ନିନ୍ଦୁକଙ୍କ ମୁହଁ ବନ୍ଦ କରି ଦେଲେ ହନାନ୍‌; ଦାନ ଟଙ୍କାରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଲେ ଦେଢ଼ ଲକ୍ଷ

ଥିରୁଅନନ୍ତପୁରମ୍: କେରଳରେ ହୋଇଥିବା ବନ୍ୟାରେ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି। ବହୁ ଜୀବନ ଯାଇଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସାରା ଦେଶରୁ କେରଳ ବନ୍ୟାପୀଡ଼ିତଙ୍କ ପାଇଁ ସାହାଯ୍ୟ ଆସୁଛି। ଏହାରି ଭିତରେ ଜଣେ ଛାତ୍ରୀ କେରଳ ଲୋକଙ୍କ ପାଇଁ ଯେଉଁ କାମ କରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଛାତ୍ରୀ ଜଣଙ୍କ ହେଉଛନ୍ତି କୋଚିର ୨୧ ବର୍ଷିଆ ଛାତ୍ରୀ ହନାନ୍‌। ନିଜ ପାଠପଢ଼ା ପାଇଁ ଟଙ୍କା ଯୋଗାଡ଼ କରିବାକୁ ସଂଘର୍ଷ […]

hanan

hanan

Rakesh Mallick
  • Published: Sunday, 19 August 2018
  • Updated: 19 August 2018, 06:12 AM IST

Sports

Latest News

ଥିରୁଅନନ୍ତପୁରମ୍: କେରଳରେ ହୋଇଥିବା ବନ୍ୟାରେ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି। ବହୁ ଜୀବନ ଯାଇଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସାରା ଦେଶରୁ କେରଳ ବନ୍ୟାପୀଡ଼ିତଙ୍କ ପାଇଁ ସାହାଯ୍ୟ ଆସୁଛି। ଏହାରି ଭିତରେ ଜଣେ ଛାତ୍ରୀ କେରଳ ଲୋକଙ୍କ ପାଇଁ ଯେଉଁ କାମ କରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଛାତ୍ରୀ ଜଣଙ୍କ ହେଉଛନ୍ତି କୋଚିର ୨୧ ବର୍ଷିଆ ଛାତ୍ରୀ ହନାନ୍‌। ନିଜ ପାଠପଢ଼ା ପାଇଁ ଟଙ୍କା ଯୋଗାଡ଼ କରିବାକୁ ସଂଘର୍ଷ କରୁଥିବା ହନାନ୍‌ ସୋଶାଲ୍‌ ମିଡିଆରେ କିଛିଦିନ ତଳେ ଟ୍ରଲ୍‌ ହୋଇଥିଲେ।
ଇଡୁକ୍କୀ ଜିଲ୍ଲାର ଥୋଡୁପୁଝାରେ ଏକ ପ୍ରାଇଭେଟ୍‌ କଲେଜ୍‌ରେ ବିଏସ୍‌ସି କରୁଥିବା ହନାନ୍‌ଙ୍କ ସଂଘର୍ଷର କାହାଣୀ ଏକ ମଲୟାଲମ ଦୈନିକ ଖବରକାଗଜରେ ପ୍ରକାଶିତ ହେବା ପରେ ଏହା ଭାଇରାଲ୍ ହୋଇଯାଇଥିଲା। ତେବେ ସୋଶାଲ୍ ମିଡିଆରେ କିଛି ଲୋକ ଏହାକୁ ଟ୍ରଲ୍‌ କରିଥିଲେ। ଏହା ମିଛ ଖବର ବୋଲି ସେମାନେ କହିଥିଲେ। ଯାବତୀୟ କଥା କହି ତାଙ୍କୁ ଅପମାନିତ କରିଥିଲେ। ହେଲେ ଆଜି ସେ କେରଳ ବନ୍ୟାପୀଡ଼ିତଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି।
ହନାନ୍‌ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ବନ୍ୟାପୀଡ଼ିତଙ୍କ ସହାୟତା ପାଇଁ ଦେଢ଼ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହାକୁ ନେଇ ଏବେ ଜୋର ଚର୍ଚ୍ଚା ଧରିଛି। ସୋଶାଲ୍‌ ମିଡିଆରେ ତାଙ୍କୁ ଟ୍ରଲ୍‌ କରିଥିବା ଲୋକଙ୍କ ମୁହଁ ବନ୍ଦ ହୋଇଯାଇଛି।
ହନାନ୍‌ କହିଛନ୍ତି, “ଯେତେବେଳେ ମୁଁ ନିଜ ପରିବାରର ଦେଖାଶୁଣା କରିବାକୁ ଓ ପାଠପଢ଼ାକୁ ନେଇ ସମସ୍ୟାରେ ଥିଲି, ମୋତେ ବହୁ ଲୋକ ଦାନ ଦେଇଥିଲେ। ମୋତେ ଲୋକଙ୍କ ପାଖରୁ ସହାୟତା ମିଳିଥିଲା। ଏବେ ମୋତେ ଖୁସି ଲାଗୁଛି ଯେ ଦାନରେ ମିଳିଥିବା ଟଙ୍କାକୁ ମୁଁ ସେହିମାନଙ୍କ ଉଦ୍ଦେଶ୍ୟରେ ଦେଇଛି ଯେଉଁମାନଙ୍କ ପାଇଁ ଏହା ଏବେ ବହୁତ ଜରୁରୀ।”
ଏହାସହ ରାଜ୍ୟର ବନ୍ୟାପୀଡ଼ିତଙ୍କୁ ଅଧିକରୁ ଅଧିକ ସହାୟତା ଯୋଗାଇ ଦେବାକୁ ମାଛ ଓ ଫୁଲ ବିକ୍ରି କରୁଥିବା ଲୋକଙ୍କୁ ହନାନ୍‌ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos