ନୂଆଦିଲ୍ଲୀ: ଜାନୁଆରୀ ୧୪ରେ ନିର୍ଭୟା ମାମଲାରେ ଦୋଷୀ ବିନୟ ଶର୍ମା ଏବଂ ମୁକେଶର କ୍ୟୁରେଟିଭ ପିଟିଶନ(ସୁଧାରତ୍ମକ ଆବେଦନ) ଶୁଣାଣି ହେବ। ଜଷ୍ଟିସ ଏନଭି ରମନ୍ନାଙ୍କ ନେତୃତ୍ୱାଧୀନ ୫ ଜଣିଆ ଖଣ୍ଡପୀଠ ଆଜି ଶୁଣାଣି କରି ଏହା କହିଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ ଅରୁଣ ମିଶ୍ର, ଆରଏଫ ନରୀମନ, ଆର ଭାନୁମତୀ ଏବଂ ଅଶୋକ ଭୂଷଣ ମଧ୍ୟ ସାମିଲ ଅଛନ୍ତି ।
ଦିଲ୍ଲୀ କୋର୍ଟ ନିର୍ଭୟା ମାମଲାରେ ୪ ଦୋଷୀଙ୍କ ବିରୋଧରେ ଡେଥ୍ ଓ୍ୱାରେଣ୍ଟ ଜାରି କରିବା ପରେ ବିନୟ ଏବଂ ମୁକେଶ କ୍ୟୁରେଟିଭ ପିଟିଶନ ଦାଖଲ କରିଛନ୍ତି। ଜାନୁଆରୀ ୨୨ ସକାଳ ୭ଟାରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ଅନ୍ୟ ଦୁଇ ଦୋଷୀ ହେଲେ ପବନ ଏବଂ ଅକ୍ଷୟ। ଏବେ ଏହି ୪ ଦୋଷୀ ତିହାର ଜେଲରେ ଅଛନ୍ତି।
କ୍ୟୁରେଟିଭି ପିଟିସନ ହେଉଛି ନ୍ୟାୟିକ ପ୍ରକ୍ରିୟାର ଅନ୍ତିମ ସୁଯୋଗ। ସୁପ୍ରିମକୋର୍ଟ ଏବଂ ରାଷ୍ଟ୍ରପତିଙ୍କ ପାଖରୁ ଦୟା ପ୍ରାର୍ଥନା ଖାରଜ ହେବା ପରେ ସଭା ଶେଷରେ ଜଣେ କ୍ୟୁରେଟିଭ ପିଟିସନ ଦାଖଲ କରିପାରିବ। ଏହି ମାମଲାର ଶୁଣାଣି ପରେ ଜଣେ ଦୋଷୀ ଆଉ କୌଣସି ପ୍ରକାର ଆଇନଗତ ସାହାଯ୍ୟ ନେଇପାରିବନି।