ଦକ୍ଷିଣ ଋଷରେ ବିମାନ ଦୁର୍ଘଟଣା : ୬୨ ମୃତ

ମସ୍କୋ: ଦକ୍ଷିଣ ଋଷରେ ବୋଇଂ-୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ଥିବା ୫୫ ଜଣ ଯାତ୍ରୀଙ୍କ ସହ ୭ ଜଣ କ୍ର୍ୟୁ ମେମ୍ୱରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପାଗ ଖରାପ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ବିମାନଟି  ଦୁବାଇରୁ ଉଡାଣ କରି  ଦକ୍ଷିଣ ଋଷର ରୋସ୍ତଭ ବିମାନ ବନ୍ଦରଠାରେ ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ବ୍ଲାକ୍‌ବକ୍ସରୁ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ଉଦ୍ୟମ କରୁଛନ୍ତି।

dubai

Rakesh Mallick
  • Published: Saturday, 19 March 2016
  • , Updated: 04 May 2017, 03:44 PM IST

ମସ୍କୋ: ଦକ୍ଷିଣ ଋଷରେ ବୋଇଂ-୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ଥିବା ୫୫ ଜଣ ଯାତ୍ରୀଙ୍କ ସହ ୭ ଜଣ କ୍ର୍ୟୁ ମେମ୍ୱରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପାଗ ଖରାପ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ବିମାନଟି  ଦୁବାଇରୁ ଉଡାଣ କରି  ଦକ୍ଷିଣ ଋଷର ରୋସ୍ତଭ ବିମାନ ବନ୍ଦରଠାରେ ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ବ୍ଲାକ୍‌ବକ୍ସରୁ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ଉଦ୍ୟମ କରୁଛନ୍ତି।

Related story