ଗେଷ୍ଟ ହାଉସରେ ସକ୍ରିୟ ସେକ୍ସ ରାକେଟ୍, ୬ ଗିରଫ

ନୋଏଡା: ଦିଲ୍ଲୀରେ କରୋନାର ହଟସ୍ପଟ ରହିଛି ଗ୍ରେଟର ନୋଏଡା। ଲକଡାଉନ୍ ନିୟମ କୋହଳ ହେବା ପରେ ଏହାର ଫାଇଦା ନେଇ ଗେଷ୍ଟ ହାଉସରେ ସକ୍ରିୟ ହୋଇଛି ସେକ୍ସ ରାକେଟ୍। ପୁଲିସ ଜାଣିବା ପରେ ଘଟଣାସ୍ଥଳରେ ରେଡ୍ କରି ୬ ଜଣଙ୍କୁ ଗିରଫ କରିଛି।

ମଙ୍ଗଳବାର ସଂଧ୍ୟାରେ ଗେଷ୍ଟ ହାଉସରେ ସେକ୍ସ ରାକେଟ ଚାଲିଥିବା ନେଇ ପୁଲିସ୍ ସୂଚନା ପାଇ ଚଢ଼ାଉ କରିଥିଲା। ଗିରଫ ୬ ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି। ବାକି ୪ ଜଣଙ୍କ ମଧ୍ୟରେ ଗେଷ୍ଟ ହାଉସର ମ୍ୟାନେଜର ଏବଂ ମାଲିକ ବି ରହିଛନ୍ତି।

ଗ୍ରେଟର ନୋଏଡାର ପୁଲିସ ଅଧିକାରୀ ରାଜେଶ କୁମାର ସିଂହ କହିଛନ୍ତି, ଗେଷ୍ଟ ହାଉସରେ ସେକ୍ସ ରାକେଟ୍ ଚାଲିଥିବା ନେଇ ସୂଚନା ମିଳିଥିଲା। ଏହାପରେ ସ୍ଥାନୀୟ ପୁଲିସ ସହିତ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରାଯାଇଛି। ଦୁଇ ଜଣ ମହିଳା, ଦୁଇ ଜଣ ପୁରୁଷ ସହିତ ହୋଟେଲ ମାଲିକ ଏବଂ ମ୍ୟାନେଜରକୁ ଗିରଫ୍ କରାଯାଇଛି।

ଚଢ଼ାଉ ବେଳେ ନଗଦ ୧୨,୬୦୦ ଟଙ୍କା, ମୋବାଇଲ୍, ମେକ୍ ଅପ୍ କିଟ୍, କଣ୍ଡୋମ୍ ଏବଂ ଗର୍ଭ ନିରୋଧକ ଟାବଲେଟ୍ ଜବତ କରାଯାଇଥବା ପୁଲିସ୍ ସୂଚନା ଦେଇଛି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ କରୁଥିବା ସୂଚନା ରହିଛି।

ଆହୁରି ପଢ଼ନ୍ତୁ

ବବ୍‌-କଟ୍‌ ହେୟାର ଷ୍ଟାଇଲ କରିଥିବା ହାତୀ ଇଣ୍ଟରନେଟ୍‌ର ନୂଆ ଷ୍ଟାର

୩ ମାସ ପରେ ଫେରିଲେ ପତ୍ନୀ, କରୋନା ଆଶଙ୍କାରେ ଘରେ ପୂରାଇଲେନି ସ୍ୱାମୀ

ବାଉଁସରେ ତିଆରି ଟିଫିନ ବକ୍ସ, ଭିଡିଓ ଭାଇରାଲ

ସୀମାରୁ ସେନା ପ୍ରତ୍ୟାହାର ସଂପୂର୍ଣ୍ଣ ଶେଷ ହେବାକୁ ଲାଗିବ ସମୟ, ପୁଣି ବସିବ ବୈଠକ

ଦୁଇ ଭାଇ, ହେଲେ ଗୋଟିଏ ପେଟ: ବିଶ୍ୱର ସବୁଠାରୁ ଅଧିକ ଦିନ ବଞ୍ଚିଥିବା ଯୋଡ଼ା ଭାଇଙ୍କ ପରଲୋକ

ନୀତୀଶ କୁମାରଙ୍କ ଭାଣିଜୀଙ୍କୁ କରୋନା, ମୁଖ୍ୟମନ୍ତ୍ରୀଙ୍କ ଘରକୁ ଗଲା ଭେଣ୍ଟିଲେଟର

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ସହ ସମ୍ପର୍କ ରଖିଥିଲେ ୨୦୦ ପୁଲିସ୍‌ କର୍ମଚାରୀ!

କାହିଁକି ସୁଶାନ୍ତଙ୍କୁ ୪ଟି ଫିଲ୍ମରୁ ବାଦ୍‌ ଦେଇଥିଲେ ସଞ୍ଜୟ ଲୀଲା ବଂଶାଲୀ, ପୁଲିସ୍‌ ଆଗରେ ରଖିଲେ ତଥ୍ୟ

ଆମ୍ବୁଲାନ୍ସରେ କରୋନା ମୃତକଙ୍କ ଶବ ଆଣିଲେ, ପାର୍କିଂ ଅଞ୍ଚଳରେ ଫୋପାଡ଼ି ଚାଲିଗଲେ

ଦେଶରେ ୭ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୨୦ ହଜାର ପାର୍‌

ଭାଇ ସହ ଏମିତି ଫଟୋ ଶେଆର୍ କରି ଟ୍ରୋଲ୍ ହୋଇଥିଲେ ସାରା

ବିଦେଶୀ ଶିକ୍ଷାର୍ଥୀଙ୍କୁ ଦେଶରୁ ବିଦା କରିବା ପାଇଁ ଆମେରିକାର ନୂଆ ରଣନୀତି