‘ନିର୍ଭୟା’ ମାମଲା: ଖାଇବା ପିଇବା କମାଇ ଦେଲେଣି ୪ ଦୋଷୀ

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଥିବା ‘ନିର୍ଭୟା’ ମାମଲାର ୪ ଦୋଷୀ ଏବେ ଅବସାଦରେ ଅଛନ୍ତି। ଏପରିକି ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ସେମାନେ ଖାଇବା ପିଇବା ବି କମାଇ ଦେଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀ ଅକ୍ଷୟ ଠାକୁର, ମୁକେଶ, ପବନ ଗୁପ୍ତା ଏବଂ ବିନୟ ଶର୍ମା ଉପରେ ଜେଲ୍ କର୍ତ୍ତୃପକ୍ଷ କଡ଼ା ନଜର ରଖିଛନ୍ତି। ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ସେମାନେ ଖାଇବା ପିଇବା କମ୍ କରି ନିଜ ଶରୀରର ଯେମିତି କ୍ଷତି ନକରନ୍ତି […]

nirbhaya

Subhransu Sekhar
  • Published: Saturday, 14 December 2019
  • , Updated: 14 December 2019, 12:28 PM IST

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଥିବା 'ନିର୍ଭୟା' ମାମଲାର ୪ ଦୋଷୀ ଏବେ ଅବସାଦରେ ଅଛନ୍ତି। ଏପରିକି ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ସେମାନେ ଖାଇବା ପିଇବା ବି କମାଇ ଦେଇଛନ୍ତି।

ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀ ଅକ୍ଷୟ ଠାକୁର, ମୁକେଶ, ପବନ ଗୁପ୍ତା ଏବଂ ବିନୟ ଶର୍ମା ଉପରେ ଜେଲ୍ କର୍ତ୍ତୃପକ୍ଷ କଡ଼ା ନଜର ରଖିଛନ୍ତି। ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ସେମାନେ ଖାଇବା ପିଇବା କମ୍ କରି ନିଜ ଶରୀରର ଯେମିତି କ୍ଷତି ନକରନ୍ତି ସେ ନେଇ ଜେଲ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ଏବେ ଏହି ୪ ଦୋଷୀଙ୍କ ସୁରକ୍ଷା ପାଇଁ ୫ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଏହି ୪ ଦୋଷୀଙ୍କୁ ତୁରନ୍ତ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ନିର୍ଭୟାଙ୍କ ମା’ ଦିଲ୍ଲୀର ପଟିଆଲା କୋର୍ଟରେ ଆବେଦନ କରିଥିଲେ। ଏହାପରେ ଶୁକ୍ରବାର ଭିଡିଓ କନଫରେନସିଂ ଜରିଆରେ ପଟିଆଲା କୋର୍ଟରେ ଦୋଷୀଙ୍କୁ ହାଜର କରାଯାଇଥିଲା। କୋର୍ଟ ଶୁକ୍ରବାର ଦୋଷୀଙ୍କ ବିରୋଧରେ ଡେଥ୍ ଓ୍ୱାରେଣ୍ଟ ଜାରି କରିବେ ବୋଲି ଜଣାପଡ଼ିଥିଲା। ହେଲେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ ସିଂହ ଠାକୁର ସୁପ୍ରିମକୋର୍ଟରେ କ୍ଷମା ଆବେଦନ କରିଛି। ତେଣୁ ସର୍ବୋଚ୍ଚ କୋର୍ଟଙ୍କ ଶୁଣାଣି ପରେ ପଟିଆଲା କୋର୍ଟ ଶୁଣାଣି କରିବେ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ଅକ୍ଷୟର ଆବେଦନ ଉପରେ ୧୭ ତାରିଖରେ ଶୁଣାଣି କରିବେ। ଏହାପରେ ୧୮ ତାରିଖରେ ପଟିଆଲା କୋର୍ଟ ଶୁଣାଣି କରିବେ ବୋଲି କହିଛନ୍ତି।

Related story