ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲା: କୋର୍ଟରେ ବୟାନ ବଦଳାଇଲେ ସଲମାନ୍

ଯୋଧପୁର: ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଗୁରୁବାର ଯୋଧାପୁରର ଏକ କୋର୍ଟରେ ହାଜର ହୋଇଥିବା ବେଳେ ନିଜର ପୂର୍ବ ବୟାନ ବଦଳାଇଥିଲେ। ସେ କହିଥିଲେ,“ପୋଲିସ୍‌ ଚାପରେ ଆସି କଳା ହରିଣ ଶିକାରରେ ବ୍ୟବହୃତ ଅସ୍ତ୍ର ମୋର ବୋଲି କହିଥିଲି।” ଏହା ସହିତ ସଲମାନ ନିଜକୁ ପୁଣି ନିର୍ଦ୍ଦୋଷ ବୋଲି କହିଥିଲେ ଏବଂ ତାଙ୍କୁ ତାଙ୍କୁ ଖରାପ ଢଙ୍ଗରେ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ। ସେ କହିଥିଲେ,“ଦସ୍ତଖତ ମୋର ଥିଲା, କିନ୍ତୁ ପୋଲିସ୍‌ର […]

salaman

Rakesh Mallick
  • Published: Thursday, 10 March 2016
  • , Updated: 10 March 2016, 09:32 AM IST

ଯୋଧପୁର: ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଗୁରୁବାର ଯୋଧାପୁରର ଏକ କୋର୍ଟରେ ହାଜର ହୋଇଥିବା ବେଳେ ନିଜର ପୂର୍ବ ବୟାନ ବଦଳାଇଥିଲେ।

ସେ କହିଥିଲେ,“ପୋଲିସ୍‌ ଚାପରେ ଆସି କଳା ହରିଣ ଶିକାରରେ ବ୍ୟବହୃତ ଅସ୍ତ୍ର ମୋର ବୋଲି କହିଥିଲି।”

ଏହା ସହିତ ସଲମାନ ନିଜକୁ ପୁଣି ନିର୍ଦ୍ଦୋଷ ବୋଲି କହିଥିଲେ ଏବଂ ତାଙ୍କୁ ତାଙ୍କୁ ଖରାପ ଢଙ୍ଗରେ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ।

ସେ କହିଥିଲେ,“ଦସ୍ତଖତ ମୋର ଥିଲା, କିନ୍ତୁ ପୋଲିସ୍‌ର ଚାପରେ ଆସି ଦସ୍ତଖତ କରିଥିଲି। କଳା ହରିଣ ଶିକାର ମାମଲାରେ ବ୍ୟବହୃତ ହତିଆର ମୋର ନୁହେଁ।”

ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍ ୪ ତାରିଖରେ ହେବ।

ଆଜି ଏହି ଶୁଶାଣି ସମୟରେ କୋର୍ଟ ସଲମାନଙ୍କ ମା’ ଓ ବାପାଙ୍କ ନାଁ ପଚାରିବା ସହ ସେମାନଙ୍କ ଧର୍ମ ଓ ରାଷ୍ଟ୍ରୀୟତା ସମ୍ପର୍କରେ ପଚାରିଥିଲେ। ସଲମାନ୍  ନିଜ ଧର୍ମ ଓ ରାଷ୍ଟ୍ରୀୟତା ଭାରତୀୟ ବୋଲି କହିଥିଲେ।

ଏହି ମାମଲାରେ ପ୍ରମାଣ ଉପସ୍ଥାପନ କରିବାକୁ ସଲମାନ୍‌ଙ୍କ ଓକିଲ କୋର୍ଟଙ୍କୁ ଅଧିକ ସମୟ ମାଗିଛନ୍ତି। କୋର୍ଟ ଏହାକୁ ଦୃଷ୍ଟିରେ ରଖି ଶୁଣାଣି ତାରିଖ ଆଗକୁ ବଢ଼ାଇ ଦେଇଛନ୍ତି।

ସଲମାନ୍ ପ୍ରାୟ ୧୨ ମିନିଟ୍ କୋର୍ଟରେ ଉପସ୍ଥିତ ରହିଥିଲେ। ତାଙ୍କ ସହ ଭଉଣୀ ଅଲବୀରା ମଧ୍ୟ ଉପସ୍ଥିତ ରହିଥିଲେ।

ସଲମାନଙ୍କ ବିରୋଧରେ ବେଆଇନ୍ ଭାବେ ଅସ୍ତ୍ରଶସ୍ତ୍ର ରଖିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁରେ ଆର୍ମ୍ସ ଆକ୍ଟରେ ମାମଲା ଦାଏର ହୋଇଛି।

Related story