ଦେଶଦ୍ରୋହ ମାମଲାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପୂର୍ବତନ ପ୍ରଫେସର ଜିଲାନୀଙ୍କୁ ଜାମିନ୍

ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଏସ.ଏ.ଆର. ଜିଲାନୀଙ୍କୁ ଶନିବାର ତଳ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜିଲାନୀଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶ-ବିରୋଧୀ ସ୍ଲୋଗାନ୍‌ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସେ ଏହି ଅଭିଯୋଗରେ ଗିରଫ ହୋଇ ଏକ ମାସରୁ ଅଧିକ୍ ଦିନ ତିହାର ଜେଲ୍‌ରେ ରହିଥିଲେ। ଆଜି ସନ୍ଧ୍ୟାରେ ସେ ତିହାର ଜେଲରୁ ମୁକ୍ତ ହେବେ। ୫୦,୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜିଲାନିଙ୍କୁ ଅତିରିକ୍ତ ସେସନ ଜଜ୍‌ ଦୀପକ୍ ଗାର୍ଗ ଜାମିନ୍ ପ୍ରଦାନ […]

SAR Geelani gets bail in sedition case

Rakesh Mallick
  • Published: Saturday, 19 March 2016
  • , Updated: 19 March 2016, 11:17 AM IST

ନୂଆଦିଲ୍ଲୀ: ଦେଶଦ୍ରୋହ ମାମଲାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଏସ.ଏ.ଆର. ଜିଲାନୀଙ୍କୁ ଶନିବାର ତଳ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜିଲାନୀଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶ-ବିରୋଧୀ ସ୍ଲୋଗାନ୍‌ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସେ ଏହି ଅଭିଯୋଗରେ ଗିରଫ ହୋଇ ଏକ ମାସରୁ ଅଧିକ୍ ଦିନ ତିହାର ଜେଲ୍‌ରେ ରହିଥିଲେ। ଆଜି ସନ୍ଧ୍ୟାରେ ସେ ତିହାର ଜେଲରୁ ମୁକ୍ତ ହେବେ।

୫୦,୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜିଲାନିଙ୍କୁ ଅତିରିକ୍ତ ସେସନ ଜଜ୍‌ ଦୀପକ୍ ଗାର୍ଗ ଜାମିନ୍ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରେସ କ୍ଲବ୍‌ ଅଫ୍‌ ଇଣ୍ଡିଆରେ ସଂସଦ ଉପରେ ଆକ୍ରମଣକାରୀ ଅଫଜଲ୍‌ ଗୁରୁର ଶ୍ରାଦ୍ଧବାର୍ଷିକୀ ପାଳନ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସେହି କାର୍ଯ୍ୟକ୍ରମରେ ଦେଶ ବିରୋଧୀ ସ୍ଲୋଗାନ ଦିଆଯାଇଥିବା ଅଭିଯୋଗ ଉଠିବା ପରେ ଜିଲାନୀଙ୍କ ଉପରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଏହାକୁ ନେଇ ଦେଶରେ ତୁମ୍ଭିତୋଫାନ ଉଠିଥିଲା।

Related story