ଶ୍ରୀନଗର : ଜମ୍ମୁ- କଶ୍ମୀରର ପୁଲୱାମାରେ ଜଣେ ନ୍ୟାଶନାଲ କନଫରେନ୍ସର ନେତାଙ୍କୁ ଟାର୍ଗେଟ୍ କରି ଆଜି ଆତଙ୍କବାଦୀମାନେ ହମ୍ଲା କରିଛନ୍ତି। ଉକ୍ତ ରାଜନେତାଙ୍କ ଘର ଆଗରେ ଥିବା ଆଉଟ୍ପୋଷ୍ଟ୍ ଉପରେ ପ୍ରଥମେ ଆତଙ୍କବାଦୀ ଆକ୍ରମଣ କରିବାରୁ ଜଣେ ପୁଲିସ୍ ସହିଦ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ଆତଙ୍କୀଙ୍କ ଗୁଳିରେ ପୁଲିସ୍ କନେଷ୍ଟବଲ୍ ମୁଦାସିର ଅହମ୍ମଦଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଆତଙ୍କବାଦୀମାନେ ନ୍ୟାଶନାଲ କନଫରେନ୍ସର ନେତା ଗୁଲାମ ମୋହିଦ୍ଦିନ ମୀରଙ୍କୁ ଟାର୍ଗେଟ କରି ହମଲା କରିଥିଲେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଏହି ହମଲା ପଛରେ ହିଜବୁଲ୍ ମୁଜାହିଦ୍ଦିନ୍ର ସହଯୋଗୀ ଆତଙ୍କୀ ସଂଗଠନ ଜାହୋର ଥୋକାର ଗ୍ରୁପ୍ର ହାତ ରହିଛି। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ପୁଲିସ୍ କର୍ମଚାରୀମାନେ ଏହାର ଦୃଢ଼ ଜବାବ ଦେବାରୁ ଆତଙ୍କବାଦୀମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। କିନ୍ତୁ ପଳାଇ ଯିବା ଆଗରୁ ସେମାନେ ସହିଦ ପୁଲିସ କର୍ମଚାରୀଙ୍କ ରାଇଫଲ ଲୁଟି ନେଇଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅସନ୍ତୋଷ ଝାଡ଼ିଥିବା ବିଧାୟକଙ୍କୁ ନୂଆ ଆସନରେ ଟିକେଟ ଦେଲା ବିଜେପି
୦୨୦ରେ ମୋହନ ସିଂହ କରୱାଲା ଆସନରୁ ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେପି କରୱାଲ ଆସନରେ ଆପ୍ରୁ ଆସିଥିବା ବିବାଦୀୟ ନେତା କପିଲ ମିଶ୍ରାଙ୍କୁ ଟିକେଟ ଦେଇଛି।
National
ପାଇଖାନା ସଫା କଲେ ଛାତ୍ରୀ, ନିଲମ୍ବିତ ହେଲେ ପ୍ରିନ୍ସିପାଲ
କେତେବେଳେ ସେମାନଙ୍କୁ ପାଇଖାନା ସଫା କରିବାକୁ କୁହାଯାଏ ତ ଆଉ କେତେ ବେଳେ ପାଣି ଦେବାକୁ କୁହାଯାଏ। ଅନେକ ସମୟରେ ପିଲାମାନେ ସ୍କୁଲ ପରିସରକୁ ମଧ୍ୟ ସଫା କରନ୍ତି।
Politics
ବଡ଼ ଭୁଲ: କପିଲ ମିଶ୍ରାଙ୍କୁ ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ
ମୋହନ ସିଂହଙ୍କ ବଦଳରେ ୨୦୨୫ ବିଧାନସଭା ନିର୍ବାଚନରେ କରୱାଲ ନଗର ଆସନରୁ କପିଲ ମିଶ୍ରା ବିଜେପି ଟିକେଟରେ ଲଢ଼ିବେ। ଦଳର ଏପରି ପଦକ୍ଷେପକୁ ବଡ଼ ତ୍ରୁଟି ବୋଲି ମୋହନ ସିଂହ କହିଛନ୍ତି।
Politics
କଂଗ୍ରେସର ବଡ଼ ପ୍ରତିଶ୍ରୁତି: ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା
ଯଦି କଂଗ୍ରେସ ୧୫ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ, ତା’ହେଲେ ସମସ୍ତ ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା।
National
ମହାୟୁତିରେ ଫାଟ! ଦିଲ୍ଲୀରେ ଏକା ଲଢ଼ିବ ଏନ୍ସିପି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।