ଆଜି ପଞ୍ଚଭୂତରେ ଲୀନ ହେବେ କେକେ, ମୁମ୍ବାଇରେ ହେବ ଶେଷକୃତ୍ୟ

ମୁମ୍ବାଇ:  ଆଜି ପଞ୍ଚଭୂତରେ ଲୀନ ହେବେ ବଲିଉଡର ଖ୍ୟାତନାମା ଗାୟକ କେକେ । ଆଜି ହେବ ତାଙ୍କ ଅନ୍ତିମ ସଂସ୍କାର । ମୁମ୍ବାଇ ଭର୍ସୋଭାର ମୁକ୍ତିଧାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି  ସୂଚନା ମିଳିଛି । ଭର୍ସୋଭାର ପାର୍କ ପ୍ଲାଜା କଂମ୍ପ୍ଲେକ୍ସରେ କେକେ ରହୁଥିବାରୁ ଘର ନିକଟ ଶ୍ମଶାନରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏହାପୂର୍ବରୁ ଦିନ ୧୦ଟାରୁ ମଧ୍ୟାହ୍ନ ୧୨ ଟା ଯାଏଁ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀର […]

kk

Niharika Rout
  • Published: Thursday, 02 June 2022
  • , Updated: 02 June 2022, 03:00 PM IST

ମୁମ୍ବାଇ:  ଆଜି ପଞ୍ଚଭୂତରେ ଲୀନ ହେବେ ବଲିଉଡର ଖ୍ୟାତନାମା ଗାୟକ କେକେ । ଆଜି ହେବ ତାଙ୍କ ଅନ୍ତିମ ସଂସ୍କାର । ମୁମ୍ବାଇ ଭର୍ସୋଭାର ମୁକ୍ତିଧାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି  ସୂଚନା ମିଳିଛି । ଭର୍ସୋଭାର ପାର୍କ ପ୍ଲାଜା କଂମ୍ପ୍ଲେକ୍ସରେ କେକେ ରହୁଥିବାରୁ ଘର ନିକଟ ଶ୍ମଶାନରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏହାପୂର୍ବରୁ ଦିନ ୧୦ଟାରୁ ମଧ୍ୟାହ୍ନ ୧୨ ଟା ଯାଏଁ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀର ରଖାଯିବ । ଗତକାଲି ରାତିରେ କେକେଙ୍କ ମରଶରୀର କୋଲକତାରୁ ମୁମ୍ବାଇ ଅଣାଯାଇଥିଲା  ।

[caption id="attachment_738412" align="aligncenter" width="650"] ହୋଟେଲ ଲିଫ୍ଟରେ କେକେ ଅସହଜ ଅନୁଭବ କରୁଥିବା ବେଳର ଦୃଶ୍ୟ ।[/caption]

ମଙ୍ଗଳବାର କୋଲକାତାର ନଜରୁଲ ମଞ୍ଚରେ ଗୀତ ଗାଇବା ବେଳେ ଅସୁସ୍ଥ ହୋଇପଡିଥିଲେ କେକେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୫୩ ବର୍ଷ ବୟସରେ କେକେଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚାରିଆଡେ ଶୋକର ମାହୋଲ ଖେଳି ଯାଇଛି। ସ୍ତବ୍ଧ ହୋଇଯାଇଛି ପୂରା ବଲିଉଡ । କେକେଙ୍କ ଫ୍ୟାନ୍ସ ବି ନିଜ ପପୁଲାର ଷ୍ଟାରଙ୍କ ଏପରି ମୃତ୍ୟୁକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ।

[caption id="attachment_738411" align="aligncenter" width="650"] କେକେଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି ପତ୍ନୀ ଜ୍ୟୋତି।[/caption]

କେକେଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଥିବା ବେଳେ ତାଙ୍କ ମୁହଁ ଓ ମୁଣ୍ଡରେ କ୍ଷତଚିହ୍ନ ଠାବ ହେବା ଘଟଣାକୁ ଆହୁରି ରହସ୍ୟମୟ କରିଛି ।  କେକେଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଚର୍ଚ୍ଚା  ଜୋର ଧରିଛି  । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଅପମୃତ୍ୟୁ ଆଶଙ୍କାକୁ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟରେ ଖଣ୍ଡନ କରାଯାଇଛି । ହେଲେ କେକେଙ୍କର ଜଟିଳ ଯକୃତ ଓ ଫୁସଫୁସ୍ ସମସ୍ୟା ଥିବା ଜଣାଯାଇଛି ।   କୋଲକାତାର SSK ହସ୍ପିଟାଲରେ ପ୍ରାୟ ଦେଢ଼ ଘଣ୍ଟା ଧରି ଶବ ବ୍ୟବଚ୍ଛେଦ ଚାଲିଥିଲା ଏବଂ ଏହାର ଭିଡିଓ ରେକର୍ଡିଂ କରାଯାଇଥିବା ସୂଚନା ମିଳିଛି ।

[caption id="attachment_738409" align="aligncenter" width="650"] ହୋଟେଲ ଲବିରେ କେକେ ଯିବା ବେଳର ଦୃଶ୍ୟ ।[/caption]

ଏହା ମଧ୍ୟରେ ସାମ୍ନାକୁ ଆସିଛି  କେକେଙ୍କ ଏକ ସିସିଟିଭି ଫୁଟେଜ୍  । ମଞ୍ଚରେ ଅସୁସ୍ଥ ଅନୁଭବ କରିବା ପରେ ସେ ହୋଟେଲ୍ ଫେରିଯାଇଥିଲେ । ଆଉ ହୋଟେଲ୍ ଲବି ଦେଇ ରୁମ  ଯିବା ବେଳର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିବା ବେଳେ ତାହା ଏବେ ଭାଇରାଲ ହେଉଛି।

Related story