ଧମକାଇବାର ସୀମାପାର କଲେ ପାକ୍‌ ରେଳ ମନ୍ତ୍ରୀ

ଇସ୍‌ଲାମାବାଦ୍‌: ପୁଲ୍‌ୱାମା ଆକ୍ରମଣରେ ପାକିସ୍ତାନର ହାତ ରହିଥିବା ଜଳଜଳ ଦିଶୁଥିଲେ ମଧ୍ୟ ପାକିସ୍ତାନୀ ନେତାଙ୍କ ମୁହଁ ଟାଣ କମିବାର ନାଁ ନେଉନାହିଁ। ପ୍ରଥମେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବାନେଇ ପ୍ରମାଣ ମାଗୁଥିବାବେଳେ ଏବଂ ପ୍ରତିଆକ୍ରମଣର ଧମକ ଦେଇଥିବା ବେଳେ ଏବେ ପାକ୍‌ ରେଳମନ୍ତ୍ରୀ ସବୁସୀମାକୁ ପାର କରିଯାଇଛନ୍ତି। ଶେଖ୍‌ ରଶିଦ୍‌ ଅହମ୍ମଦ ନାମକ ଏହି ମନ୍ତ୍ରୀ କହିଛନ୍ତି, ଯଦି କେହି ପାକିସ୍ତାନକୁ ଆଡ଼ ଆଖିରେ ବି ଅନାଏ, ତାହେଲେ ତା’ର […]

pak-railway

Subrat Kumar Nayak
  • Published: Tuesday, 19 February 2019
  • , Updated: 19 February 2019, 07:53 PM IST

ଇସ୍‌ଲାମାବାଦ୍‌: ପୁଲ୍‌ୱାମା ଆକ୍ରମଣରେ ପାକିସ୍ତାନର ହାତ ରହିଥିବା ଜଳଜଳ ଦିଶୁଥିଲେ ମଧ୍ୟ ପାକିସ୍ତାନୀ ନେତାଙ୍କ ମୁହଁ ଟାଣ କମିବାର ନାଁ ନେଉନାହିଁ। ପ୍ରଥମେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବାନେଇ ପ୍ରମାଣ ମାଗୁଥିବାବେଳେ ଏବଂ ପ୍ରତିଆକ୍ରମଣର ଧମକ ଦେଇଥିବା ବେଳେ ଏବେ ପାକ୍‌ ରେଳମନ୍ତ୍ରୀ ସବୁସୀମାକୁ ପାର କରିଯାଇଛନ୍ତି। ଶେଖ୍‌ ରଶିଦ୍‌ ଅହମ୍ମଦ ନାମକ ଏହି ମନ୍ତ୍ରୀ କହିଛନ୍ତି, ଯଦି କେହି ପାକିସ୍ତାନକୁ ଆଡ଼ ଆଖିରେ ବି ଅନାଏ, ତାହେଲେ ତା’ର ଆଖି ତାଡ଼ି ଅନ୍ଧ କରିଦିଆଯିବ।

ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, “ଇମ୍ରାନ୍‌ ଖାନ୍‌ ସ୍ପଷ୍ଟ ସନ୍ଦେଶ ଦେଇସାରିଛନ୍ତି। ଯଦି କେହି ପାକିସ୍ତାନକୁ ଖରାପ ନଜରରେ ଦେଖେ, ତା’ର ଆଖି ତାଡ଼ି ନିଆଯିବ। ଆଉ ତା’ପରେ ନା ଚଢ଼େଇ ବୋବେଇବ ନା ମନ୍ଦିରରେ ଘଣ୍ଟି ବାଜିବ।”

https://twitter.com/RadioPakistan/status/1097786924327145472
ତେବେ ତାଙ୍କ ମନ୍ତବ୍ୟର ସବୁଠାରୁ ବିବାଦୀୟ ଶବ୍ଦ ‘ମନ୍ଦିର’କୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ପାକିସ୍ତାନ ଏକ ଇସଲାମିକ ରାଷ୍ଟ୍ର ହୋଇଥିବା ବେଳେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଏବଂ ‘ବିବିଧତାରେ ଏକତା’ରେ ଏ ଦେଶ ବିଶ୍ୱାସ କରେ ଦର୍ଶାଇ ଭାରତ ସରକାର ଏହି ଉଦ୍ଧତ ପାକ ମନ୍ତ୍ରୀଙ୍କ ଏପରି ଅଶାଳୀନ ମନ୍ତବ୍ୟର କଡ଼ା ଉତ୍ତର ଦେବାକୁ ଦାବି ଜୋର ଧରିଛି।

Related story