Advertisment

ଫାଇଜର ଟିକାକୁ ଗ୍ରୀନ ସିଗନାଲ୍

ଲଣ୍ଡନ: କରୋନା ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଫାଇଜର ବାୟୋନଟେକକୁ ବ୍ୟବହାର ପାଇଁ ଅନୁମତି ଦେଲା ବ୍ରିଟେନ୍। ସମଗ୍ର ବିଶ୍ୱରେ ଏହି ଟିକାକୁ ବ୍ୟବହାର କରିବା ପାଇଁ ଅନୁମତି ମିଳିଛି। ପ୍ରଥମ ଥର ପାଇଁ ଗୋଟିଏ ଟିକାକୁ ସାରା ବିଶ୍ୱରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ୟୁକେରେ ଏହି ଟିକା ଜନବସତି ଅନୁସାରେ ବିତରଣ ହେବ ବୋଲି ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ବୁଧବାର କହିଛି। ମଙ୍ଗଳବାର ମଡର୍ଣ୍ଣା ସହିତ ଫାଇଜର ବାୟୋନଟେକ ଜରୁରୀକାଳୀନ ଟିକା […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଫାଇଜର ଟିକାକୁ ଗ୍ରୀନ ସିଗନାଲ୍

biontech

ଲଣ୍ଡନ: କରୋନା ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଫାଇଜର ବାୟୋନଟେକକୁ ବ୍ୟବହାର ପାଇଁ ଅନୁମତି ଦେଲା ବ୍ରିଟେନ୍। ସମଗ୍ର ବିଶ୍ୱରେ ଏହି ଟିକାକୁ ବ୍ୟବହାର କରିବା ପାଇଁ ଅନୁମତି ମିଳିଛି। ପ୍ରଥମ ଥର ପାଇଁ ଗୋଟିଏ ଟିକାକୁ ସାରା ବିଶ୍ୱରେ ବ୍ୟବହାର କରିବାକୁ ଅନୁମତି ମିଳିଛି। ୟୁକେରେ ଏହି ଟିକାଜନବସତି ଅନୁସାରେ ବିତରଣ ହେବ ବୋଲି ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ବୁଧବାର କହିଛି।

Advertisment

ମଙ୍ଗଳବାର ମଡର୍ଣ୍ଣା ସହିତ ଫାଇଜର ବାୟୋନଟେକ ଜରୁରୀକାଳୀନ ଟିକା ଭାବରେ ବ୍ୟବହାର ପାଇଁ ୟୁରୋପିଆନ୍ ୟୁନିଅନକୁ ଅନୁମତି ମାଗିଥିଲେ। ଅନୁମତି ମାଗିବା ବେଳେ ଫାଇଜର ବାୟୋନଟେକ କହିଛି ଏହି ଟିକାକୁ ଚଳିତ ମାସରେ ୟୁରୋପିଆନ୍ ୟୁନିଅନରେ ବ୍ୟବହାର କରିହେବ। ସୂଚନାଯୋଗ୍ୟ, ଫାଇଜର ହେଉଛି ୟୁକେର ଫାର୍ମା କମ୍ପାନୀ ଏବଂ ବାୟୋନଟେକ ଜର୍ମାନୀର ଏକ କମ୍ପାନୀ। ଦୁଇ କମ୍ପାନୀ ମିଳିତ ଭାବରେ କରୋନା ଟିକା ପ୍ରସ୍ତୁତ କରିଛନ୍ତି।

ଅଧିକ ପଢନ୍ତୁ : ଟିକାକରଣ ପାଇଁ ଓଡ଼ିଶା ପ୍ରସ୍ତୁତ, ଖୋଲିବ ୩୦ ହଜାର ଟିକା ବିତରଣ କେନ୍ଦ୍ର

Advertisment

ୟୁରୋପିଆନ୍ ମେଡିସିନ୍ ଏଜେନ୍ସି କହିଛି ଯେ ଅନୁମତି ପାଇଁ ଦୁଇଟି ଟିକା ଆବେଦନ ହୋଇଥିଲା। ସମସ୍ତ ଟିକା ପରୀକ୍ଷାଗାରରେ ଅନୁମତି ପାଇସାରିଛି।

ତେବେ ଏହି ଟିକା କେତେ ଦୂର ସୁରକ୍ଷିତ ଏବଂ ପ୍ରଭାବୀ ଏ ବାବଦରେ ଡିସେମ୍ୱର ଶେଷ ସୁଦ୍ଧା ୟୁରୋପିଆନ୍ ମେଡିସିନ୍ ଏଜେନ୍ସି ରିପୋର୍ଟ ଦେବ ବୋଲି ଜଣାପଡ଼ିଛି।

ସେହିପରି ମଡର୍ଣ୍ଣା କମ୍ପାନୀ କହିଛି ଯେ କରୋନା ଭାଇରସ ସଂକ୍ରମଣକୁ ରୋକିବାରେ ମଡର୍ଣ୍ଣା ପ୍ରସ୍ତୁତ କରିଥିବା ଟିକା ସଂପୂର୍ଣ୍ଣ ଫିଟ୍‌। ଟିକାର ଚୂଡ଼ାନ୍ତ ପରୀକ୍ଷାର ରେଜଲ୍ଟ ଅନୁଯାୟୀ, କରୋନା ବିରୋଧରେ ଏହା ୯୪.୧% ସଫଳ ହୋଇପାରିଛି। ଗୁରୁତରଙ୍କ କ୍ଷେତ୍ରରେ ଏହା ୧୦୦% ଫଳପ୍ରଦ ସାବ୍ୟସ୍ତ ହୋଇଛି।

Corona Vaccine