ସଂସଦରେ ଟ୍ରାନ୍ସଜେଣ୍ଡର ବିଲ୍‌ ପାରିତ

ନୂଆଦିଲ୍ଲୀ: ମଙ୍ଗଳବାର ରାଜ୍ୟସଭାରେ ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ସୁରକ୍ଷା ଉଦ୍ଦିଷ୍ଟ ଟ୍ରାନ୍ସଜେଣ୍ଡର ବିଲ୍‌ ପାରିତ ହୋଇଛି। ପୂର୍ବରୁ ଏହା ଅଗଷ୍ଟ ୫ ତାରିଖରେ ଲୋକସଭାରେ ପାରିତ ହୋଇଥିଲା। ଟ୍ରାନ୍ସଜେଣ୍ଡର ପର୍ସନ୍ସ (ପ୍ରୋଟେକ୍ସନ୍‌ ଅଫ୍‌ ରାଇଟ୍ସ) ବିଲ୍‌ ୨୦୧୯ରେ ଟ୍ରାନ୍ସଜେଣ୍ଡରଙ୍କ ସାମାଜିକ, ଆର୍ଥିକ ଏବଂ ଶୈକ୍ଷିକ ସଶକ୍ତିକରଣ ପାଇଁ ବ୍ୟବସ୍ଥା ରହିଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥୱର ଚାନ୍ଦ ଗେହଲଟ୍‌ ଗତ ନଭେମ୍ବର ୨୦ ତାରିଖରେ ଏହି ବିଲ ରାଜ୍ୟସଭାରେ ଆଗତ କରିଥିଲେ। ଯଦିଓ ବିରୋଧୀ […]

parliament

Subrat Kumar Nayak
  • Published: Tuesday, 26 November 2019
  • , Updated: 26 November 2019, 08:02 PM IST

ନୂଆଦିଲ୍ଲୀ: ମଙ୍ଗଳବାର ରାଜ୍ୟସଭାରେ ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ସୁରକ୍ଷା ଉଦ୍ଦିଷ୍ଟ ଟ୍ରାନ୍ସଜେଣ୍ଡର ବିଲ୍‌ ପାରିତ ହୋଇଛି। ପୂର୍ବରୁ ଏହା ଅଗଷ୍ଟ ୫ ତାରିଖରେ ଲୋକସଭାରେ ପାରିତ ହୋଇଥିଲା।

ଟ୍ରାନ୍ସଜେଣ୍ଡର ପର୍ସନ୍ସ (ପ୍ରୋଟେକ୍ସନ୍‌ ଅଫ୍‌ ରାଇଟ୍ସ) ବିଲ୍‌ ୨୦୧୯ରେ ଟ୍ରାନ୍ସଜେଣ୍ଡରଙ୍କ ସାମାଜିକ, ଆର୍ଥିକ ଏବଂ ଶୈକ୍ଷିକ ସଶକ୍ତିକରଣ ପାଇଁ ବ୍ୟବସ୍ଥା ରହିଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥୱର ଚାନ୍ଦ ଗେହଲଟ୍‌ ଗତ ନଭେମ୍ବର ୨୦ ତାରିଖରେ ଏହି ବିଲ ରାଜ୍ୟସଭାରେ ଆଗତ କରିଥିଲେ। ଯଦିଓ ବିରୋଧୀ ଦଳ ଏହାକୁ ସିଲେକ୍ସନ୍‌ କମିଟିକୁ ପଠାଇବାକୁ ଚାହୁଁଥିଲେ, ଏହା ବିଲ୍‌ ପାରିତ କରାଇବାରେ ସମସ୍ୟା କରିନଥିଲା। ସରକାର ବିରୋଧୀଙ୍କ ମୋସନ୍‌ ବିରୋଧରେ ୭୪ ଭୋଟ୍‌ ପାଇଥିଲେ।

ଏହି ବିଲ୍‌ ବାବଦରେ ମତଦେଇ କେନ୍ଦ୍ରମନ୍ତ୍ରୀ ଗେହଲଟ୍ କହିଛନ୍ତି, ନିୟମ ପ୍ରସ୍ତୁତି ସମୟରେ ଗୃହର ସଦସ୍ୟମାନେ ଦେଇଥିବା ପରାମର୍ଶସବୁକୁ ସ୍ଥାନ ଦିଆଯିବ। ପୂର୍ବରୁ ଜିଲ୍ଲାପାଳ ଏକ ଡାକ୍ତରୀପରୀକ୍ଷା କରି ଜଣଙ୍କୁ ଟ୍ରାନ୍ସଜେଣ୍ଡର ବୋଲି ପ୍ରମାଣ ଦେବା ପାଇଁ ଏକ କ୍ଲଜ୍‌ ରହିଥିଲେ ମଧ୍ୟ, ପରେ ଏହାକୁ ବାଦ୍‌ ଦିଆଯାଇଛି। ପିଲାଙ୍କ କ୍ଷେତ୍ରରେ ତାଙ୍କର ବାପା ମା’ ଚିହ୍ନଟ ପାଇଁ ଆବେଦନ କରିପାରିବେ।

ମନ୍ତ୍ରୀ କହିଛନ୍ତି, ଟ୍ରାନ୍ସଜେଣ୍ଡରଙ୍କ ପ୍ରତି ହେଉଥିବା ଭେଦଭାବ ଦୂର କରିବା ପାଇଁ ଏହି ବିଲ୍‌ ଅଣାଯାଇଥିଲା। ଏଥିନେଇ ବିଧେୟକ କାର୍ଯ୍ୟକାରୀ ହେବା ପରେ ଏକ ଜାତୀୟ ପରିଷଦ ଗଠନ କରାଯିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହା ଫଳରେ ଟ୍ରାନ୍ସଜେଣ୍ଡରମାନେ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ବିଭିନ୍ନ ସରକାରୀ ଯୋଜନାର ଫାଇଦା ନେଇପାରିବେ। ଏହି ବିଲ୍‌ରେ ଷ୍ଟାଣ୍ଡିଂ କମିଟିର ପରାମର୍ଶ ମଧ୍ୟ ରହିଥିବା ସେ କହିଛନ୍ତି।

Related story