ୟୁଏନ୍ ପ୍ରତିବନ୍ଧକର କିଛି ସମୟ ପରେ ମିଜାଇଲ ପରୀକ୍ଷା କଲା ଉତ୍ତର କୋରିଆ

ୟୌଙ୍ଗୟାଙ୍ଗ: ଜାତିସଂଘ ପକ୍ଷରୁ ପ୍ରତିବନ୍ଧକ ଲଗାଇବାର କିଛି ସମୟ ପରେ ଉତ୍ତର କୋରିଆ ସ୍ୱଳ୍ପ ଦୂରଗାମୀ ମିଜାଇଲ୍ ପରୀକ୍ଷା କରିଛି। ଦକ୍ଷିଣ କୋରିଆ ରକ୍ଷା ମନ୍ତ୍ରାଳୟ ପକ୍ଷରୁ ସମୁଦ୍ରର ଉତ୍ତର ଭାଗରେ ଏହି ପରୀକ୍ଷଣ କରାଯାଇଥିବା ଦାବି କରାଯାଇଛି। ୟୁନ୍ ପକ୍ଷରୁ ଉତ୍ତର କୋରିଆର ସମସ୍ତ ପ୍ରକାର ପରମାଣୁ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସ୍ଥଳପଥ, ଜଳପଥ ଓ ଆକାଶ ମାର୍ଗ ଉତ୍ତର କୋରିଆର ଆମଦାନୀ ଓ ରତ୍ପାନୀ ଉପରେ ବାଧ୍ୟତାମୂଳକ ତଲାସୀ, ଛୋଟ ହତିଆର ବିକ୍ରି […]

north-korea- 5

Rakesh Mallick
  • Published: Thursday, 03 March 2016
  • , Updated: 04 May 2017, 03:44 PM IST

ୟୌଙ୍ଗୟାଙ୍ଗ: ଜାତିସଂଘ ପକ୍ଷରୁ ପ୍ରତିବନ୍ଧକ ଲଗାଇବାର କିଛି ସମୟ ପରେ ଉତ୍ତର କୋରିଆ ସ୍ୱଳ୍ପ ଦୂରଗାମୀ ମିଜାଇଲ୍ ପରୀକ୍ଷା କରିଛି। ଦକ୍ଷିଣ କୋରିଆ ରକ୍ଷା ମନ୍ତ୍ରାଳୟ ପକ୍ଷରୁ ସମୁଦ୍ରର ଉତ୍ତର ଭାଗରେ ଏହି ପରୀକ୍ଷଣ କରାଯାଇଥିବା ଦାବି କରାଯାଇଛି।

ୟୁନ୍ ପକ୍ଷରୁ ଉତ୍ତର କୋରିଆର ସମସ୍ତ ପ୍ରକାର ପରମାଣୁ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସ୍ଥଳପଥ, ଜଳପଥ ଓ ଆକାଶ ମାର୍ଗ ଉତ୍ତର କୋରିଆର ଆମଦାନୀ ଓ ରତ୍ପାନୀ ଉପରେ ବାଧ୍ୟତାମୂଳକ ତଲାସୀ, ଛୋଟ ହତିଆର ବିକ୍ରି ଓ ବ୍ୟବହାର ଉପରେ ୟୁଏନ୍ ପ୍ରତିବନ୍ଧ ଲଗାଇଛି। ମିଜାଇଲ୍ ପରୀକ୍ଷାର କିଛି ସମୟ ପୂର୍ବରୁ ୟୁଏନ୍ ପକ୍ଷରୁ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ଉତ୍ତର କୋରିଆ ଉପରେ ଏହି ସବୁ ପ୍ରତିବନ୍ଧକ ଲଗାଯାଇଥିଲା।

ତେବେ ଉତ୍ତର କୋରିଆର ଏହି ମିଜାଇଲ ପରୀକ୍ଷଣ ବିପଦଜନକ ନ ଥିବା ଦର୍ଶା ଯାଉଥିଲେ ମଧ୍ୟ ୟୁଏନ୍ ଲଗାଇ ଥିବା ପ୍ରତିବନ୍ଧକର ଏହା ଜବାବ ବୋଲି ଆଲୋଚନା ହେଉଛି।

Related story