ଟିଏମ୍‌ସି ସାଂସଦଙ୍କ ଲାଞ୍ଚ ନେବା ପ୍ରସଙ୍ଗ: ଆଡଭାନୀଙ୍କ ନେତୃତ୍ୱରେ ତଦନ୍ତ କରିବ ଏଥିକ୍ସ କମିଟି

ନୂଆଦିଲ୍ଲୀ: କିଛି ଟିଏମ୍‌ସି ସାଂସଦ ଲାଞ୍ଚ ନେଉଥିବାର ଷ୍ଟିଙ୍ଗ ଅପରେସନ ପ୍ରସଙ୍ଗ ପଦାକୁ ଆସିବା ପରେ ଏହାର ତଦନ୍ତ ପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏହି ପ୍ରସଙ୍ଗକୁ ବୁଧବାର ଏଥିକ୍ସ କମିଟି ନିକଟକୁ ପଠାଇଛନ୍ତି। ବିଜେପିର ବରିଷ୍ଠ ନେତା ଏଲ୍‌.କେ ଆଡଭାନୀଙ୍କ ନେତୃତ୍ୱରେ ଏହି ପ୍ରସଙ୍ଗର ତଦନ୍ତ କରାଯିବ। ପ୍ରଶ୍ନକାଳ ଶେଷ ହେବାର ତତକ୍ଷଣାତ୍‌ ପରେ ବାଚସ୍ପତି ସୁମିତ୍ରା ମହାଜନ୍‌ ଏନେଇ ଘୋଷଣା କରିଥିଲେ। ବିଜେପିର ଅଭିଯୋଗ ପରେ କଂଗ୍ରେସ ଓ ସିପିଆଇ-ଏମ୍‌ର ସାଂସଦ ଗୃହର […]

sumitra mahajan

Rakesh Mallick
  • Published: Wednesday, 16 March 2016
  • , Updated: 16 March 2016, 11:28 AM IST

ନୂଆଦିଲ୍ଲୀ: କିଛି ଟିଏମ୍‌ସି ସାଂସଦ ଲାଞ୍ଚ ନେଉଥିବାର ଷ୍ଟିଙ୍ଗ ଅପରେସନ ପ୍ରସଙ୍ଗ ପଦାକୁ ଆସିବା ପରେ ଏହାର ତଦନ୍ତ ପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏହି ପ୍ରସଙ୍ଗକୁ ବୁଧବାର ଏଥିକ୍ସ କମିଟି ନିକଟକୁ ପଠାଇଛନ୍ତି। ବିଜେପିର ବରିଷ୍ଠ ନେତା ଏଲ୍‌.କେ ଆଡଭାନୀଙ୍କ ନେତୃତ୍ୱରେ ଏହି ପ୍ରସଙ୍ଗର ତଦନ୍ତ କରାଯିବ।

ପ୍ରଶ୍ନକାଳ ଶେଷ ହେବାର ତତକ୍ଷଣାତ୍‌ ପରେ ବାଚସ୍ପତି ସୁମିତ୍ରା ମହାଜନ୍‌ ଏନେଇ ଘୋଷଣା କରିଥିଲେ। ବିଜେପିର ଅଭିଯୋଗ ପରେ କଂଗ୍ରେସ ଓ ସିପିଆଇ-ଏମ୍‌ର ସାଂସଦ ଗୃହର ମଧ୍ୟଭାଗକୁ ଆସି ଟିଏମ୍‌ସି ସଦସ୍ୟଙ୍କ ଉପରେ ବର୍ଷିବା ସହ ଏହାର ତଦନ୍ତ କରିବାକୁ ଦାବି କରିଥିଲେ।

ଟିଏମ୍‌ସିର ସାଂସଦ ସୌଗତ ରୟ ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ଦୃଢ ବିରୋଧ କରିଥିଲେ। ସେ କହିଛନ୍ତି, ଯଦିବା  ସାଂସଦମାନେ ଏପରି କରିଛନ୍ତି ଏହା ବାଚସ୍ପତିଙ୍କ ନ୍ୟାୟଯୁକ୍ତ ନିଷ୍ପତ୍ତି ନୁହେଁ।

ଅନ୍ୟପକ୍ଷରେ ସେ କହିଛନ୍ତି ଯେ ତାଙ୍କ ଦଳପକ୍ଷରୁ ଆଡଭାନୀଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି। ଏହି ଭେଟାରାନ୍‌ ବିଜେପି ସଦସ୍ୟ ଏହାର ଉପଯୁକ୍ତ ତଦନ୍ତ କରିବେ।

ସୂଚନାଯୋଗ୍ୟ, କିଛି ଘରୋଇ ଫାର୍ମଙ୍କୁ ସାହଯ୍ୟ କରିବାକୁ ଲାଞ୍ଚ ନେଉଥିବା ବେଳେ ଟିଏମ୍‌ସିର ୧୧ଜଣ ସାଂସଦ ଏକ ଷ୍ଟିଙ୍ଗ ଅପରେସନରେ ଧରାପଡିଥିଲେ। ୨୦୦୫ରେ ସାଂସଦର ଏକ ଏଥିକ୍ସ କମିଟି ୧୧ ଜଣ ସାଂସଦଙ୍କ ସଭ୍ୟପଦ ରଦ୍ଦ କରିଥିଲେ। ଏହି ୧୧ଜଣ ସାଂସଦଙ୍କ ମଧ୍ୟରୁ ଜଣେ ରାଜ୍ୟସଭାର ସଦସ୍ୟ ଥିବା ବେଳେ ଅନ୍ୟମାନେ ଲୋକସଭା ସଭ୍ୟ ଥିଲେ।

Related story