କାବୁଲରେ ଆତଙ୍କବାଦୀ ଆକ୍ରମଣ, ୪୦ ମୃତ

ଜାତିସଂଘ: ଆଫଗାନିସ୍ତାନରେ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ମୋଟ୍ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଗୋଟିଏ ଆତଙ୍କବାଦୀ ଆକ୍ରମଣ ରାଜଧାନୀ କାବୁଲର ଏକ ଡାକ୍ତରଖାନାରେ ହୋଇଛି। ଏଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ନବଜାତ ଶିଶୁ ଓ ନର୍ସ ରହିଛନ୍ତି। ଆତଙ୍କବାଦୀଙ୍କ ଏଭଳି ପ୍ରୟାସ ନିନ୍ଦନୀୟ ବୋଲି ଜାତିସଂଘର ସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି। ଯେଉଁମାନେ ଏହି ଆକ୍ରମଣ କରିଛନ୍ତି ସେମାନଙ୍କ ପାଖରେ ମାନବିକତା ନାହିଁ। ଅନ୍ତର୍ଜାତୀୟ ମାନବିକତା ଆଇନ […]

kabul attack

Subhransu Sekhar
  • Published: Wednesday, 13 May 2020
  • , Updated: 13 May 2020, 01:33 PM IST

ଜାତିସଂଘ: ଆଫଗାନିସ୍ତାନରେ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ମୋଟ୍ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଗୋଟିଏ ଆତଙ୍କବାଦୀ ଆକ୍ରମଣ ରାଜଧାନୀ କାବୁଲର ଏକ ଡାକ୍ତରଖାନାରେ ହୋଇଛି। ଏଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ନବଜାତ ଶିଶୁ ଓ ନର୍ସ ରହିଛନ୍ତି। ଆତଙ୍କବାଦୀଙ୍କ ଏଭଳି ପ୍ରୟାସ ନିନ୍ଦନୀୟ ବୋଲି ଜାତିସଂଘର ସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି। ଯେଉଁମାନେ ଏହି ଆକ୍ରମଣ କରିଛନ୍ତି ସେମାନଙ୍କ ପାଖରେ ମାନବିକତା ନାହିଁ। ଅନ୍ତର୍ଜାତୀୟ ମାନବିକତା ଆଇନ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଆକ୍ରମଣକାରୀଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ମଙ୍ଗଳବାର ନାଙ୍ଗରହର ପ୍ରାନ୍ତରେ ମଧ୍ୟ ଆତଙ୍କବାଦୀମାନେ ଆତ୍ମଘାତି ବିସ୍ଫୋରଣ କରିଥିଲେ। ଏଥିରେ ୨୪ ଜଣ ଜୀବିତ ଅବସ୍ଥାରେ ପୋଡ଼ି ହୋଇ ମୃତ୍ୟୁ ବରଣ କରିଛନ୍ତି। ୫୫ରୁ ଅଧିକ ଗୁରୁତର ହୋଇଛନ୍ତି। ସେହିପରି ଖୋସ୍ତ ପ୍ରାନ୍ତରେ ବୋମା ବିସ୍ଫୋରଣରେ ୧୦ ଜଣ ଆହତ ହୋଇଛନ୍ତି। ତେବେ ନାଙ୍ଗରହର ପ୍ରାନ୍ତରେ ହୋଇଥିବା ଆକ୍ରମଣ ପଛରେ ତାଲିବାନର ହାତ ନାହିଁ ବୋଲି ତାଲିବାନ କହିଛି। ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ସ୍ଥାନୀୟ ପୁଲିସ ପାଲଟା ଆକ୍ରମଣ କରିଛି। ହେଲେ କାହାରିକୁ ଧରିପାରିନଥିବା ଜଣାପଡ଼ିଛି।

Related story