ବେରୁଟ୍: ଆମେରିକୀୟ ବାୟୁସେନା ପକ୍ଷରୁ ଶିନିବାର ଓ ରବିବାର ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ) କବଜାରେ ଥିବା ସିରିଆର ରାକା ଅଞ୍ଚଳରେ ଆକ୍ରମଣ କରାଯାଇଛି। ଏଥିରେ ଅତିକମରେ ୨୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ସିରିଆର ଏକ ମାନବ ଅଧିକାର ସଂଗଠନ କହିଛି। ମୃତକଙ୍କ ମଧ୍ୟରେ ୬ ଜଣ ସାଧାରଣ ନାଗରିକ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ଶିଶୁ ବି ରହିଛି। ଅନ୍ୟ ସମସ୍ତ ମୃତକ ମାନେ ହେଲେ ଆତଙ୍କବାଦୀ ।
ଏହି ଆକ୍ରମଣ ନେଇ ଆମେରିକା ବାୟୁସେନା ମଧ୍ୟ ସ୍ପଷ୍ଟ କରିଛି। ଇରାକ ଓ ସିରିଆର ଯେଉଁ ସବୁଅଞ୍ଚଳ ଗୁଡିକ ଆଇଏସ ଅକ୍ତିଆରକୁ ଚାଲିଯାଇଛି ସେଇ ସବୁ ଅଞ୍ଚଳରେ ଆମେରିକା ନେତୃତ୍ୱରେ ଏକ ମିଳିତ ବାହିନୀ ଗତ ସେପ୍ଟେମ୍ୱରରୁ ଆକାଶ ମାର୍ଗରୁ ବିଭିନ୍ନ ସମୟରେ ଆକ୍ରମଣ କରୁଛି। ୨୦୧୩ରୁ ସିରିଆରେ ଆଇଏସ ଆତଙ୍କବାଦୀ ସଂଗଠନର କାର୍ଯ୍ୟକଳାପ ଆରମ୍ଭ ହୋଇଥିଲା । ଆଉ ଏବେ ସିରିଆର ପାଖାପାଖି ଅଧା ଅଞ୍ଚଳ ଏହାର ଅକ୍ତିଆରରେ ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Viral
୩ୟ ଶ୍ରେଣୀ ଛାତ୍ରୀଙ୍କୁ ହୃଦଘାତ, ସ୍କୁଲରେ ଚାଲିଗଲା ଜୀବନ: ଭିଡିଓ ଭାଇରାଲ୍
ହାର୍ଟ ଆଟାକ ଯେ କେବଳ ପ୍ରାପ୍ତ ବୟସ୍କଙ୍କୁ ହୋଇଥାଏ, ତା’ହା ଭାବିବା ଭୁଲ। କାରଣ ଛୋଟ ପିଲା ମଧ୍ୟ ଏହାର ଶିକାର ହେବାରେ ଲାଗିଛନ୍ତି।
National
ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ତଳେ ଫସିଛନ୍ତି ବହୁ ଶ୍ରମିକ
ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୁଲିସ ସୂଚନା ଦେଇଛି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ସମେତ ଏନଡିଆରଏଫ୍, ଏସଡିଆରଏଫ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
National
ଆସାମରେ ପଶିଲା HMPV, ୧୦ ମାସର ଶିଶୁ ସଂକ୍ରମିତ
ଆସାମରେ ଏଚଏମପିଭିରରେ କେହି ସଂକ୍ରମିତ ହେବା ଚଳିତ ଋତୁରେ ପ୍ରଥମ ଘଟଣା।
Crime
ଅଭିନବ ଠକେଇ: ସନ୍ତାନହୀନ ମହିଳାଙ୍କୁ ଗର୍ଭବତୀ କଲେ ୫ ଲକ୍ଷ ମିଳିବ କହି ଲୋକଙ୍କ କରୁଥିଲେ ଚଳୁ
ଦେଶର ଏକାଧିକ ରାଜ୍ୟରେ ଚାଲୁଥିଲା ଏହି ରାକେଟ୍। ଏମାନଙ୍କ ଜାଲରେ ଯିଏ ଫସିଲା, ତାକୁ ବିଭିନ୍ନ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ପାଇଁ ୫୦୦ରୁ ୨୦ହଜାର ଟଙ୍କା ଆଦାୟ କରାଯାଉଥିଲା।
National
ଘୃଣା ସୃଷ୍ଟିକାରୀ ବୟାନ ପାଇଁ ବିଜେପି ନେତାଙ୍କ ନାଁରେ ମାମଲା
ବିଜେପି ପକ୍ଷରୁ ଜର୍ଜଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ବିରୋଧ କରାଯାଇଛି। ଏହାକୁ କ୍ଷମତାସୀନ ଏଲଡିଏଫ ସରକାରଙ୍କର ଗୋଟିଏ ରାଜନୀତିକ ଷଡ଼ଯନ୍ତ୍ର ବୋଲି ଦଳ ପକ୍ଷରୁ କୁହାଯାଇଛି।