ଥରୁଛି ଉତ୍ତର ଭାରତ, ଦ୍ରାସ୍‌ରେ -୩୦.୨ ଡିଗ୍ରୀ ସେଲ୍‌ସିୟସ୍‌

ନୂଆଦିଲ୍ଲୀ: ଉତ୍ତର ଭାରତରେ ପାରଦ ଲଗାତାର ନକାରାତ୍ମକ ହେବାରେ ଲାଗିଥିବାବେଳେ ଆଗାମୀ ଦିନରେ ଆହୁରି ଖସିବ ବୋଲି ଅନୁମାନ କରାଯାଉଛି। ରାଜଧାନୀ ନୂଆଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିବାବେଳେ ସର୍ବାଧିକ ୧୩.୪ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ବାୟୁମଣ୍ଡଳର ଆର୍ଦ୍ରତା ୧୦୦%କୁ ବୃଦ୍ଧି ପାଇଛି। ଏବର୍ଷ ଏହି ସହର ଦୀର୍ଘ ସମୟ ପାଇଁ ଥଣ୍ଡା ରହିବାର ଆକଳନ କରାଯାଉଛି ଏବଂ ୧୯୯୭ ମସିହାର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ଡିସେମ୍ବର ୧୪ଠାରୁ ବିଭିନ୍ନ […]

cold

Subrat Kumar Nayak
  • Published: Thursday, 26 December 2019
  • , Updated: 26 December 2019, 10:11 PM IST

ନୂଆଦିଲ୍ଲୀ: ଉତ୍ତର ଭାରତରେ ପାରଦ ଲଗାତାର ନକାରାତ୍ମକ ହେବାରେ ଲାଗିଥିବାବେଳେ ଆଗାମୀ ଦିନରେ ଆହୁରି ଖସିବ ବୋଲି ଅନୁମାନ କରାଯାଉଛି। ରାଜଧାନୀ ନୂଆଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିବାବେଳେ ସର୍ବାଧିକ ୧୩.୪ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ବାୟୁମଣ୍ଡଳର ଆର୍ଦ୍ରତା ୧୦୦%କୁ ବୃଦ୍ଧି ପାଇଛି।

ଏବର୍ଷ ଏହି ସହର ଦୀର୍ଘ ସମୟ ପାଇଁ ଥଣ୍ଡା ରହିବାର ଆକଳନ କରାଯାଉଛି ଏବଂ ୧୯୯୭ ମସିହାର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ଡିସେମ୍ବର ୧୪ଠାରୁ ବିଭିନ୍ନ ଅଞ୍ଚଳ ଲଗାତାର ୧୩ ଦିନ ଧରି ଏଭଳି ଥଣ୍ଡା ରହିଛି। ୧୯୯୭ରେ ଏଭଳି ୧୭ ଦିନ ଥଣ୍ଡା ଦିନ ରହିଥିଲା। ସପ୍ତାହ ଶେଷରେ ଆଉ ୪ ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି।

ପଞ୍ଜାବ ହରିଆଣାରେ ଥଣ୍ଡାପବନ ଅଧିକ ମାତ୍ରାରେ ବହିବା ସହ ପାରଦ ମଧ୍ୟ ଖସିବାରେ ଲାଗିଛି। ହରିଆଣାର ନାର୍ଣ୍ଣଲ୍‌ଠାରେ ତାପମାତ୍ରା ୨.୫ ଡିଗ୍ରୀ ସେଲ୍‌ସିୟସ୍‌କୁ ଖସିଆସିଛି। ସେହିଭଳି ହିସାରରେ ତାପମାତ୍ରା ୩.୩ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି। ଅନ୍ୟପକ୍ଷରେ ରୋହତକ୍‌, ଭିୱାନୀ, ସିରସା ଏବଂ ଅମ୍ବାଲାରେ ତାପମାତ୍ରା ଯଥାକ୍ରମେ ୩.୪ ଡିଗ୍ରୀ ସେଲ୍‌ସିୟସ୍‌, ୪.୮ ଡିଗ୍ରୀ ସେଲ୍‌ସିୟସ୍‌, ୪.୩ ଡିଗ୍ରୀ ସେଲ୍‌ସିୟସ୍‌ ଏବଂ ୫.୩ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି। ପଞ୍ଜାବ ଓ ହରିଆଣାର ରାଜଧାନୀର ଚଣ୍ଡୀଗଡ଼ରେ ତାପମାତ୍ରା ୬.୫ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି।

ଲଦାଖର କାର୍ଗିଲ ଜିଲ୍ଲା ଅନ୍ତର୍ଗତ ଦ୍ରାସ୍‌ ଜମ୍ମୁ-କଶ୍ମୀର ଏବଂ ଲଦାଖ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ସବୁଠାରୁ ଥଣ୍ଡା ସହର ବୋଲି ଜଣାପଡ଼ିଛି। ଏଠାରେ ତାପମାତ୍ରା -୩୦.୨ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି। ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଲଗାତାର ପାରଦ ସ୍ତମ୍ଭ ଖସିବାରେ ଲାଗିଛି।

Related story