Advertisment

ନାବାଳିକାଙ୍କୁ ବୟଫ୍ରେଣ୍ଡ ଓ ୪ ସାଙ୍ଗଙ୍କ ଦୁଷ୍କର୍ମ, ଭାଇରାଲ ହେଲା ଭିଡିଓ

ବରେଲୀ: ଉତ୍ତର ପ୍ରଦେଶର ବରେଲୀରେ ଛାତି ଥରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ନାବାଳିକାଙ୍କୁ ତାଙ୍କ ବୟଫ୍ରେଣ୍ଡ ଓ ୪ ଜଣ ସାଙ୍ଗ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି କି ସେମାନେ ଏହି କୁକର୍ମର ଭିଡିଓ ଉତ୍ତୋଳନ କରି ଏହାକୁ ଭାଇରାଲ କରିଛନ୍ତି। ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ବୟଫ୍ରେଣ୍ଡ ଜଣଙ୍କ ବିବାହାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସେ ତାଙ୍କୁ ବର୍ଷାଧିକ କାଳ ଦୁଷ୍କର୍ମ […]

author-image
Hemant Lenka
ଅଦ୍ୟତନ ହୋଇଛି
ନାବାଳିକାଙ୍କୁ ବୟଫ୍ରେଣ୍ଡ ଓ ୪ ସାଙ୍ଗଙ୍କ ଦୁଷ୍କର୍ମ, ଭାଇରାଲ ହେଲା ଭିଡିଓ

dew

ବରେଲୀ: ଉତ୍ତର ପ୍ରଦେଶର ବରେଲୀରେ ଛାତି ଥରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ନାବାଳିକାଙ୍କୁ ତାଙ୍କ ବୟଫ୍ରେଣ୍ଡ ଓ ୪ ଜଣ ସାଙ୍ଗ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି କି ସେମାନେ ଏହି କୁକର୍ମର ଭିଡିଓ ଉତ୍ତୋଳନ କରି ଏହାକୁ ଭାଇରାଲ କରିଛନ୍ତି।

Advertisment

ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ତାଙ୍କ ବୟଫ୍ରେଣ୍ଡ ଜଣଙ୍କ ବିବାହାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସେ ତାଙ୍କୁ ବର୍ଷାଧିକ କାଳ ଦୁଷ୍କର୍ମ କରି ଚାଲିଥିଲେ।

ଅଭିଯୁକ୍ତ ବୟଫ୍ରେଣ୍ଡ ଜଣଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋକୁ ଉତ୍ତୋଳନ କରି ଏହାକୁ ଜାନୁଆରୀ ୧ରେ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ କରିଥିଲା। ଏହି ଭିଡିଓ ଓ ଫଟୋକୁ ଆଧାର କରି ବୟଫ୍ରେଣ୍ଡ ଜଣଙ୍କ ନାବାଳିକାଙ୍କୁ ବ୍ଲାକମେଲିଂ କରି ଚାଲିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ବୟଫ୍ରେଣ୍ଡ ଜଣଙ୍କ ତାଙ୍କର ୪ ଜଣ ସାଙ୍ଗଙ୍କୁ ଡାକି ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା।

Advertisment

ଅଧିକ ପଢ଼ନ୍ତୁ : ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀର ମା’ 

ଭିଡିଓ ଭାଇରାଲ ହେବା ପରେ ପୀଡ଼ିତାଙ୍କ ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି।

Minor Girl Rapped