ସଂସଦର ନିୟମ ମାନି ଚଳିଲେ ଆଲୋଚନା ଅଧିକ ଫଳପ୍ରଦ ହୋଇଥାଏ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦ ଅଧିବେଶନରେ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ଦରକାର। ସଦସ୍ୟମାନେ ସେମାନଙ୍କ ମୂଲ୍ୟବାନ ମତାମତ ରଖିବା ଲାଗି ଏହି ଗୃହ ଉଦ୍ଦିଷ୍ଟ। କିନ୍ତୁ ଆଲୋଚନା ବଦଳରେ ବିଶୃଙ୍ଖଳା ସୃଷ୍ଟି କରାଯାଉଥିବାରୁ ଏହାକୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ବଜେଟ୍ ଅଧିବେଶନରେ ଆଜି ଲୋକସଭାରେ ତାଙ୍କ ଅଭିଭାଷଣ ରଖି ମୋଦି ଏପରି କହିଛନ୍ତି। ମୋଦି ସଂସଦରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ଏକ ବକ୍ତବ୍ୟକୁ ଉପସ୍ଥାପନ କରି କହିଥିଲେ, ସଂସଦର […]

modi-pm

Rakesh Mallick
  • Published: Thursday, 03 March 2016
  • , Updated: 03 March 2016, 11:23 AM IST

ନୂଆଦିଲ୍ଲୀ: ସଂସଦ ଅଧିବେଶନରେ ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ଦରକାର। ସଦସ୍ୟମାନେ ସେମାନଙ୍କ ମୂଲ୍ୟବାନ ମତାମତ ରଖିବା ଲାଗି ଏହି ଗୃହ ଉଦ୍ଦିଷ୍ଟ। କିନ୍ତୁ ଆଲୋଚନା ବଦଳରେ ବିଶୃଙ୍ଖଳା ସୃଷ୍ଟି କରାଯାଉଥିବାରୁ ଏହାକୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ବଜେଟ୍ ଅଧିବେଶନରେ ଆଜି ଲୋକସଭାରେ ତାଙ୍କ ଅଭିଭାଷଣ ରଖି ମୋଦି ଏପରି କହିଛନ୍ତି। ମୋଦି ସଂସଦରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ଏକ ବକ୍ତବ୍ୟକୁ ଉପସ୍ଥାପନ କରି କହିଥିଲେ, ସଂସଦର ନିୟମ ମାନି ଚଳିଲେ ଆଲୋଚନା ଅଧିକ ଫଳପ୍ରଦ ହୋଇଥାଏ। ଆଜି ବିଭିନ୍ନ ପ୍ରସଙ୍ଗ ନେଇ ଗୃହ ଓ ଗୃହ ବାହାରେ  ବିରୋଧୀ କଂଗ୍ରେସ ହଟ୍ଟଗୋଳ କରିଥିଲା। କେନ୍ଦ୍ରମନ୍ତ୍ରୀ ଶଙ୍କର କାଠେରିଆଙ୍କ ମନ୍ତ୍ରବ୍ୟକୁ ବିରୋଧ କରି ଗାନ୍ଧି ପ୍ରତିମୂର୍ତ୍ତି ତଳେ କଂଗ୍ରେସ ସଦସ୍ୟମାନେ ଧାରଣା ଦେଇଥିଲେ।

ସେପଟେ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀଙ୍କୁ ଆଶ୍ୱାସନା ପ୍ରସଙ୍ଗରେ ତାମିଲନାଡୁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସ ଉଭୟ ଗୃହରେ ମୁଲତବି ପ୍ରସ୍ତାବ ଆଗତ କରିଥିଲା। ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଆଜି ଲୋକସଭାରେ ଆଧାର ବିଲ୍ ଉପସ୍ଥାପନ କରିଥିଲେ।

 

 

 

 

Related story