BS-IV ଡିଜେଲ୍ ଗାଡ଼ି ରେଜିଷ୍ଟ୍ରେସନ ନେଇ ଅନୁମତି ଦେଲେ ସୁପ୍ରିମକୋର୍ଟ, ଆପଣଙ୍କୁ କେତେ ଫାଇଦା?

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ପୂର୍ବରୁ କିଣାଯାଇଥିବା ଡିଜେଲ ଇଞ୍ଜିନ ଯାନଗୁଡିକର ପଞ୍ଜିକରଣକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏହି ଗାଡିଗୁଡ଼ିକୁ ଦିଲ୍ଲୀ ପୁଲିସ କିମ୍ବା ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀ (ଏମସିଡି) କିଣିଥିଲେ ହିଁ ରେଜିଷ୍ଟ୍ରେସନ ହୋଇପାରିବ ବୋଲି କୋର୍ଟ କହିଛନ୍ତି। ଅର୍ଥାତ୍ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କ ପାଇଁ ଲାଭଦାୟକ ହେବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ପଞ୍ଜିକରଣ ଆରମ୍ଭ ନହେବା ପର୍ଯ୍ୟନ୍ତ ଦିଲ୍ଲୀ ପରିବହନ ବିଭାଗ ଏହି ଯାନଗୁଡିକୁ ଏକ ଅସ୍ଥାୟୀ ପ୍ରମାଣପତ୍ର […]

SupremeCourt

SupremeCourt

Subhransu Sekhar
  • Published: Friday, 18 September 2020
  • Updated: 18 September 2020, 08:27 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ପୂର୍ବରୁ କିଣାଯାଇଥିବା ଡିଜେଲ ଇଞ୍ଜିନ ଯାନଗୁଡିକର ପଞ୍ଜିକରଣକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏହି ଗାଡିଗୁଡ଼ିକୁ ଦିଲ୍ଲୀ ପୁଲିସ କିମ୍ବା ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀ (ଏମସିଡି) କିଣିଥିଲେ ହିଁ ରେଜିଷ୍ଟ୍ରେସନ ହୋଇପାରିବ ବୋଲି କୋର୍ଟ କହିଛନ୍ତି। ଅର୍ଥାତ୍ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କ ପାଇଁ ଲାଭଦାୟକ ହେବ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ ପଞ୍ଜିକରଣ ଆରମ୍ଭ ନହେବା ପର୍ଯ୍ୟନ୍ତ ଦିଲ୍ଲୀ ପରିବହନ ବିଭାଗ ଏହି ଯାନଗୁଡିକୁ ଏକ ଅସ୍ଥାୟୀ ପ୍ରମାଣପତ୍ର ପ୍ରଦାନ କରିବା ଉଚିତ୍। ଏହି ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ କହିଛନ୍ତି ଯେ ସ୍ୱତନ୍ତ୍ର ସେବାରେ ବ୍ୟବହୃତ ଡିଜେଲ ଯାନଗୁଡିକ ପାଇଁ ପରିବହନ ବିଭାଗ ଅସ୍ଥାୟୀ ପଞ୍ଜିକରଣ ଦେବା ଉଚିତ୍। କରୋନା ଭାଇରସ ମହାମାରୀ ପରେ ଏହି ଆଦେଶ ବଦଳାଯିବ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ୍ 2018 ରେ ସୁପ୍ରିମକୋର୍ଟ ଏପ୍ରିଲ୍ 1, 2020 ପୂର୍ବରୁ BS-IV ଯାନ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ଯେ ମାର୍ଚ୍ଚ 31 ପରେ ବିକ୍ରି ହୋଇଥିବା ଯାନ, ଯାହାର ବିବରଣୀ ଇ-ଭେଇକିଲ୍ ପୋର୍ଟାଲରେ ନାହିଁ, ତେଣୁ ଏହି ସବୁ ଯାନ ପଞ୍ଜୀକୃତ ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos