪ ଦିନ ହେଲା ବିଶ୍ୱବିଦ୍ୟାଳୟ ଆସୁନଥିଲେ। ଏହାପରେ ତାଙ୍କ ସହକର୍ମୀମାନେ ସନ୍ଦେହ କରିଥିଲେ। ଏପରିକି ବାରମ୍ବାର ବେଲ୍‌ ବଜାଇବା ପରେ ସେ କବାଟ ନ ଖୋଲିବାରୁ ତାଙ୍କ […]

Crime

Subrat Kumar Nayak
  • Published: Sunday, 22 December 2019
  • , Updated: 22 December 2019, 10:55 PM IST

ବେଙ୍ଗାଲୁରୁ: ଶନିବାର ଏକ ବନ୍ଦ ଘରୁ ସାହିତ୍ୟ ଏକାଡେମୀ ପ୍ରାପ୍ତ ଲେଖକ ଜି ନନ୍‌ଜୁଦନ୍‌ଙ୍କ ଶବ ମିଳିଛି। ପୁଲିସ୍‌ କହିଛି ତାଙ୍କ ମୃତ ଶରୀର ପଚିଯାଇଥିବା ଅବସ୍ଥାରେ ମିଳିଛି।

ନନ୍‌ଜୁଦନ୍‌ ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟରତ। ସେ ଏକାକୀ ରହିଆସୁଥିଲେ। ମିଳିଥିବା ସୂଚନା ଅନୁଯାୟୀ ସେ ଗତ ୪ ଦିନ ହେଲା ବିଶ୍ୱବିଦ୍ୟାଳୟ ଆସୁନଥିଲେ। ଏହାପରେ ତାଙ୍କ ସହକର୍ମୀମାନେ ସନ୍ଦେହ କରିଥିଲେ। ଏପରିକି ବାରମ୍ବାର ବେଲ୍‌ ବଜାଇବା ପରେ ସେ କବାଟ ନ ଖୋଲିବାରୁ ତାଙ୍କ ପତ୍ନୀଙ୍କୁ ଏହି ବିଷୟରେ ଜଣାଇଥିଲେ।

ଶନିବାର ତାଙ୍କ ପତ୍ନୀ ବେଙ୍ଗାଲୁରୁ ପହଞ୍ଚିବର ପରେ କବାଟ ଖୋଲା ଯିବାରୁ ନନ୍‌ଜୁଦନ୍‌ଙ୍କ ମୃତ ଶରୀର ମିଳିଥିଲା। ପୁଲିସ୍‌ କହିଛି ପୋଷ୍ଟମର୍ଟମ୍‌ ପାଇଁ ଅପେକ୍ଷା କରାଯାଇଛି ଏବଂ ଏହାପରେ ତଦନ୍ତ ହେବ।

Related story