ଗୁଗଲର ନୂଆ ପ୍ରୋଜେକ୍ଟରେ ଗ୍ରାମାଞ୍ଚଳ ଭାରତରେ କମ୍ ମୂଲ୍ୟରେ ଅନଲାଇନ ସେବା ଉପଲବ୍ଧ ହେବ: ସୁନ୍ଦର ପିଚାଇ

ନୂଆଦିଲ୍ଲୀ: ଗୁଗଲ୍ ଏହାର ପ୍ରୋଜେକ୍ଟକୁ ଭାରତକୁ ଆଣିବା ପାଇଁ ଆଶାବାଦୀ ଅଛି। ଏହା କହିଛନ୍ତି ଗୁଗଲ୍ ସିଇଓ ସୁନ୍ଦର ପିଚାଇ। ଭାରତ ଗସ୍ତରେ ଆସିଥିବା ପିଚାଇ ନୂଆଦିଲ୍ଲୀରେ ଗୁଗଲ୍ ଫର୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଏହା କହିଛନ୍ତି। ଏହି ପ୍ରୋଜେକ୍ଟ ଭାରତରେ ଆରମ୍ଭ ହେଲେ ଗ୍ରାମାଞ୍ଚଳରେ ସହଜରେ ଓ କମ୍ ମୂଲ୍ୟରେ ଅନଲାଇନ୍ ସେବା ଉପଲବ୍ଧ ହୋଇପାରିବ। ଇଂରାଜୀରେ ଅଭ୍ୟସ୍ତ ନ ଥିବା ନେଟ୍ ବ୍ୟବହାରକାରୀଙ୍କ ପାଇଁ ଗୁଗଲ୍ ନସଲେଟର ଉପରେ କମ୍ପାନୀ କାର୍ଯ୍ୟ କରୁଥିବା ସେ ସୂଚନା […]

THAVD_SUNDAR

Rakesh Mallick
  • Published: Thursday, 17 December 2015
  • , Updated: 17 December 2015, 10:08 AM IST

ନୂଆଦିଲ୍ଲୀ: ଗୁଗଲ୍ ଏହାର ପ୍ରୋଜେକ୍ଟକୁ ଭାରତକୁ ଆଣିବା ପାଇଁ ଆଶାବାଦୀ ଅଛି। ଏହା କହିଛନ୍ତି ଗୁଗଲ୍ ସିଇଓ ସୁନ୍ଦର ପିଚାଇ। ଭାରତ ଗସ୍ତରେ ଆସିଥିବା ପିଚାଇ ନୂଆଦିଲ୍ଲୀରେ ଗୁଗଲ୍ ଫର୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଏହା କହିଛନ୍ତି। ଏହି ପ୍ରୋଜେକ୍ଟ ଭାରତରେ ଆରମ୍ଭ ହେଲେ ଗ୍ରାମାଞ୍ଚଳରେ ସହଜରେ ଓ କମ୍ ମୂଲ୍ୟରେ ଅନଲାଇନ୍ ସେବା ଉପଲବ୍ଧ ହୋଇପାରିବ। ଇଂରାଜୀରେ ଅଭ୍ୟସ୍ତ ନ ଥିବା ନେଟ୍ ବ୍ୟବହାରକାରୀଙ୍କ ପାଇଁ ଗୁଗଲ୍ ନସଲେଟର ଉପରେ କମ୍ପାନୀ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଥିଲେ।

୨୦୧୮ ସୁଦ୍ଧା ଭାରତରେ ୫୦ କୋଟି ଲୋକ ଅନଲାଇନରେ ଥିବେ ବୋଲି ଗୁଗଲ୍ ଆଶା ପ୍ରକାଶ କରୁଥିବା ପିଚାଇ କହିଛନ୍ତି। ପିଚାଇ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ମଧ୍ୟ ଭେଟିଥିଲେ। ଦେଶର ୧୬ଟି ରେଳ ଜୋନରେ ମାଗଣା ୱାଇ-ଫାଇ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦିଗରେ ବୈଠକରେ ଆଲୋଚନା ହୋଇଥିଲା। ଭାରତ ଜନ୍ମିତ ପିଚାଇ ଗତ ଅଗଷ୍ଟରେ ଗୁଗଲ୍ ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

Related story