ହାଇଦ୍ରାବାଦ: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ସାମାଜିକ ଦୂରତ୍ୱ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହାକୁ ଲୋକମାନେ ମାନୁନଥିବା ଦେଖିବାକୁ ମିଳିଛି। ଆଉ ଏହି ନିୟମକୁ ଖୋଦ୍ ବିଧାୟକ ମଧ୍ୟ ପାଳନ କରୁନଥିବା ଦେଖିବାକୁ ମିଳିଛି।
ତେଲେଙ୍ଗାନାର ଶାସକ ଦଳ ତେଲେଙ୍ଗାନା ରାଷ୍ଚ୍ର ସମିତି (ଟିଆରଏସ)ର ବିଧାୟକ ଏମ୍ ଭୂପଲ ରେଡ୍ଡୀଙ୍କ ଜନ୍ମଦିନରେ ଶହ ଶହ ଲୋକ ଯୋଗ ଦେଇଥିବା ଜଣାପଡ଼ିଛି। ଭିଡ ବାବଦରେ ଜଣାପଡ଼ିବା ପରେ ତେଲେଙ୍ଗାନା ହାଇକୋର୍ଟ ନିଜ ଆଡୁ ବିଧାୟକଙ୍କୁ ନୋଟିସ୍ ପଠାଇଛନ୍ତି।
ସୂଚନାଯୋଗ୍ୟ, ଚଳିତ ମାସରେ ଏହି ବିଧାୟକ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସମର୍ଥକ ଏବଂ ଶୁଭେଚ୍ଛୁଙ୍କ ପାଇଁ ବିଧାୟକ ଭୋଜିର ଆୟୋଜନ କରିଥିଲେ। ଏହି ଭୋଜିରେ ମୋଟ୍ ତିନି ହଜାର ଲୋକ ଯୋଗଦେଇଥିବା ସୂଚନା ରହିଛି।