ଏଲଜେପିର ଚାରି ସାଂସଦ ବିଜେପି ଲିଙ୍କରେ, ଏନଡିଏରେ ବଢ଼ିବ ଅସନ୍ତୋଷ!

ପାଟଣା: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ତେଣେ ରାଜ୍ୟର ଲୋକ ଜନଶକ୍ତି ପାର୍ଟିର ଚାରି ସାଂସଦ ବିଜେପି ଯିବେ ବୋଲି ଆକଳନ କରାଯାଉଛି। ଯଦି ଏମିତି ହୁଏ ତାହେଲେ ଏନଡିଏରେ ଅସନ୍ତୋଷ ଆହୁରି ବଢ଼ିବ। କାରଣ ଏନଡିଏରେ ଏଲଜେପି ରହିଛି। ନିକଟରେ ଶିରୋମଣି ଅକଳି ଦଳ ଏବଂ ଶିବେସନୋ ଏନଡିଏକୁ ବାଏ ବାଏ କହିଛନ୍ତି। ଏଲଜେପିର ପ୍ରତିଷ୍ଠାତା ସଦସ୍ୟ ରାମ ବିଳାଶ ପାଶଓ୍ୱାନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଦଳ […]

paswan

paswan

Subhransu Sekhar
  • Published: Monday, 28 September 2020
  • Updated: 28 September 2020, 10:22 AM IST

ପାଟଣା: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ତେଣେ ରାଜ୍ୟର ଲୋକ ଜନଶକ୍ତି ପାର୍ଟିର ଚାରି ସାଂସଦ ବିଜେପି ଯିବେ ବୋଲି ଆକଳନ କରାଯାଉଛି। ଯଦି ଏମିତି ହୁଏ ତାହେଲେ ଏନଡିଏରେ ଅସନ୍ତୋଷ ଆହୁରି ବଢ଼ିବ। କାରଣ ଏନଡିଏରେ ଏଲଜେପି ରହିଛି। ନିକଟରେ ଶିରୋମଣି ଅକଳି ଦଳ ଏବଂ ଶିବେସନୋ ଏନଡିଏକୁ ବାଏ ବାଏ କହିଛନ୍ତି।

ଏଲଜେପିର ପ୍ରତିଷ୍ଠାତା ସଦସ୍ୟ ରାମ ବିଳାଶ ପାଶଓ୍ୱାନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ଦଳ ଭିତରେ ଏଭଳି ବିଦ୍ରୋହ ନିର୍ବାଚନ ବେଳେ ରାଜ୍ୟରେ ଏନଡ଼ିଏକୁ ଅଡୁଆରେ ପକାଇବ ବୋଲି ଜଣାପଡ଼ିଛି। ଏହି ଚାରି ସାଂସଦ ଚିରାଗ ପାଶଓ୍ୱାନଙ୍କ ନେତୃତ୍ୱକୁ ଗ୍ରହଣ କରୁନଥିବା କୁହାଯାଉଛି।

ଚଳିତ ବିଧାସଭା ନିର୍ବାଚନରେ ମୋଟ ୨୪୩ ଟି ଆସନରୁ ଏଲଜେପି ୧୪୧ ଟି ଆସନରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ରଖିଛି। ହେଲେ ଉଭୟ ବିଜେପି ଏବଂ ଜେଡିୟୁ ଏହାକୁ ନେଇ ରାଜି ହେଉନଥିବା ସୂଚନା ରହିଛି। ୨୦୧୫ ବିହାର ବିଧାନସଭା ନିର୍ବାଚନରେ ବିଜେପି ଏବଂ ଜେଡିୟୁ ଯଥାକ୍ରମେ ୧୫୭ ଏବଂ ୧୦୧ ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ଏଲଜେପି ମାତ୍ର ୪୨ ଟି ଆସନରେ ପ୍ରାର୍ଥୀ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos