da
ନୂଆଦିଲ୍ଲୀ: ସମୟ ବଦଳିବା ସହ ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା ଅଧିକ ରହସ୍ୟମୟ ହେବାରେ ଲାଗିଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହଙ୍କ ଏଫଆଇଆର ପରେ ପୂରା ଘଟଣା ଗୋଟିଏ ନୂଆ ମୋଡ଼ ନେଇଛି।
ପ୍ରତିଦିନ ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହିକ୍ରମରେ ବିଜେପି ନେତା ତଥା ଆଇନଜୀବୀ ସୁବ୍ରମଣିୟମ ସ୍ୱାମୀ ବଡ଼ ବୟାନ ଦେଇଛନ୍ତି। ସେ ସୁଶାନ୍ତଙ୍କ ମୃତ୍ୟୁକୁ ଏକ ଯୋଜାବଦ୍ଧ ହତ୍ୟା ବୋଲି କହିଛନ୍ତି। ଏଥିସହ ସେ ଘଟଣାର ସିବିଆଇ ତଦନ୍ତ ମଧ୍ୟ ଦାବି କରିଛନ୍ତି।
ସେ ଟ୍ୱିଟ କରି ସୁଶାନ୍ତଙ୍କ ମୃତ୍ୟୁ ସାଧାରଣ ଆତ୍ମହତ୍ୟା ନୁହେଁ ବରଂ ଏହା ହତ୍ୟା ବୋଲି କହିଛନ୍ତି। ଏଥିପାଇଁ ସେ ୨୬ଟି ବଡ଼ କାରଣ ମଧ୍ୟ ପ୍ରମାଣ ସହ ଉପସ୍ଥାପନ କରିଛନ୍ତି।
ସେ କହିଛନ୍ତି, ସୁଶାନ୍ତଙ୍କ ରୁମରୁ ଆଣ୍ଟି ଡିପ୍ରେସନ ଔଷଧ ମିଳିଛି। ହୋଇଥାଇପାରେ ଯେ ପୁଲିସକୁ ଭ୍ରମିତ କରିବା ପାଇଁ କିଏ ସେଠାରେ ଏହାକୁ ରଖିଥାଇ ପାରେ। ତାଙ୍କ ବେକରେ ଯେଉଁ ଦାଗ ରହିଛି, ତାହା ବେଲଟ ଦ୍ୱାରା ହୋଇଥାଇପାରେ। ମୃତ୍ୟୁର ଦିନ ଅର୍ଥାତ ଜୁନ୍ ୧୪ରେ ସୁଶାନ୍ତ ନିଜ ଘରେ ଭିଡିଓ ଗେମ ଖେଳୁଥିଲେ। ଯେଉଁ ବ୍ୟକ୍ତି ଡିପ୍ରେସନରେ ଥିବ ସେ କେବେ ହେଲେ ଭିଡିଓ ଗେମ ଖେଳିପାରିବ ନାହିଁ।
ସୁଶାନ୍ତଙ୍କ ରୁମରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ। ତାଙ୍କ ଆଖି ଖୋଲା ରହିଛି। ପାଟିରୁ କୌଣସି ପ୍ରକାରର ଫେଣ କିମ୍ବା ରକ୍ତ ବାହାରି ନାହିଁ। ତାଙ୍କ ଶରୀରରେ ଏକାଧିକ ଚିହ୍ନ ରହିଛି। ଫ୍ୟାନରେ କପଡ଼ା ଲାଗି ରହିଛି। ଫ୍ୟାନରେ ଲାଗିଥିବା କପଡ଼ା ଓ ବେକରେ ଦେଖା ଯାଉଥିବା ଦାଗ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି।
ସିସିଟିଭି ଫୁଟେଜ ଓ ତାଙ୍କ ରୁମରୁ କୌଣସି ଛୋଟ ଟେବୁଲ କିମ୍ବା ଚେୟାର ମିଳିନାହିଁ। । ରୁମର ଡୁପ୍ଲିକେଟ ଚାବି ହଜିବା ଓ ସୁଶାନ୍ତଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ହସ୍ପିଟାଲକୁ ପ୍ରଥମେ ଖବର ନଦେବା ଆଦି ଅନେକ କାରଣ ସୁଶାନ୍ତଙ୍କ ମୃତ୍ୟୁକୁ ଏକ ହତ୍ୟା ବୋଲି ଦର୍ଶାଉଛି।
ଏହାବାଦ୍ ସୁଶାନ୍ତ ତାଙ୍କ ସିମ କାର୍ଡ କାହିଁକି ବଦଳାଇଥିଲେ? କାହିଁକି ତାଙ୍କ ଘରେ କାମ କରୁଥିବା ଲୋକ ନିଜର ବୟାନ ବଦଳାଉଛନ୍ତି ବୋଲି ସ୍ୱାମୀ ପ୍ରଶ୍ନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/da-23.jpg)