ସାଭରକର ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଲେ ସଞ୍ଜୟ ରାଉତ

ମୁମ୍ୱାଇ: ଇନ୍ଦିରା-କରିମ ମନ୍ତବ୍ୟ ନେଇ ବିବାଦ ଘେରକୁ ଆସିଥିବା ଶିବସେନାର ରାଜ୍ୟସଭା ସାଂସଦ ପୁଣି ଥରେ ସାଭରକର ବିରୋଧୀ କଂଗ୍ରେସକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସାଭରକର ଜେଲ୍ ଯାଇଥିଲେ। ଜେଲରେ ଥିବା ସମୟରେ ତାଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା। ଯେଉଁମାନେ ସାଭରକରଙ୍କୁ ବିରୋଧ କରୁଛନ୍ତି ସେମାନେ ଆଣ୍ଡାମାନ ନିକୋବର ଜେଲରେ 2 ଦିନ ରହିବା ଦରକାର ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ମେଣ୍ଟ (ଶିବସେନା-ଏନସିପି-କଂଗ୍ରେସ) ସରକାର ଚାଲିଛି। ନିର୍ବାଚନ […]

sanjay_raut_shiv_sena

Subhransu Sekhar
  • Published: Saturday, 18 January 2020
  • , Updated: 18 January 2020, 02:06 PM IST

ମୁମ୍ୱାଇ: ଇନ୍ଦିରା-କରିମ ମନ୍ତବ୍ୟ ନେଇ ବିବାଦ ଘେରକୁ ଆସିଥିବା ଶିବସେନାର ରାଜ୍ୟସଭା ସାଂସଦ ପୁଣି ଥରେ ସାଭରକର ବିରୋଧୀ କଂଗ୍ରେସକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସାଭରକର ଜେଲ୍ ଯାଇଥିଲେ। ଜେଲରେ ଥିବା ସମୟରେ ତାଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା। ଯେଉଁମାନେ ସାଭରକରଙ୍କୁ ବିରୋଧ କରୁଛନ୍ତି ସେମାନେ ଆଣ୍ଡାମାନ ନିକୋବର ଜେଲରେ 2 ଦିନ ରହିବା ଦରକାର ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ମେଣ୍ଟ (ଶିବସେନା-ଏନସିପି-କଂଗ୍ରେସ) ସରକାର ଚାଲିଛି। ନିର୍ବାଚନ ବେଳେ ଏହି ତିନି ଦଳ ମେଣ୍ଟ କରିନଥିଲେ। ସେତେବେଳେ ବିଜେପି ସହ ଶିବସେନା ମିଶି ନିର୍ବାଚନୀ ଘୋଷଣା ପତ୍ର ଜାରି କରିଥିଲା। ଯେଉଁଥିରେ ସାଭରକରଙ୍କୁ ଭାରତ ରତ୍ନ ଦେବା ପାଇଁ ଦାବି କରିଥିଲେ ଦୁଇ ଦଳ। ମରାଠୀଙ୍କର ପରିଚୟ ସାଭରକର ବୋଲି ଶିବସେନା ସେତେବେଳେ କହିଥିଲା। କଂଗ୍ରେସ କିନ୍ତୁ  ସାଭରକରଙ୍କୁ କଡ଼ା ବିରୋଧ କରୁଛି। ହେଲେ ନିର୍ବାଚନ ପରେ ସେହି କଂଗ୍ରେସ ସହ ମିଶି ଶିବସେନା ସରକାର ଗଢ଼ିଛି। ଇନ୍ଦିରା ଗାନ୍ଧି ଏବଂ କରିମଙ୍କୁ ନେଇ ସଞ୍ଜୟ ନିକଟରେ ମନ୍ତବ୍ୟ ରଖିଥିଲେ। ଏହାକୁ ନେଇ କଂଗ୍ରେସ ଆପତ୍ତି ଉଠାଇବା ପରେ ଗତକାଲି ନିଜ ମନ୍ତବ୍ୟରୁ ସଞ୍ଜୟ ରାଉତ ଓହରିଯାଇଥିଲେ। ଏହାପରେ ଆଜି ସଞ୍ଜୟ ସିଂହ କଂଗ୍ରେସ ନେତାଙ୍କୁ ପରୋକ୍ଷରେ ଜେଲ୍ ଯିବାକୁ ଆହ୍ୱାନ କରିଛନ୍ତି।

Related story