Advertisment

ରେଜଲ୍ଟ ପୂର୍ବରୁ ବିଜୟ ଘୋଷଣା କଲେ ଟ୍ରମ୍ପ, କହିଲେ ସୁପ୍ରିମକୋର୍ଟ ଯିବେ

ୱାଶିଂଟନ: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ? ପୁଣିଥରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବେ ନା ଜୋ ବାଇଡେନ କ୍ଷମତା ଦଖଲ କରିବେ? ଏଭଳି ପ୍ରଶ୍ନ ଭିତରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ବାଇଡେନ ୨୩୮ ଭୋଟ ପାଇ ଆଗରେ ଥିଲା ବେଳେ ଟ୍ରମ୍ପ ୨୧୩ ଖଣ୍ଡ ଭୋଟ ପାଇଛନ୍ତି। ତେବେ ଚୂଡ଼ାନ୍ତ ରେଜଲ୍ଟ ପୂର୍ବରୁ ଟ୍ରମ୍ପ ନିଜକୁ ବିଜୟୀ ଘୋଷଣା କରିଛନ୍ତି। ଏଥିସହ ସେ ଜୋ […]

ଅଦ୍ୟତନ ହୋଇଛି
ରେଜଲ୍ଟ ପୂର୍ବରୁ ବିଜୟ ଘୋଷଣା କଲେ ଟ୍ରମ୍ପ, କହିଲେ ସୁପ୍ରିମକୋର୍ଟ ଯିବେ

g

Advertisment

ୱାଶିଂଟନ: ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ? ପୁଣିଥରେ ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ହେବେ ନା ଜୋ ବାଇଡେନ କ୍ଷମତା ଦଖଲ କରିବେ? ଏଭଳି ପ୍ରଶ୍ନ ଭିତରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ବାଇଡେନ ୨୩୮ ଭୋଟ ପାଇ ଆଗରେ ଥିଲା ବେଳେ ଟ୍ରମ୍ପ ୨୧୩ ଖଣ୍ଡ ଭୋଟ ପାଇଛନ୍ତି।

Advertisment

ତେବେ ଚୂଡ଼ାନ୍ତ ରେଜଲ୍ଟ ପୂର୍ବରୁ ଟ୍ରମ୍ପ ନିଜକୁ ବିଜୟୀ ଘୋଷଣା କରିଛନ୍ତି। ଏଥିସହ ସେ ଜୋ ବାଇଡେନଙ୍କ ଦଳ ଭୋଟ ଗଣତିରେ ହେରଫେର କରୁଛି ଓ ଆଗକୁ ମଧ୍ୟ କରିବ ବୋଲି ଆଶଙ୍କା କରିଛନ୍ତି। ଯଦି ଭୋଟ ଗଣତିରେ ହୋଇଥିବା ହେରଫେର ବିରୋଧରେ ସେ ସୁପ୍ରିମକୋର୍ଟ ଯିବାକୁ ମଧ୍ୟ ଧମକ ଦେଇଛନ୍ତି।

ହ୍ୱାଇଟ ହାଉସ୍‌ରେ ସାମ୍ବାଦିକ ସମ୍ମିଳନୀ କରି ଟ୍ରମ୍ପ କହିଛନ୍ତି, ଆମେ ବିଜୟୀ ହେବାକୁ ଯାଉଛୁ। କହିବାକୁ ଗଲେ ଆମେ ଜିତି ସାରିଛୁ। ରିପବ୍ଲିକାନ୍ସମାନେ ଗୋଟିଏ ବିରାଟ ଉତ୍ସବ ପାଳନ କରିବାକୁ ଯାଉଛନ୍ତି। ତେବେ ତତ୍‌କ୍ଷଣାତ କିଛି ଅଘଟଣ ଘଟିଛି। ଆମେ ଏକାଧିକ ରାଜ୍ୟରେ ବିଜୟୀ ହୋଇ ଚାଲିଥିଲୁ। ଏହା ଘୋଷଣା ହେବାର ଥିଲା। କିନ୍ତୁ ହଠାତ୍‌ ସେଠାରେ ହେରଫେର ହୋଇଗଲା।

Advertisment

ଆମେରିକାବାସୀଙ୍କ ସହ ଧୋକ୍କା ହେଲା। ତେବେ ଆମେ ଏସବୁ ହେବାକୁ ଦେବୁନି। ଆମେ ଏହା ବିରୋଧରେ କୋର୍ଟକୁ ଯିବୁ। ସବୁ ଭୋଟ କାଉଣ୍ଟିଂ ବନ୍ଦ କରିଦେବୁ। ନୂଆ ବାଲଟ ରାତି ୪ଟାରେ ସେମାନଙ୍କ ସଂଖ୍ୟାକୁ ବୃଦ୍ଧି କରିବାକୁ ଆସିଯିବ। ଏହା କେବଳ ଏକ ଲଜ୍ଜାଜନକ ଘଟଣା।

କିନ୍ତୁ ଆମେ କେବେ ହେଲେ ସେମାନଙ୍କୁ ଏପରି କରିବାକୁ ଦେବୁନାହିଁ। ରେଜଲ୍ଟ ବହୁତ ଭଲ ହୋଇଛି। ଆମେ ନିଶ୍ଚିତ ବିଜୟୀ ହେବୁ। ଏକାଧିକ ରାଜ୍ୟରେ ଆମେ ଯଥେଷ୍ଟ ଆଗରେ ରହିଛୁ। ସେମାନେ କେବେ ହେଲେ ଆମ ଆଖପାଖ ମାଡ଼ି ପାରିବେ ନାହିଁ ବୋଲି ସେ କହିଛନ୍ତି।

ପଢନ୍ତୁ : ମିରାଜ ଯୁଦ୍ଧ ବିମାନର ଭୟଙ୍କର ଏୟାର ଷ୍ଟ୍ରାଇକ, ୫୦ ଆତଙ୍କବାଦୀ ସଫା

Odia News USA Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe