ଲକଡାଉନରେ ମିଳୁନି ସମ୍ପୂର୍ଣ୍ଣ ଦରମା? ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଲକଡାଉନ୍ ପାଇଁ ଯେଉଁ କମ୍ପାନୀ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେଇପାରିନି ସେହି କମ୍ପାନୀ ବିରୋଧରେ ମାମଲା ଚାଲୁ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶକ୍ରବାର ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନିକ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛି। ତେବେ ଯେଉଁ କମ୍ପାନୀ ବା ନିଯୁକ୍ତିଦାତା ସମ୍ପୂର୍ଣ୍ଣ ଦରମା ଦେଇପାରିନି ସେହି ମାନଙ୍କ ବିରୋଧରେ ମାମଲା ଦାୟର ହୋଇପାରିବନି ବୋଲି କୋର୍ଟ କହିଛନ୍ତି। ସମ୍ପୂର୍ଣ୍ଣ ଦରମା ଦେଇପାରିନଥିବା ନେଇ ଉଦ୍ୟୋଗପତିମାନେ କୋର୍ଟରେ ଆବେଦନ […]

supreme court

Subhransu Sekhar
  • Published: Friday, 15 May 2020
  • , Updated: 15 May 2020, 07:40 PM IST

ନୂଆଦିଲ୍ଲୀ: ଲକଡାଉନ୍ ପାଇଁ ଯେଉଁ କମ୍ପାନୀ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେଇପାରିନି ସେହି କମ୍ପାନୀ ବିରୋଧରେ ମାମଲା ଚାଲୁ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶକ୍ରବାର ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନିକ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛି। ତେବେ ଯେଉଁ କମ୍ପାନୀ ବା ନିଯୁକ୍ତିଦାତା ସମ୍ପୂର୍ଣ୍ଣ ଦରମା ଦେଇପାରିନି ସେହି ମାନଙ୍କ ବିରୋଧରେ ମାମଲା ଦାୟର ହୋଇପାରିବନି ବୋଲି କୋର୍ଟ କହିଛନ୍ତି।

ସମ୍ପୂର୍ଣ୍ଣ ଦରମା ଦେଇପାରିନଥିବା ନେଇ ଉଦ୍ୟୋଗପତିମାନେ କୋର୍ଟରେ ଆବେଦନ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। କହିରଖୁଛୁ, ୨୯ ମାର୍ଚ୍ଚରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ସଂକ୍ରାନ୍ତରେ ଏକ ସର୍କୁଲାର ଜାରି କରିଥିଲା, ଯେଉଁଥିରେ ଘରୋଇ କମ୍ପାନୀ ଓ ବ୍ୟବସାୟିକ ସଂସ୍ଥାମାନଙ୍କୁ ସମ୍ପୂର୍ଣ୍ଣ ଦରମା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି।

Related story