ଶୀନା ବୋରା ହତ୍ୟାକାଣ୍ଡ: ଫୋନ୍‌ କଲ୍‌ ରେକଡିଂରୁ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ହାଇ ପ୍ରୋଫାଇଲ୍‌ ଶୀନା ବୋରା ହତ୍ୟାକାଣ୍ଡ ମାମଲାରେ ଫୋନ୍‌ କଲ୍‌ ରେକଡିଂରୁ ଏକ ନୂଆ ତଥ୍ୟ ପଦାକୁ ଆସିଛି। ଏହି ଫୋନ୍‌ ରେକଡିଂ ପିଟର ମୁଖାର୍ଜୀଙ୍କ ପୁଅ ରାହୁଲ କରିଥିବା ଜଣାପଡ଼ିଛି। ଝିଅକୁ ହତ୍ୟା କରିବା ପରେ ଇନ୍ଦ୍ରାଣୀ ଓ ପିଟର ପ୍ରମାଣ ନଷ୍ଟ କରିବା ସହ ରାହୁଲଙ୍କୁ ଅଜଣା ସ୍ଥାନକୁ ପଠାଇବାକୁ ଚେଷ୍ଟା କରିବାକୁ ଉଦ୍ୟମ କରିଥିଲେ।  ଫୋନ୍‌ କୋଲ୍‌ରୁ ମିଳିଥିବା ୨୦ଟି ପ୍ରମାଣ ମଧ୍ୟରୁ ସିବିଆଇ ୭ଟିକୁ ତଦନ୍ତ ପ୍ରକ୍ରିୟାରେ ବ୍ୟବହାର କରିଛି। […]

peter

Rakesh Mallick
  • Published: Friday, 26 August 2016
  • , Updated: 26 August 2016, 07:26 PM IST

ନୂଆଦିଲ୍ଲୀ: ହାଇ ପ୍ରୋଫାଇଲ୍‌ ଶୀନା ବୋରା ହତ୍ୟାକାଣ୍ଡ ମାମଲାରେ ଫୋନ୍‌ କଲ୍‌ ରେକଡିଂରୁ ଏକ ନୂଆ ତଥ୍ୟ ପଦାକୁ ଆସିଛି। ଏହି ଫୋନ୍‌ ରେକଡିଂ ପିଟର ମୁଖାର୍ଜୀଙ୍କ ପୁଅ ରାହୁଲ କରିଥିବା ଜଣାପଡ଼ିଛି। ଝିଅକୁ ହତ୍ୟା କରିବା ପରେ ଇନ୍ଦ୍ରାଣୀ ଓ ପିଟର ପ୍ରମାଣ ନଷ୍ଟ କରିବା ସହ ରାହୁଲଙ୍କୁ ଅଜଣା ସ୍ଥାନକୁ ପଠାଇବାକୁ ଚେଷ୍ଟା କରିବାକୁ ଉଦ୍ୟମ କରିଥିଲେ।  ଫୋନ୍‌ କୋଲ୍‌ରୁ ମିଳିଥିବା ୨୦ଟି ପ୍ରମାଣ ମଧ୍ୟରୁ ସିବିଆଇ ୭ଟିକୁ ତଦନ୍ତ ପ୍ରକ୍ରିୟାରେ ବ୍ୟବହାର କରିଛି।

ଫୋନ୍‌ କୋଲ୍‌ ରେକଡିଂ ସାମ୍ନାକୁ ଆସିବା ପରେ ତଦନ୍ତକାରୀ ସଂସ୍ଥା କୋର୍ଟରେ ଏହାକୁ ଉପସ୍ଥାପନ କରିଛି।

ସୂଚନାଯୋଗ୍ୟ, ୪ ଏପ୍ରିଲ୍‌ ୨୦୧୨ରୁ ଶୀନା ବୋରା ନିଖୋଜ ଥିଲେ। ଏହାପରେ ୨୫ ଅଗଷ୍ଟ ୨୦୧୫ରେ ମୁମ୍ୱାଇ ପୋଲିସ୍‌ ଶୀନାଙ୍କ ହତ୍ୟା ଅଭିଯୋଗରେ ତାଙ୍କ ମା’ ଇନ୍ଦ୍ରାଣୀଙ୍କୁ ଗିରଫ କରିଥିଲା। ଇନ୍ଦ୍ରାଣୀ ଷ୍ଟାର୍‌ ଟିଭିର ପୂର୍ବତନ ସିଇଓ ପିଟର ମୁଖାର୍ଜୀଙ୍କ ସ୍ତ୍ରୀ। ଏହି ମାମଲାରେ ଇନ୍ଦ୍ରାଣୀଙ୍କ ପୂର୍ବତନ ସ୍ୱାମୀ ସଞ୍ଜିବ ଖାନା, ଡ୍ରାଇଭର ଓ ପିଟର ମୁଖାର୍ଜୀ ଗିରଫ ହୋଇଥିଲେ।

Related story