/odisha-reporter/media/post_attachments/uploads/2020/11/dfg-1.jpg)
dfg
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ଟିକାକରଣ ନିମନ୍ତେ ନୀତି ଆୟୋଗ ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର ପ୍ରସ୍ତୁତି ଶେଷ କରିଛନ୍ତି। ରାଜ୍ୟରେ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ କଣ୍ଟ୍ରୋଲରୁମ୍ ସ୍ଥାପନ କରାଯିବା ସହ କୋଭିଡ୍ ଟିକାକରଣକୁ ଏକ ଜନଅଭିଯାନର ରୂପ ଦିଆଯିବାକୁ ନିଷ୍ପତ୍ତି ହୋଇଛି।
କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୋଉବାଙ୍କ ଅଧ୍ୟକ୍ଷତାରେ କୋଭିଡ୍ ଟିକାକରଣ ବ୍ୟବସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ କହିଥିଲେ ଯେ ଟିକାକରଣ ପାଇଁ ଓଡ଼ିଶା ପୂର୍ଣ୍ଣ ପ୍ରସ୍ତୁତ ଅଛି। ନେତୃସ୍ଥାନୀୟ ବ୍ୟକ୍ତି, ପଂଚାୟତିରାଜ ପ୍ରତିନିଧି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସାମି କରି କୋଭିଡ୍ ଟିକାକରଣ କରାଯିବ।
ସେହିପରି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ, ଟିକାକରଣ ନିମନ୍ତେ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ଟାସ୍କଫୋର୍ସ କମିଟି ଗଠନ ହୋଇଛି। ୮୩୦୦ ଟିକା ପ୍ରଦାନକାରୀ ଓ ୩୦ ହଜାର ଟିକା ବିତରଣ କେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି। ଟିକାକରଣ ପରେ ସମ୍ଭାବ୍ୟ ସାଇଡଇଫେକ୍ଟ ଉପଯୁକ୍ତ ଚିକିତ୍ସା ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଉଛି।
ସେହିପରି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ, ଟିକାକରଣ ନିମନ୍ତେ ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ପ୍ରସ୍ତୁତି ହୋଇଛି। ସେଠାରେ ଟେଲିଫୋନ, ଇଣ୍ଟରନେଟ ସହ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ହୋଇଛି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଏନସିସି ୟୁନିଟଗୁଡ଼ିକ ସହ ଯୋଗାଯୋଗ କରାଯାଇଛି।
ସେହିପରି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଥବଲେ ଯେ, ଟିକାକରଣ ପାଇଁ ପ୍ରଥମ ପର୍ଯ୍ୟାୟ ଅଗ୍ରାଧିକାର ଗ୍ରୁପର ତାଲିକା ପ୍ରସ୍ତୁତ କରାଯାଇ ଭାରତ ସରକାରଙ୍କ ୱେବସାଇଟରେ ଅପଲୋଡ଼ କରାଯାଇଛି। ଏଥିରେ ପ୍ରାୟ ୩.୨ଲକ୍ଷ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନର କର୍ମୀ ସମେତ ଅଙ୍ଗନୱାଡ଼ି କର୍ମୀମାନେ ସାମିଲ ଅଛନ୍ତି।
ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
