ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ, କରଣ ଜୋହରଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ୍

ମୁଜାଫରନଗର: ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରୁଛି। ଏହାରି ଭିତରେ ବଲିଉଡର ଆଠ ଜଣ ତାରକାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ। ଏହି ଆଠ ଜଣ ହେଲେ ସଲମାନ ଖାନ, କରଣ ଜୋହର, ଆଦିତ୍ୟ ଚୋପ୍ରା, ସାଜିଦ ନାଦିଆୱାଲା, ସଞ୍ଜୟ ଲୀଲା ବନସାଲୀ, ଏକତା କପୁର , ଭୂଷଣ କୁମାର ଏବଂ ଦୀନେଶ ବିଜୟ। ଅକ୍ଟୋବର ସାତରେ ହାଜର ହେବା ପାଇଁ ବିହାରର ମୁଜାଫରନଗର ଜିଲ୍ଲା କୋର୍ଟ ସମନ୍ […]

sushant-singh-rajput-karan-johar-salman-khan

Subhransu Sekhar
  • Published: Friday, 18 September 2020
  • , Updated: 18 September 2020, 04:43 PM IST

ମୁଜାଫରନଗର: ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରୁଛି। ଏହାରି ଭିତରେ ବଲିଉଡର ଆଠ ଜଣ ତାରକାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ। ଏହି ଆଠ ଜଣ ହେଲେ ସଲମାନ ଖାନ, କରଣ ଜୋହର, ଆଦିତ୍ୟ ଚୋପ୍ରା, ସାଜିଦ ନାଦିଆୱାଲା, ସଞ୍ଜୟ ଲୀଲା ବନସାଲୀ, ଏକତା କପୁର , ଭୂଷଣ କୁମାର ଏବଂ ଦୀନେଶ ବିଜୟ। ଅକ୍ଟୋବର ସାତରେ ହାଜର ହେବା ପାଇଁ ବିହାରର ମୁଜାଫରନଗର ଜିଲ୍ଲା କୋର୍ଟ ସମନ୍ କରିଛନ୍ତି। ପ୍ରତ୍ୟକ୍ଷ ଭାବରେ ହାଜର ନହୋଇପାରିଲେ ଓକିଲଙ୍କ ଜରିଆରେ ହାଜର ହେବାକୁ କହିଛନ୍ତି।

ଏହି ସିନେ ତାରକାଙ୍କ ବିରୋଧରେ ଆଡଭୋକେଟ୍ ସୁଧୀର ଓଝା ଅଭିଯୋଗ କରିଥିଲେ। ନେପୋଟିଜିମ୍ ପାଇଁ ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁ ହୋଇଛି ବୋଲି ସେ କୋର୍ଟରେ ଅଭିଯୋଗ କରିଛନ୍ତି। ମୃତ୍ୟୁ ପାଇଁ ଏହି ଆଠ ସିନେ ତାରକାଙ୍କୁ ଦାୟୀ କରିଛନ୍ତି ସୁଧୀର।

ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରୁଛି। ମୃତ୍ୟୁ ମାମଲାରେ ଡ୍ରଗ୍ସ୍ ଲିଙ୍କ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତଦନ୍ତ କରୁଛି। ଡ୍ରଗ୍ସ ଲିଙ୍କରେ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ସହଯୋଗୀ ଆଦି ଗରଫ ହୋଇଛନ୍ତି।

Related story