ଥିରୁଅନନ୍ତପୁରମ୍: କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ଥିରୁଅନନ୍ତପୁରମ୍ ସ୍ଥିତ କାର୍ଯ୍ୟାଳୟରେ ଆକ୍ରମଣ ହୋଇଛି। ସୋମବାର କିଛି ଲୋକ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲାଗିଥିବା ବ୍ୟାନର୍ ଓ ହୋର୍ଡିଂ ଚିରାଚିରି କରିବା ସହିତ ଗେଟ୍ରେ କାଳି ବୋଳିଛନ୍ତି। ଏହି ଆକ୍ରମଣ ବେଳେ ଥରୁର୍ ସେଠାରେ ଉପସ୍ଥିତ ନ ଥିବା ଜଣାପଡ଼ିଛି। ଏହି ଘଟଣା ନେଇ ଥରୁର୍ କହିଛନ୍ତି, ‘ମୁଁ ଜାଣିଛି ଯେ, ଏହା ହିନ୍ଦୁବାଦ ନୁହେଁ। ମୁଁ ଏକ ସାଧାରଣ ନାଗରିକର ଅଧିକାରରେ ପଚାରୁଛି ଯେ, ଦେଶରେ କ’ଣ ଚାଲିଛି ?’
ଥରୁର୍ କିଛିଦିନ ତଳେ କହିଥିଲେ, ବିଜେପି ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ‘ଆଗାମୀ ନିର୍ବାଚନରେ ବିଜେପି ସରକାର ଗଠନ କଲେ, ସେ ସମ୍ବିଧାନ ବଦଳାଇ ଦେବ। ଭାରତ ହିନ୍ଦୁ ପାକିସ୍ତାନରେ ପରିବର୍ତ୍ତନ ହୋଇଯିବ।’ ଏହି ବକ୍ତବ୍ୟ ପରେ କଂଗ୍ରେସ ଥରୁର୍ଙ୍କୁ ତାଗିଦ୍ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ଯାଉଥିବା ବିମାନକୁ ଜୟପୁରରେ ଛାଡ଼ି ପଳେଇଲେ ପାଇଲଟ
ଏୟାର ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ଏୟାରଲାଇନ ପକ୍ଷରୁ ଜୟପୁରରେ ଫସି ରହିଥିବା ଲୋକଙ୍କ ପାଇଁ କୌଣସି ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇ ନଥିଲା।
National
କରିମଗଞ୍ଜର ନାଁ ବଦଳି ହେଲା ଶ୍ରୀଭୂମି
ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଥିବା ସେ କହିଛନ୍ତି।
National
ନକଲି ଡାକ୍ତରଙ୍କ ମେଳି: ଭବ୍ୟ ଉଦଘାଟନର ଦିନକ ପରେ ସିଲ୍ ହେଲା ହସ୍ପିଟାଲ
ଦିନକ ତଳେ ବିରାଟକାୟ ହସ୍ପିଟାଲକୁ ବେଶ ଭବ୍ୟ ଢଙ୍ଗରେ ଉଦଘାଟନ କରାଯାଇଥିଲା। ହେଲେ ଦିନକ ପରେ ନକଲି ଡାକ୍ତରମାନଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି।
Guest Column
ସ୍ୱାଧୀନତାର ୭୫ ବର୍ଷ ପରେ ନୂଆ ଚିନ୍ତନର ଆବଶ୍ୟକତା
କେନ୍ଦ୍ରରେ କ୍ଷମତାସୀନ ବିଜେପି ରାଷ୍ଟ୍ରବାଦ ଏବଂ ଗୋଟିଏ ଦେଶ ଓ ନିର୍ବାଚନ କଥା କହୁଥିଲେ ମଧ୍ୟ ପ୍ରତ୍ୟେକ ଅଞ୍ଚଳର ଭାବନା ଓ ନିଜସ୍ୱ ପରିଚୟ ପାଇଁ ରହିଥିବା ଚେତନା ବିଷୟରେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି। ସେଥିପାଇଁ ଓଡ଼ିଶାରେ ଗତ ନିର୍ବାଚନରେ ରାଜ୍ୟରେ ଗୋଟିଏ ଆଞ୍ଚଳିକ ଦଳ କ୍ଷମତାସୀନ ଥିଲେ ମଧ୍ୟ ତାହା ବିରୋଧରେ ଓଡ଼ିଆ ଅସ୍ମିତାର ସ୍ଳୋଗାନ ଦିଆଯାଇ ସେହି ଦଳକୁ କ୍ଷମତାଚ୍ୟୁତ କରାଗଲା।