ବିମାନ ଦୁର୍ଘଟଣାରୁ ବର୍ତ୍ତିଲେ ମାସୁଦ

କରାଚି: ପାକିସ୍ତାନର କରାଚିରେ ହୋଇଥିବା ବିମାନ ଦୁର୍ଘଟଣାରେ ୯୯ ଯାତ୍ରୀ ଏବଂ ୮ କ୍ର୍ୟୁ ସଦସ୍ୟଙ୍କ ମଧ୍ୟରୁ ୧୪ରୁ ୪୦ ଜଣ ସୁରକ୍ଷିତ ଥାଇପାରନ୍ତି। ତେବେ ଏହି ସଂଖ୍ୟା ପାକିସ୍ତାନର ବିଭିନ୍ନ ଚ୍ୟାନେଲର ରିପୋର୍ଟ ଅନୁଯାୟୀ ଭିନ୍ନ ଭିନ୍ନ ରହିଛି। ପାକିସ୍ତାନର ପ୍ରମୁଖ ଟିଭି ଚ୍ୟାନେଲ ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ୧୦୭ ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ କେବଳ ସୁରକ୍ଷିତ ରହିଛନ୍ତି। ସୌଭାଗ୍ୟବଶତଃ ତାଙ୍କ ଶରୀରରେ କୌଣସି ପ୍ରକାର ଆଘାତ ଲାଗିନଥିବା ଜଣାପଡ଼ିଛି। ହସ୍ପିଟାଲ ମଧ୍ୟ […]

PAK ACCIDENT FLIGHT

PAK ACCIDENT FLIGHT

Subhransu Sekhar
  • Published: Friday, 22 May 2020
  • Updated: 22 May 2020, 08:08 PM IST

Sports

Latest News

କରାଚି: ପାକିସ୍ତାନର କରାଚିରେ ହୋଇଥିବା ବିମାନ ଦୁର୍ଘଟଣାରେ ୯୯ ଯାତ୍ରୀ ଏବଂ ୮ କ୍ର୍ୟୁ ସଦସ୍ୟଙ୍କ ମଧ୍ୟରୁ ୧୪ରୁ ୪୦ ଜଣ ସୁରକ୍ଷିତ ଥାଇପାରନ୍ତି। ତେବେ ଏହି ସଂଖ୍ୟା ପାକିସ୍ତାନର ବିଭିନ୍ନ ଚ୍ୟାନେଲର ରିପୋର୍ଟ ଅନୁଯାୟୀ ଭିନ୍ନ ଭିନ୍ନ ରହିଛି।

ପାକିସ୍ତାନର ପ୍ରମୁଖ ଟିଭି ଚ୍ୟାନେଲ ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ୧୦୭ ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ କେବଳ ସୁରକ୍ଷିତ ରହିଛନ୍ତି। ସୌଭାଗ୍ୟବଶତଃ ତାଙ୍କ ଶରୀରରେ କୌଣସି ପ୍ରକାର ଆଘାତ ଲାଗିନଥିବା ଜଣାପଡ଼ିଛି। ହସ୍ପିଟାଲ ମଧ୍ୟ ତାଙ୍କୁ ବିପଦମୁକ୍ତ ବୋଲି କହିଥିବା ଜଣାପଡ଼ିଛି।

ସୁରକ୍ଷିତ ଥିବା ଯାତ୍ରୀଙ୍କ ନାମ ଜାଫର ମାସୁଦ। ସେ ବ୍ୟାଙ୍କ ଅଫ୍ ପଞ୍ଜାବର ସିଇଓ। ସେ ବିମାନର ୧ସି ସିଟ୍ ନମ୍ୱରରେ ବସିଥିଲେ। ବିମାନରେ ଥିବା ୯୯ ଯାତ୍ରୀଙ୍କ ମଧ୍ୟରେ ଜାଫର ମଧ୍ୟ ଥିଲେ। ବିମାନଟି ଦୁର୍ଘଟଣାର ଶିକାର ହେବା ପରେ ଜାଫର ସୁରକ୍ଷିତ ଥିବା ଦେଖି ଡରୁଲ ସେହଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ବିପଦମୁକ୍ତ ବୋଲି ଜିଓ ନ୍ୟୁଜ ପକ୍ଷରୁ କୁହାଯାଇଛି।

[caption id="attachment_531733" align="aligncenter" width="650"] ଜାଫର ମାସୁଦ[/caption]

ମାସୁଦଙ୍କ ଓଠ ଏବଂ କାନ୍ଧରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି। ସେ ହସ୍ପିଟାଲରେ ତାଙ୍କ ମା’ଙ୍କ ସହିତ କଥା ହୋଇଥିବା ଜିଓ ନ୍ୟୁଜ ପକ୍ଷରୁ ସୂଚନା ମିଳିଛି। ମାସୁଦଙ୍କ ସହିତ ତାଙ୍କ ଭାଇ ମଧ୍ୟ ରହିଥିବା ସୂଚନା ରହିଛି। ଆଉ ଜଣେ ଯାତ୍ରୀ ତଥା ଏକ ଘରୋଇ କମ୍ପାନୀର ସିଇଓ ଖିଲାଦ ଶେରଦିଲ୍ ୧ଏଫ ସିଟରେ ବସିଥିଲେ। ସେ ସୁରକ୍ଷିତ ଥିବା ଜଣାପଡ଼ିଛି।

ଅନ୍ୟପଟେ ଅନ୍ୟ ଜଣେ ଅମର ରସିଦ ନାମକ ବ୍ୟକ୍ତି ସେ ୨୦ଏଫ୍ ସିଟରେ ବସିଥିଲେ। ରସିଦ ସୁରକ୍ଷିତ ଥିବା ନେଇ ତାଙ୍କ ପରିବାର ଲୋକେ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।

ତେବେ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ୧୪ରୁ ୪୦ ଯାତ୍ରୀ ସୁରକ୍ଷିତ ରହିପାରନ୍ତି। ଏବେ ଉଦ୍ଧାର କାର୍ଯ୍ୟ ଚାଲିଥିବା ସୂଚନା ରହିଛି। ଆହତଙ୍କ ମଧ୍ୟରେ ଦୁର୍ଘଟଣାସ୍ଥଳ ମଡେଲ କଲୋନୀ ବାସିନ୍ଦା ରହିଥାଇପାରନ୍ତି ବୋଲି ଆକଳନ କରାଯାଉଛି। ଖବର ଲେଖା ହେବା ସୁଦ୍ଧା ୧୧ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେଥିମଧ୍ୟରୁ ୬ ଜଣ ଆହତ ଥିବା ଜଣାପଡ଼ିଛି।

ଲାହୋରରୁ କରାଚି ଆସୁଥିଲା ଏହି ବିମାନ। ଜିନା ଇଣ୍ଟରନେଶନାଲ ବିମାନ ବନ୍ଦରରେ ଅବତରଣ କରିବା ପୂର୍ବରୁ ମଲିର ନିକଟରେ ଥିବା ମଡେଲ କଲୋନୀରେ ବିମାନଟି ଖସି ପଡ଼ିଥିଲା। ବିମାନରେ ୯୯ ଜଣ ଯାତ୍ରୀ ଥିବା ବେଳେ ୮ ଜଣ କ୍ର୍ୟୁ ମେମ୍ୱର ବା ବିମାନ କର୍ମଚାରୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story