‘କିଛି’ ଏନ୍‌ପିଆର ଡାଟା ପୁରା ଦେଶର ଏନ୍‌ଆରସିରେ ବ୍ୟବହାର ହୋଇପାରେ: ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ରବିବାର କହିଛନ୍ତି ‘କିଛି’ ଏନ୍‌ପିଆର ଡାଟା ପୁରା ଦେଶରେ ଏନ୍‌ଆରସି ଲାଗୁ ହେବା ସମୟରେ ବ୍ୟବହାର ହୋଇପାରେ ଏବଂ ନ ହୋଇପାରେ। ସେ ଏକ ସାକ୍ଷାତକାରରେ କହିଛନ୍ତି, ଆଇନଗତ ଭାବେ ଯାହା କରାଯାଇପାରିବ କରାଯିବ। ଏନ୍‌ଆରସି ପୁରା ଦେଶରେ ଲାଗୁ କରାଯିବା ପୂର୍ବରୁ ବିଭିନ୍ନ ରାଜ୍ୟଙ୍କ ସହ ମଧ୍ୟ ପରାମର୍ଶ ମଧ୍ୟ କରାଯିବ। ସୂଚନାଯୋଗ୍ୟ ଯେ, ଏହି ମନ୍ତବ୍ୟ ସେତେବେଳେ ଆସିଛି ଯେତବେଳେ ଏନ୍‌ଆରସି ଏବଂ ଏନ୍‌ପିଆର […]

Ravi-Shankar-Prasad

Subrat Kumar Nayak
  • Published: Sunday, 29 December 2019
  • , Updated: 29 December 2019, 06:05 PM IST

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ରବିବାର କହିଛନ୍ତି ‘କିଛି’ ଏନ୍‌ପିଆର ଡାଟା ପୁରା ଦେଶରେ ଏନ୍‌ଆରସି ଲାଗୁ ହେବା ସମୟରେ ବ୍ୟବହାର ହୋଇପାରେ ଏବଂ ନ ହୋଇପାରେ। ସେ ଏକ ସାକ୍ଷାତକାରରେ କହିଛନ୍ତି, ଆଇନଗତ ଭାବେ ଯାହା କରାଯାଇପାରିବ କରାଯିବ। ଏନ୍‌ଆରସି ପୁରା ଦେଶରେ ଲାଗୁ କରାଯିବା ପୂର୍ବରୁ ବିଭିନ୍ନ ରାଜ୍ୟଙ୍କ ସହ ମଧ୍ୟ ପରାମର୍ଶ ମଧ୍ୟ କରାଯିବ।

ସୂଚନାଯୋଗ୍ୟ ଯେ, ଏହି ମନ୍ତବ୍ୟ ସେତେବେଳେ ଆସିଛି ଯେତବେଳେ ଏନ୍‌ଆରସି ଏବଂ ଏନ୍‌ପିଆର ଲିଙ୍କକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। କେନ୍ଦ୍ର ସରକାର କହିଆସୁଛନ୍ତି ଏହି ଦୁଇ ତାଲିକାର କୌଣସି ଲିଙ୍କ ହେବନି। ଅନ୍ୟପକ୍ଷରେ କଂଗ୍ରେସ ପରି ବିରୋଧୀ ଦଳମାନେ ଅଭିଯୋଗ କରି ଆସୁଛନ୍ତି, ଏନ୍‌ପିଆର ଏନ୍‌ଆରସିର ମୂଳ ପଦକ୍ଷେପ।

ଗତ ସପ୍ତାହରେ କିନ୍ତୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି ଏନ୍‌ଆରସି ଏବଂ ଏନ୍‌ପିଆର ମଧ୍ୟରେ କୌଣସି ଲିଙ୍କ ରହିବନି। ସେ କହିଥିଲେ, ଏନ୍‌ପିଆର ପ୍ରକ୍ରିୟା ଏନ୍‌ଆରସିରେ ବ୍ୟବହାର କରାଯିବନି। କିନ୍ତୁ ରବି ଶଙ୍କର ପ୍ରସାଦ କହିଛନ୍ତି, ପୁରା ଏନ୍‌ଆରସି ପ୍ରକ୍ରିୟା ଲାଗୁ ହେବ। ସେଥରୁ କିଛି ତଥ୍ୟ ବ୍ୟବହୃତ ହେବ ଏବଂ ଆଉ କିଛି ହେବନି। ରବିଶଙ୍କର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି, ପାଶ୍‌ପୋର୍ଟ ଏବଂ ପାନ୍‌ କାର୍ଡରେ ବେଶ କିଛି ତଥ୍ୟ ବ୍ୟବହାର କରାଯାଉଥିବାବେଳେ ଏନ୍‌ପିଆରକୁ ନେଇ ପ୍ରଶ୍ନ ଉଠିବାର କ’ଣ କାରଣ ରହିଛି ବୋଲି ସେ କହିଛନ୍ତି।

ଏନ୍‌ଆରସି ଲାଗୁ ନେଇ ସେ କହିଥିଲେ, ଏହା ଭବିଷ୍ୟତରେ ହେବ। ଏହାର ଆଇନଗତ ପ୍ରକ୍ରିୟା ମଧ୍ୟ ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫିଡ୍‌ବ୍ୟାକ୍‌ ନିଆଯିବ। ଯାହା କରାଯିବ ସର୍ବସାଧାରଣରେ କରାଯିବ। ସେ କହିଛନ୍ତି, ଆସାମ ଏନ୍‌ଆରସି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିଲା।

Related story