ଗାନ୍ଧିଜୀଙ୍କ ସମ୍ପର୍କରେ ବିବାଦୀୟ ପୋଷ୍ଟ କରି ଆମେରିକା ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ବିରୋଧର ସମ୍ମୁଖୀନ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ ପାର୍ଟିର ଶୀର୍ଷ ଦାବିଦାର ଡୋନାଲ୍ଡ ଟ୍ରମ୍ପ ସୋମବାର ସୋସିଆଲ ମିଡିଆରେ ମହାତ୍ମା ଗାନ୍ଧିଙ୍କ ଏକ ଫଟୋ ପୋଷ୍ଟ କରି ବିବାଦୀୟ ହୋଇପଡିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡୁଛି। ଡୋନାଲ୍ଡ ଗାନ୍ଧିଜୀଙ୍କ ଏକ ଫଟୋ ଇଣ୍ଟିଗ୍ରାମରେ ପୋଷ୍ଟ କରି ଲେଖିଥିଲେ, “ପ୍ରଥମେ ସେମାନେ ଆପଣଙ୍କୁ ଅଣଦେଖା କଲେ, ତା’ପରେ ଆପଣଙ୍କ ଉପରେ ହସିଲେ, ପରେ ସଂଘର୍ଷ କଲେ ଓ ଶେଷରେ ଆପଣ ଜିତି ଗଲେ […]

trump

Rakesh Mallick
  • Published: Tuesday, 01 March 2016
  • , Updated: 04 May 2017, 03:44 PM IST

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ ପାର୍ଟିର ଶୀର୍ଷ ଦାବିଦାର ଡୋନାଲ୍ଡ ଟ୍ରମ୍ପ ସୋମବାର ସୋସିଆଲ ମିଡିଆରେ ମହାତ୍ମା ଗାନ୍ଧିଙ୍କ ଏକ ଫଟୋ ପୋଷ୍ଟ କରି ବିବାଦୀୟ ହୋଇପଡିଛନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡୁଛି। ଡୋନାଲ୍ଡ ଗାନ୍ଧିଜୀଙ୍କ ଏକ ଫଟୋ ଇଣ୍ଟିଗ୍ରାମରେ ପୋଷ୍ଟ କରି ଲେଖିଥିଲେ, “ପ୍ରଥମେ ସେମାନେ ଆପଣଙ୍କୁ ଅଣଦେଖା କଲେ, ତା’ପରେ ଆପଣଙ୍କ ଉପରେ ହସିଲେ, ପରେ ସଂଘର୍ଷ କଲେ ଓ ଶେଷରେ ଆପଣ ଜିତି ଗଲେ ମହାତ୍ମାଗାନ୍ଧି।”

ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଡୋନାଲ୍ଡଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା।

ଆମେରିକାର ଏକ ରାଜନୈତିକ ୱେବସାଇଟ ‘ଦି ହିଲ’ ଉଲ୍ଲେଖ କରିଛି, ଏମିତି କିଛି ରେକର୍ଡ ନାହିଁ ଯେଉଁଥିରେ ମହାତ୍ମାଗାନ୍ଧି ଏପରି ଶବ୍ଦ ବ୍ୟବହାର କରିଛନ୍ତି।

Related story