ସିବିଆଇ ମୋ କାର୍ଯ୍ୟାଳୟର କର୍ମଚାରୀଙ୍କୁ ପଚରାଉଚରା ଲାଗି ଫୋନ୍‌ କରି ଡକାଉଛି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ସିବିଆଇକୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ସିବିଆଇ ତାଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଫୋନ୍ କରି ପଚରାଉଚରା ଲାଗି ଡାକୁଛି, ଏଥିପାଇଁ କାହାରିଙ୍କୁ ନୋଟିସ୍‌ ଜାରି କରାଯାଇନାହିଁ। ଏହା ପୂର୍ବରୁ ତାଙ୍କ ମନ୍ତ୍ରୀମଣ୍ଡଳର କିଛି ମନ୍ତ୍ରୀଙ୍କ ଷ୍ଟାଫଙ୍କୁ ମଧ୍ୟ ସମାନ ଭାବେ ଫୋନ୍‌ କରି ସିବିଆଇ ସମନ ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। କେଜ୍ରିୱାଲଙ୍କ ମୁଖ୍ୟ ସଚିବ ରାଜେନ୍ଦ୍ର କୁମାରଙ୍କ କାର୍ଯ୍ୟାଳୟ ଓ ଘରେ ଚଢାଉ […]

arvind-kejariwal-cm

Rakesh Mallick
  • Published: Tuesday, 08 March 2016
  • , Updated: 08 March 2016, 11:33 AM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ସିବିଆଇକୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ସିବିଆଇ ତାଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଫୋନ୍ କରି ପଚରାଉଚରା ଲାଗି ଡାକୁଛି, ଏଥିପାଇଁ କାହାରିଙ୍କୁ ନୋଟିସ୍‌ ଜାରି କରାଯାଇନାହିଁ। ଏହା ପୂର୍ବରୁ ତାଙ୍କ ମନ୍ତ୍ରୀମଣ୍ଡଳର କିଛି ମନ୍ତ୍ରୀଙ୍କ ଷ୍ଟାଫଙ୍କୁ ମଧ୍ୟ ସମାନ ଭାବେ ଫୋନ୍‌ କରି ସିବିଆଇ ସମନ ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

କେଜ୍ରିୱାଲଙ୍କ ମୁଖ୍ୟ ସଚିବ ରାଜେନ୍ଦ୍ର କୁମାରଙ୍କ କାର୍ଯ୍ୟାଳୟ ଓ ଘରେ ଚଢାଉ ଘଟଣାରେ କିଛି ପଚରାଉଚରା କରିବାର ଅଛି। ସେଥିଲାଗି କେଜ୍ରିୱାଲଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ଡକାଯାଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ସିବିଆଇ କେଜ୍ରିୱାଲଙ୍କ ଅଭିଯୋଗକୁ ଖଣ୍ଡନ କରିଛି। କେଜ୍ରିୱାଲଙ୍କ ଅଫିସର କୌଣସି କର୍ମଚାରୀଙ୍କୁ ଫୋନ୍ କରି ଡକାଯାଇ ନାହିଁ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।

Related story