ସୋସିଆଲ ମିଡିଆରେ ମାୟାବତୀଙ୍କ କାଳୀ ରୂପକୁ ନେଇ ବିବାଦ, ହାତରେ ସ୍ମୃତିଙ୍କ କଟାମୁଣ୍ଡ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ମାୟାବତୀଙ୍କ କାଳୀ ରୂପକୁ ନେଇ ବିବାଦ ଦେଖାଦେଇଛି। ପୋଷ୍ଟରେ ମାୟାବତୀ ଏକ ହାତରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ କଟାମୁଣ୍ଡ ଧରିଥିବା ବେଳେ ପାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାପି ଧରିଛନ୍ତି। ଏହାସହ ମୋହନ ଭାଗବତ ହାତରେ ଏକ ଲାଠି ଧରି ଦୁଃଖରେ ବସିଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ବିବାଦ ଦେଖା ଦେବା ପରେ ଏପରି ପୋଷ୍ଟ କରିଥିବା ବାଲମୁକୁନ୍ଦ ଧୁରିଆ ତାଙ୍କ ପୋଷ୍ଟକୁ ହଟାଇ ନେଇଛନ୍ତି। ରୋହିତ୍ ବେମୁଲା ଘଟଣାରେ […]

mayawati

Rakesh Mallick
  • Published: Wednesday, 02 March 2016
  • , Updated: 02 March 2016, 08:26 AM IST

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ମାୟାବତୀଙ୍କ କାଳୀ ରୂପକୁ ନେଇ ବିବାଦ ଦେଖାଦେଇଛି। ପୋଷ୍ଟରେ ମାୟାବତୀ ଏକ ହାତରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ କଟାମୁଣ୍ଡ ଧରିଥିବା ବେଳେ ପାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାପି ଧରିଛନ୍ତି। ଏହାସହ ମୋହନ ଭାଗବତ ହାତରେ ଏକ ଲାଠି ଧରି ଦୁଃଖରେ ବସିଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ବିବାଦ ଦେଖା ଦେବା ପରେ ଏପରି ପୋଷ୍ଟ କରିଥିବା ବାଲମୁକୁନ୍ଦ ଧୁରିଆ ତାଙ୍କ ପୋଷ୍ଟକୁ ହଟାଇ ନେଇଛନ୍ତି।

ରୋହିତ୍ ବେମୁଲା ଘଟଣାରେ ସଂସଦର ଉଭୟ ଅଧିବେଶସନରେ କେନ୍ଦ୍ର ସରକାରଙ୍କୁ ବିରୋଧ ସମ୍ମୁଖୀନ ହେବାକୁ ପଡୁଛି। ଏହାସହ ସୋସିଆଲ୍ ମିଡିଆରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା ଶିକାର ହେବାକୁ ପଡୁଛି। ସଂସଦରେ ମାୟାବତୀ ଓ କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ କଥା କଟାକଟି ପରେ ବହୁଜନ ସମାଜବାଦୀ ଦଳର କିଛି କର୍ମକର୍ତ୍ତା ମାୟାବତୀଙ୍କୁ ଶକ୍ତିଶାଳୀ ବୋଲି ଦର୍ଶାଇ ସୋସିଆଲ ମିଡିଆ ଫେସବୁକରେ ଏପରି ଫଟୋ ପୋଷ୍ଟ କରିଛନ୍ତି।

କାହାର ଭାବାବେଗକୁ ଆଘାତ ଦେବା ପାଇଁ ସେ ଏପରି ପୋଷ୍ଟ କରି ନ ଥିଲେ ବୋଲି ବାଲମୁକୁନ୍ଦ କହିଛନ୍ତି।

Related story