ଟିଡିପିରେ ମିଶିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସାଇ ପ୍ରତାପ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବିଭାଜନକୁ ବିରୋଧ କରି ୨୦୧୪ରେ କଂଗ୍ରେସ ଛାଡ଼ି ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏ ସାଇ ପ୍ରତାପ ଆଜି ତେଲୁଗୁ ଦେଶମ ପାର୍ଟି (ଟିଡିପି)ରେ ଯୋଗ ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁ ତାଙ୍କୁ ଆନୁଷ୍ଠାନିକ ଭାବେ ଦଳର ସଦସ୍ୟ ଭାବେ ଗ୍ରହଣ କରିଛନ୍ତି। ଜଣେ କଂଗ୍ରେସ ନେତା ଭାବେ ସାଇ ପ୍ରତାପ ଲୋକସଭାକୁ ୬ ଥର ନିର୍ବାଚିତ ହୋଇଥିଲେ। ସେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ୱାଇ.ଏସ୍ ରାଜଶେଖର […]

pratap

Rakesh Mallick
  • Published: Thursday, 24 March 2016
  • , Updated: 24 March 2016, 06:10 AM IST

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବିଭାଜନକୁ ବିରୋଧ କରି ୨୦୧୪ରେ କଂଗ୍ରେସ ଛାଡ଼ି ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏ ସାଇ ପ୍ରତାପ ଆଜି ତେଲୁଗୁ ଦେଶମ ପାର୍ଟି (ଟିଡିପି)ରେ ଯୋଗ ଦେଇଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁ ତାଙ୍କୁ ଆନୁଷ୍ଠାନିକ ଭାବେ ଦଳର ସଦସ୍ୟ ଭାବେ ଗ୍ରହଣ କରିଛନ୍ତି।

ଜଣେ କଂଗ୍ରେସ ନେତା ଭାବେ ସାଇ ପ୍ରତାପ ଲୋକସଭାକୁ ୬ ଥର ନିର୍ବାଚିତ ହୋଇଥିଲେ। ସେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ୱାଇ.ଏସ୍ ରାଜଶେଖର ରେଡ୍ଡୀଙ୍କର ଘନିଷ୍ଠ ବନ୍ଧୁ ଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁପିଏ-୨ ସରକାରରେ ସାଇ ପ୍ରତାପ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଥିଲେ।

୨୦୧୪ରେ କଂଗ୍ରେସ ଛାଡ଼ିବା ପରେ ସେ ରାଜନୀତିରୁ ଦୂରେଇ ରହିଥିଲେ।

Related story