ସୁପ୍ରିମକୋର୍ଟରେ ଗ୍ରୀଷ୍ମକାଳୀନ ଅବକାଶ ଛୁଟି ବାତିଲ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗ୍ରୀଷ୍ମକାଳୀନ ଅବକାଶ ଛୁଟି ବାତିଲ୍ କରିଛନ୍ତି। ଜୁନ୍ ୧୯ ଯାଏ ପୂର୍ବଭଳି କୋର୍ଟ କାର୍ଯ୍ୟ ଜାରି ରହିବ। ପ୍ରଧାନବିଚାରପତି ଜଷ୍ଟିସ୍ ଏସ.ଏ. ବୋବଡେ ଆଜି କୋର୍ଟ ପରିସରରେ ଏହି ପ୍ରସଙ୍ଗରେ ବୈଠକ କରିଥିଲେ। ଏହାପରେ ଗ୍ରୀଷ୍ମକାଳୀନ ଅବକାଶ ଛୁଟି ବାତିଲ୍ କରାଯାଇଥିବା ନେଇ ସୂଚନା ମିଳିଛି। ନିୟମ ଅନୁସାରେ ମେ’ ୧୮ରୁ ଜୁନ୍ ୧୯ ଯାଏ ସୁପ୍ରିମକୋର୍ଟରେ ଗ୍ରୀଷ୍ମକାଳୀନ ଅବକାଶ ଛୁଟି ପଡ଼ିଥାଏ। ହେଲେ ଏବେ ବାତିଲ୍ କରାଯାଇଛି। କୋର୍ଟ କିନ୍ତୁ ଏବେ ସମସ୍ତ […]

SUPREME COURT

Subhransu Sekhar
  • Published: Friday, 15 May 2020
  • , Updated: 15 May 2020, 08:03 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗ୍ରୀଷ୍ମକାଳୀନ ଅବକାଶ ଛୁଟି ବାତିଲ୍ କରିଛନ୍ତି। ଜୁନ୍ ୧୯ ଯାଏ ପୂର୍ବଭଳି କୋର୍ଟ କାର୍ଯ୍ୟ ଜାରି ରହିବ। ପ୍ରଧାନବିଚାରପତି ଜଷ୍ଟିସ୍ ଏସ.ଏ. ବୋବଡେ ଆଜି କୋର୍ଟ ପରିସରରେ ଏହି ପ୍ରସଙ୍ଗରେ ବୈଠକ କରିଥିଲେ। ଏହାପରେ ଗ୍ରୀଷ୍ମକାଳୀନ ଅବକାଶ ଛୁଟି ବାତିଲ୍ କରାଯାଇଥିବା ନେଇ ସୂଚନା ମିଳିଛି। ନିୟମ ଅନୁସାରେ ମେ’ ୧୮ରୁ ଜୁନ୍ ୧୯ ଯାଏ ସୁପ୍ରିମକୋର୍ଟରେ ଗ୍ରୀଷ୍ମକାଳୀନ ଅବକାଶ ଛୁଟି ପଡ଼ିଥାଏ। ହେଲେ ଏବେ ବାତିଲ୍ କରାଯାଇଛି।

କୋର୍ଟ କିନ୍ତୁ ଏବେ ସମସ୍ତ ପ୍ରକାରର ବିଚାରାଧୀନ ଏବଂ ନୂଆ ଆବେଦନକୁ ଗ୍ରହଣ କରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜରୁରୀ ଶୁଣାଣି କରିବାକୁ ରାଜି ହୋଇଥିବା ସୂଚନା ରହିଛି। ତେବେ କରୋନା ସଂକ୍ରମଣ ପାଇଁ କୋର୍ଟ ଏବେ ଭିଡିଓ କନଫରେନସିଂ ଜରିଆରେ ମାମଲାର ଶୁଣାଣି କରିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ୨୫ ତାରିଖରୁ ଲକଡାଉନ୍ ରହିଛି। କୋର୍ଟ ମଧ୍ୟ ଭିଡିଓ କନଫରେନସିଂ ଜରିଆରେ ଶୁଣାଣି ଜାରି ରଖିଛନ୍ତି।

Related story