ଏସ୍‌ସି/ଏସ୍‌ଟି ଆକ୍ଟ ମାମଲା: ସୁପ୍ରିମକୋର୍ଟରେ ସରକାରଙ୍କୁ ଝଟକା

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମରେ ହୋଇଥିବା ପରିବର୍ତ୍ତନ ଉପରେ କେନ୍ଦ୍ର ସରକାରଙ୍କ ପୁନର୍ବିଚାର ଆବେଦନ ଉପରେ ମଙ୍ଗଳବାର ଶୁଣାଣି ହୋଇଛି। ମାମଲାର ଶୁଣାଣି କରି ପୂର୍ବ ରାୟ ଉପରେ କୌଣସି ପ୍ରକାର ରୋକ ଲଗାଇବାକୁ ସୁପ୍ରିମକୋର୍ଟ ରୋକଠୋକ୍ ମନା କରିଦେଇଛନ୍ତି। କୋର୍ଟଙ୍କ ଏହି ରାୟ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ଦେଇଛି। ମାର୍ଚ୍ଚ ୨୦ ତାରିଖ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମରେ ସଂଶୋଧନ କରି କିଛିଟା ପରିବର୍ତ୍ତନ କରାଯାଇଥିଲା। […]

supreme-court-of-india

Ordigital Desk
  • Published: Tuesday, 03 April 2018
  • , Updated: 03 April 2018, 05:22 PM IST

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଜନଜାତି ଅଧିନିୟମରେ ହୋଇଥିବା ପରିବର୍ତ୍ତନ ଉପରେ କେନ୍ଦ୍ର ସରକାରଙ୍କ ପୁନର୍ବିଚାର ଆବେଦନ ଉପରେ ମଙ୍ଗଳବାର ଶୁଣାଣି ହୋଇଛି। ମାମଲାର ଶୁଣାଣି କରି ପୂର୍ବ ରାୟ ଉପରେ କୌଣସି ପ୍ରକାର ରୋକ ଲଗାଇବାକୁ ସୁପ୍ରିମକୋର୍ଟ ରୋକଠୋକ୍ ମନା କରିଦେଇଛନ୍ତି। କୋର୍ଟଙ୍କ ଏହି ରାୟ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ଦେଇଛି।

ମାର୍ଚ୍ଚ ୨୦ ତାରିଖ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅନୁସୂଚିତ ଜାତି ଜନଜାତି ଅଧିନିୟମରେ ସଂଶୋଧନ କରି କିଛିଟା ପରିବର୍ତ୍ତନ କରାଯାଇଥିଲା। ଏହାକୁ ଦେଶ ବ୍ୟାପି ବିରୋଧ କରାଯିବା ପରେ କେନ୍ଦ୍ର ସରକାର ଏହାର ପୁନର୍ବିଚାର ଆବେଦନ କରିଥିଲେ।

କୋର୍ଟ ସରକରାଙ୍କ ଆବେଦନକୁ ସ୍ୱୀକାର କରି ସମସ୍ତ ଦଳକୁ ନିଜ ମତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଦଳର ମତ ଆସିବାର ୧୦ ଦିନ ପରେ ଏହାର ଶୁଣାଣି ହେବ।

ଶୁଣାଣି ସମୟରେ ଆର୍ଟର୍ଣ୍ଣି ଜେନେରାଲ୍‌ ବେଣୁ ଗୋପାଲ୍‌ କୋର୍ଟଙ୍କୁ ଦେଶର ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଅବଗତ କରାଇଥିଲେ। ଏଥିରେ ସୁପ୍ରିମକୋର୍ଟ କହିଥିଲେ ଯେ, ଏସି.ଏଷ୍ଟି ଆକ୍ଟ ବିରୋଧରେ ଆମେ ନାହୁଁ। ଦେଶରେ ଯେପରି କୌଣସି ନିର୍ଦ୍ଦୋଶ ବ୍ୟକ୍ତି ଦଣ୍ଡ ନ ପାଇବ ଦରକାର।

Related story