ଲଣ୍ଡନ: କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍। ସେ ଏବେ ହସ୍ପିଟାଲରେ ରହିବେ ବୋଲି ତାଙ୍କ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ୧୦ ଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଜ୍ୱରରେ ଆକ୍ରାନ୍ତ ହେବାରୁ ରବିବାର ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବ୍ରିଟେନବାସୀଙ୍କୁ ଘରେ ରହିବା ପାଇଁ ନିବେଦନ କରିବା ସହିତ ସରକାରଙ୍କ ନିୟମ ମାନିବାକୁ ବୋରିଶ ଜନସନ କହିଛନ୍ତି ବୋଲି ତାଙ୍କ ମୁଖପାତ୍ର କହିଛନ୍ତି।
https://twitter.com/ians_india/status/1247072157206634496
ଜନସନ ସଂକ୍ରମିତ ହେବା ପରେ ମଧ୍ୟ ଦାୟିତ୍ୱରେ ଥିଲେ। ନିଜ ବାସଭବନରେ ରହି ମନ୍ତ୍ରୀ ଏବଂ ସରକାରୀ କାମ କରୁଥିଲେ। ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଯଦି ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୁଏ ତାହେଲେ ସରକାର କିଭଳି ଚାଲିବ ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ତାଙ୍କ ପ୍ରତିବଦଳରେ କିଏ ସରକାର ଚଳାଇବେ ସେ ନେଇ ଚିତ୍ର ସ୍ପଷ୍ଟ ହୋଇନି।
ତେବେ ଆଗାମୀ ଦିନରେ କୋଭିଡ-୧୯ର ମୁକାବିଲା ପାଇଁ ବ୍ରିଟେନ ସରକାରଙ୍କ ବୈଠକ ବସିବ। ଏହି ବୈଠକରେ ବୋରିଶଙ୍କ ଅନୁପସ୍ଥିତିରେ ତାଙ୍କର ବୈଦେଶିକ ସଚିବ ଡୋମିନିକ ରାବ ନେତୃତ୍ୱ ନେବେ ବୋଲି ଆକଳନ କରାଯାଉଛି।
ବ୍ରିଟେନେର ମଧ୍ୟ କରୋନା ସଂକ୍ରମଣ ବ୍ୟାପୁଛି। ଏଯାବତ ୪୭,୮୦୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪,୯୩୪ ଜଣଙ୍କର ମୃତ୍ୟୁ ଘଟିଛି। ୧୩୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ଆରୋଗ୍ୟ କାମନା କରି ବ୍ରିଟେନବାସୀ ଏବେ ପ୍ରାର୍ଥନା କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।