ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଦୁଇ ବିଧାୟକ ଦେଲେ ଇସ୍ତଫା

ଗାନ୍ଧୀନଗର: ଗୁରୁବାର ଗୁଜରାଟର ଦୁଇ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି। ୧୯ ତାରିଖରେ ଗୁଜରାଟରେ ୪ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବ। ଏହା ପୂର୍ବରୁ ଦୁଇ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତି ସକ୍ରିୟ ହୋଇଛି। କଂଗ୍ରେସର ଦୁଇ ବିଧାୟକ ଇସ୍ତଫା ଦେବା ଆଗାମୀ ଦିନରେ ରାଜ୍ୟର ଶାସକ ଦଳକୁ ସୁହାଇବ ବୋଲି ଆକଳନ କରାଯାଉଛି। ଇସ୍ତଫା ଦେଇଥିବା ଦୁଇ କଂଗ୍ରେସ ବିଧାୟକ ଅକ୍ସୟ ପଟେଲ ଏବଂ ଜିତୁ ଚୌଧୁରୀ ଆଜି ବାଚସ୍ପତି […]

CONGRESS

Subhransu Sekhar
  • Published: Thursday, 04 June 2020
  • , Updated: 04 June 2020, 08:54 PM IST

ଗାନ୍ଧୀନଗର: ଗୁରୁବାର ଗୁଜରାଟର ଦୁଇ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି। ୧୯ ତାରିଖରେ ଗୁଜରାଟରେ ୪ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବ। ଏହା ପୂର୍ବରୁ ଦୁଇ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତି ସକ୍ରିୟ ହୋଇଛି। କଂଗ୍ରେସର ଦୁଇ ବିଧାୟକ ଇସ୍ତଫା ଦେବା ଆଗାମୀ ଦିନରେ ରାଜ୍ୟର ଶାସକ ଦଳକୁ ସୁହାଇବ ବୋଲି ଆକଳନ କରାଯାଉଛି। ଇସ୍ତଫା ଦେଇଥିବା ଦୁଇ କଂଗ୍ରେସ ବିଧାୟକ ଅକ୍ସୟ ପଟେଲ ଏବଂ ଜିତୁ ଚୌଧୁରୀ ଆଜି ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି। ବାଚସ୍ପତି ମଧ୍ୟ ଇସ୍ତଫା ପତ୍ର ଗ୍ରହଣ କରିଥିବା ନେଇ କହିଛନ୍ତି।

ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବାର ଥିଲା। ହେଲେ କରୋନା ଭାଇରସ ସଂକ୍ରମଣ ପାଇଁ ଦେଶ ଲକଡାଉନ୍ ରହିବାରୁ ନିର୍ବାଚନ ଘୁଞ୍ଚାଇ ଦିଆଯାଇଥିଲା। ସେତେବେଳେ ୫ କଂଗ୍ରେସ ବିଧାୟକ ଇସ୍ତଫା ଦେଇଥିଲା। ଏବେ ୧୯ ତାରିଖରେ ନିର୍ବାଚନ ହେବାକୁ ଥିବା ବେଲେ ମୋଟ୍ ୭ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି।

ଗୁଜରାଟ କଂଗ୍ରେସ ବିଧାୟକ ଅମିତ ଚଭଡା କହିଛନ୍ତି, କରୋନା ମହାମାରୀ ବେଳେ ରାଜ୍ୟର ଶାସକ ଦଳ ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ବଦଳରେ ବିଧାୟକ କିଣିବାକୁ ପ୍ରୟାସ କରୁଛନ୍ତି।
ରାଜ୍ୟ ବିଜେପି ସଭାପତି ଜିତୁ ଭଗାନି କହିଛନ୍ତି, କଂଗ୍ରେସ ଦଳୀୟ ବିଧାୟକଙ୍କୁ ସମ୍ମାନ ଦେଇ ଜାଣିନି। କଂଗ୍ରେସ ଲୋକଙ୍କ ଆସ୍ଥା ହରାଇଥିଲା ଏବେ ବିଧାୟକଙ୍କ ଆସ୍ଥା ହରାଇଛି।

ସୂଚନାଯୋଗ୍ୟ, ୧୮୨ ବିଧାୟକଙ୍କ ମଧ୍ୟରୁ ବିଜେପିର ୧୦୩ ବିଧାୟକ ରହିଛନ୍ତି। କଂଗ୍ରେସରୁ ବିଧାୟକମାନେ ଇସ୍ତଫା ଦେବା ପରେ ଏବେ ୬୬ ବିଧାୟକ ରହିଛନ୍ତି। ୪ଟି ଆସନରୁ ଗୋଟିଏ ଆସନ ପାଇଁ ୩୫ ବିଧାୟକ ଆବଶ୍ୟକ ରହିଛି। ଏବେ ବିଜେପିର ବିଧାୟକ ସଂଖ୍ୟାକୁ ଦେଖିଲେ ଦୁଇଟି ଆସନ ସୁନିଶ୍ଟିତ ରହିଛି। ଆଉ ଏକ ଆସନ ଜିତିବା ପାଇଁ ବିଜେପିକୁ ୨ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ସେହିପରି କଂଗ୍ରେସ ଗୋଟିଏ ଆସନରେ ଜିତିବା ସ୍ପଷ୍ଟ ହୋଇଥିବା ବେଳେ ଆଉ ଏକ ଆସନ ପାଇଁ ୪ ବିଧାୟକଙ୍କ ସମର୍ଥନ ଦରକାର। ଯାହାକି ଦଳ ପାଇଁ କଷ୍ଟକର।

Related story