ସଂସଦରେ ଉପସ୍ଥାପନ ହେଲା ୨୦୧୫-୨୦୧୬ ଅର୍ଥନୈତିକ ସର୍ଭେ ରିପୋର୍ଟ 

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶୁକ୍ରବାର ସଂସଦରେ ୨୦୧୫-୨୦୧୬ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ୨୦୧୬ -୧୭ରେ ଜିଡିପି ଅଭିବୃଦ୍ଧି ୭ରୁ ୭.୭୫ ପ୍ରତିଶତ ଆକଳନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏଥିସହ ବିକାଶ ପ୍ରକ୍ରିୟା ଆଗକୁ ଯେପରି ଜାରି ରହିବ ସେ ନେଇ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଜେଟଲୀ କହିଛନ୍ତି। ବର୍ଷେ ଦୁଇ ବର୍ଷ ମଧ୍ୟରେ ଆର୍ଥିକ ଅଭିବୃଦ୍ଧି ହାର ୮ ପ୍ରତିଶତରୁ ଅଧିକ ହେବ ବୋଲି ଆଶା ରଖିଥିବା ସେ କହିଛନ୍ତି। ୨୦୧୪-୨୦୧୫ […]

arun_jaitley

Rakesh Mallick
  • Published: Friday, 26 February 2016
  • , Updated: 26 February 2016, 12:10 PM IST

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶୁକ୍ରବାର ସଂସଦରେ ୨୦୧୫-୨୦୧୬ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ୨୦୧୬ -୧୭ରେ ଜିଡିପି ଅଭିବୃଦ୍ଧି ୭ରୁ ୭.୭୫ ପ୍ରତିଶତ ଆକଳନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏଥିସହ ବିକାଶ ପ୍ରକ୍ରିୟା ଆଗକୁ ଯେପରି ଜାରି ରହିବ ସେ ନେଇ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଜେଟଲୀ କହିଛନ୍ତି। ବର୍ଷେ ଦୁଇ ବର୍ଷ ମଧ୍ୟରେ ଆର୍ଥିକ ଅଭିବୃଦ୍ଧି ହାର ୮ ପ୍ରତିଶତରୁ ଅଧିକ ହେବ ବୋଲି ଆଶା ରଖିଥିବା ସେ କହିଛନ୍ତି।

୨୦୧୪-୨୦୧୫ ଆଥିକବର୍ଷରେ ୭.୨ ଓ ୨୦୧୫-୧୬ରେ ୭.୬ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିଛି। ଏହିପରି କ୍ରମାଗତ ୭ ପ୍ରତିଶତରୁ ଅଧିକ ଆର୍ଥିକ ଅଭିବୃଦ୍ଧି ଦ୍ୱାରା ସମଗ୍ର ବିଶ୍ୱରେ ଭାରତ ସବୁଠାରୁ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦେଶ ଭାବେ ପରିଚିତ ହେବ ବୋଲି ଜେଟଲୀ କହିଛନ୍ତି। ୨୦୧୯ ସୁଦ୍ଧା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପାଇଁ ୧.୮ ଲକ୍ଷ କୋଟି ଟଙ୍କା ଆବଶ୍ୟକ ଥିବା ଜେଟଲୀ କହିଛନ୍ତି।

Related story