ସରକାରୀ ବାବୁଙ୍କ ହାତ କାଟିବାକୁ ଚେତାବନୀ ଦେଲେ ବିଜେପି ବିଧାୟକ

ଭୋପାଳ: ସରକାରୀ କର୍ମଚାରୀମାନଙ୍କ ସଂପର୍କରେ ବିବାଦୀୟ ବୟାନ ଦେଇ ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ବିଜେପି ବିଧାୟକ ଆର୍‌.ଡି ପ୍ରଜାପତି ଏବେ ଚର୍ଚ୍ଚାରେ ରହିଛନ୍ତି। ପ୍ରଜାପତି କହିଛନ୍ତି,“ଯଦି ସରକାରୀ ବାବୁମାନେ ଗାଁଗହଳିର ଗରିବ ଲୋକଙ୍କ ନାମ ବିପିଏଲ୍‌ ତାଲିକାରୁ ବାଦ୍‌ ଦେବେ, ତା’ହେଲେ ସେମାନଙ୍କ ହାତ କାଟି ଦିଆଯିବ। ସରକାରୀ କର୍ମଚାରୀମାନେ କ’ଣ ଅନ୍ଧ? ବିପିଏଲ୍‌ ତାଲିକାରୁ ଗରିବ ଲୋକଙ୍କ ନାମ ହଟାଇବାରେ ଲାଗିଛନ୍ତି।” ଛତରପୁର ଜିଲ୍ଲାର ଲବକୁଶନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଜାପତି ଏହି […]

prajapati

Rakesh Mallick
  • Published: Sunday, 13 March 2016
  • , Updated: 13 March 2016, 09:45 AM IST

ଭୋପାଳ: ସରକାରୀ କର୍ମଚାରୀମାନଙ୍କ ସଂପର୍କରେ ବିବାଦୀୟ ବୟାନ ଦେଇ ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ବିଜେପି ବିଧାୟକ ଆର୍‌.ଡି ପ୍ରଜାପତି ଏବେ ଚର୍ଚ୍ଚାରେ ରହିଛନ୍ତି।

ପ୍ରଜାପତି କହିଛନ୍ତି,“ଯଦି ସରକାରୀ ବାବୁମାନେ ଗାଁଗହଳିର ଗରିବ ଲୋକଙ୍କ ନାମ ବିପିଏଲ୍‌ ତାଲିକାରୁ ବାଦ୍‌ ଦେବେ, ତା’ହେଲେ ସେମାନଙ୍କ ହାତ କାଟି ଦିଆଯିବ। ସରକାରୀ କର୍ମଚାରୀମାନେ କ’ଣ ଅନ୍ଧ? ବିପିଏଲ୍‌ ତାଲିକାରୁ ଗରିବ ଲୋକଙ୍କ ନାମ ହଟାଇବାରେ ଲାଗିଛନ୍ତି।”

ଛତରପୁର ଜିଲ୍ଲାର ଲବକୁଶନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଜାପତି ଏହି ବିବାଦୀୟ ବୟାନ ଦେଇଥିଲେ।

ପରେ ପ୍ରଜାପତି ନିଜ ବୟାନ ଉପରେ ସଫେଇ ଦେଇ କହିଛନ୍ତି,‘‘ଭ୍ରଷ୍ଟାଚାର କରୁଥିବା ଅଧିକାରୀଙ୍କୁ ଚେତାବନୀ ଦେବା ଉଦ୍ଦେଶ୍ୟରେ ମୁଁ ଏହା କହିଥିଲି। ଯଦି ମୁଁ  କୌଣସି ଅନୈତିକ କାମ କରିଥିବି,ତା’ହେଲେ  ଆପଣମାନେ ମଧ୍ୟ ମୋତେ ଜୋତା ମାରି ପାରିବେ।”

ସେହିପରି ପପୁ ଯାଦବ କହିଛନ୍ତି ଯେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ପିଟି ପିଟି ମାରିବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ।

Related story