ଶ୍ରୀନଗର: ଶୋପିୟାର ମିନି ସଚିବାଳୟରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ

ଶ୍ରୀନଗର: ହିଜବୁଲ୍‌ କମାଣ୍ଡର ବୁରହାନ୍‌ ୱାନିଙ୍କ ମୃତ୍ୟୁପରେ  ଘାଟିରେ ଲାଗି ରହିଥିବା ହଂସା ଥମିବାର ନାଁ ନେଉ ନାହିଁ। ୫୮ ଦିନରେ  କାଶ୍ମୀରର କେତେକ ଅଞ୍ଚଳରେ  କର୍ଫ୍ୟୁ ଜାରି ରହିଛି। ହିଂସାରେ ମୃତ୍ୟୁ ଘଟିଥିବା ଲୋକଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି। ଆଜି ଶୋପିୟାରେ ଆନ୍ଦୋଳନକାରୀମାନେ ମିନି ସଚିବାଳୟରେ ନିଆଁ ଲଗାଇ ଦେଇଛନ୍ତି।  ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ  ଧସ୍ତାଧସ୍ତି ହେବାରୁ ପ୍ରାୟ ୨୦ ଜଣ ଲୋକ ଆହତ ହୋଇଛନ୍ତି। ଗତିକାଲି ଅନନ୍ତନାଗ ଜିଲ୍ଲାର କାଜିଗୁଡ଼ାର ବେସୁ ଅଞ୍ଚଳରେ […]

kashmir

Rakesh Mallick
  • Published: Sunday, 04 September 2016
  • , Updated: 04 September 2016, 02:01 PM IST

ଶ୍ରୀନଗର: ହିଜବୁଲ୍‌ କମାଣ୍ଡର ବୁରହାନ୍‌ ୱାନିଙ୍କ ମୃତ୍ୟୁପରେ  ଘାଟିରେ ଲାଗି ରହିଥିବା ହଂସା ଥମିବାର ନାଁ ନେଉ ନାହିଁ। ୫୮ ଦିନରେ  କାଶ୍ମୀରର କେତେକ ଅଞ୍ଚଳରେ  କର୍ଫ୍ୟୁ ଜାରି ରହିଛି। ହିଂସାରେ ମୃତ୍ୟୁ ଘଟିଥିବା ଲୋକଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି। ଆଜି ଶୋପିୟାରେ ଆନ୍ଦୋଳନକାରୀମାନେ ମିନି ସଚିବାଳୟରେ ନିଆଁ ଲଗାଇ ଦେଇଛନ୍ତି।  ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ  ଧସ୍ତାଧସ୍ତି ହେବାରୁ ପ୍ରାୟ ୨୦ ଜଣ ଲୋକ ଆହତ ହୋଇଛନ୍ତି।

ଗତିକାଲି ଅନନ୍ତନାଗ ଜିଲ୍ଲାର କାଜିଗୁଡ଼ାର ବେସୁ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା  ଧସ୍ତାଧସ୍ତିରେ  ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦୦ ଆନ୍ଦୋଳନକାରୀ ଆହତ ହୋଇଥିଲେ।

ଗୃହମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତାରେ ସର୍ବଦଳୀୟ ପ୍ରତିନିଧି ଦଳ ଆଜି କାଶ୍ମୀରରେ ପହଞ୍ଚିଛି।

Related story