Advertisment

ନାଟୋ ସଦସ୍ୟତା ନିମନ୍ତେ ମେ’ରେ ଆବେଦନ କରିବେ ସ୍ୱିଡ଼େନ୍ ଓ ଫିନଲ୍ୟାଣ୍ଡ

ମସ୍କୋ: ନାଟୋ ସଦସ୍ୟତା ନିମନ୍ତେ ସ୍ୱିଡ଼େନ୍ ଓ ଫିନଲ୍ୟାଣ୍ଡ  ଆସନ୍ତା ମେ’ ମାସରେ ଆବେଦନ କରିବେ। ଏନେଇ ଏକ ରିପୋର୍ଟ ପ୍ରକାଶ ପରେ ଆଲୋଚନା ଆରମ୍ଭ ହୋଇଯାଇଛି। ଏଭଳି ନ କରିବାକୁ ଓ କରିଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷିଆ ବୈଦେଶୀକ ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜାଖାରୋଭା ଗତ ସପ୍ତାହରେ ଚେତାବନୀ ଦେଇଥିଲେ। ତେବେ ଆସନ୍ତା ମେ’ ୧୬ରୁ ୨୦ ତାରିଖ ଭିତରେ ଏହି ଦୁଇଦେଶ ନାଟୋରେ ସଦସ୍ୟତା ନିମନ୍ତେ ଆବେଦନ କରିବେ ବୋଲି ଜଣାପଡ଼ିଛି। […]

ଅଦ୍ୟତନ ହୋଇଛି
ନାଟୋ ସଦସ୍ୟତା ନିମନ୍ତେ ମେ’ରେ ଆବେଦନ କରିବେ ସ୍ୱିଡ଼େନ୍ ଓ ଫିନଲ୍ୟାଣ୍ଡ

Nato

Advertisment

ମସ୍କୋ: ନାଟୋ ସଦସ୍ୟତା ନିମନ୍ତେ ସ୍ୱିଡ଼େନ୍ ଓ ଫିନଲ୍ୟାଣ୍ଡ  ଆସନ୍ତା ମେ’ ମାସରେ ଆବେଦନ କରିବେ। ଏନେଇ ଏକ ରିପୋର୍ଟ ପ୍ରକାଶ ପରେ ଆଲୋଚନା ଆରମ୍ଭ ହୋଇଯାଇଛି। ଏଭଳି ନ କରିବାକୁ ଓ କରିଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷିଆ ବୈଦେଶୀକ ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜାଖାରୋଭା ଗତ ସପ୍ତାହରେ ଚେତାବନୀ ଦେଇଥିଲେ। ତେବେ ଆସନ୍ତା ମେ’ ୧୬ରୁ ୨୦ ତାରିଖ ଭିତରେ ଏହି ଦୁଇଦେଶ ନାଟୋରେ ସଦସ୍ୟତା ନିମନ୍ତେ ଆବେଦନ କରିବେ ବୋଲି ଜଣାପଡ଼ିଛି। ସ୍ୱେଡ଼େନର ରାଜା କାର୍ଲ ଏକ୍ସଭିଆ ଗୁଷ୍ଟାଫଙ୍କ ନିମନ୍ତ୍ରଣ କ୍ରମେ ଫିନଲ୍ୟାଣ୍ଡ ରାଷ୍ଟ୍ରପତି ସାଉଲି ନିନିଷ୍ଟୋ ଏହି ନିର୍ଦ୍ଧାରିତ ସପ୍ତାହର ୧୭ ଓ ୧୮ ତାରିଖରେ ସ୍ୱେଡ଼େନ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଅନେକ ଆବେଦନ ଉପରେ ଚୁକ୍ତି ସ୍ୱାକ୍ଷର ହୋଇପାରେ ବୋଲି ଜଣାପଡ଼ିଛି।

Advertisment

ତେଣୁ ଗତ ସପ୍ତାହରେ ଉକ୍ତ ଦୁଇଦେଶକୁ ନାଟୋରେ ଯୋଗଦେଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷ ଦେଇଥିବା ଚେତବାନୀ କିପରି ପ୍ରଭାବ ପକାଉଛି ଦେଖିବାର କଥା। ସୂଚନା ଥାଉକି, ଫେବୃଆରୀ ୨୪ ତାରିଖରେ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିଥିଲା। ଯାହା ପରେ ଏହି ଦୁଇଦେଶ ନାଟୋରେ ଯୋଗଦେବା ନେଇ ଚର୍ଚ୍ଚା ହୋଇଆସୁଛି। ଏହି ଦୁଇଦେଶ ନାଟୋରେ ସାମିଲ ହେବା ଆବେଦନକୁ ସ୍ୱାଗତ କରାଯାଇଥିବା ମଧ୍ୟ ପୂର୍ବରୁ ନାଟୋର ସଚିବ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe