ଦାଢ଼ି ରଖିବାରୁ ପୁଲିସ ଅଧିକାରୀ ନିଲମ୍ୱିତ

ଲକ୍ଷ୍ନୌ: ବିନା ଅନୁମତିରେ ଦାଢ଼ି ରଖିବା ମହଙ୍ଗା ପଡ଼ିଛି ଜଣେ ପୁଲିସ ଅଧିକାରୀଙ୍କୁ। ପୁଲିସ ଅଧିକାରୀ ଜଣଙ୍କ ହେଉଛନ୍ତି ୟୁପି ପୁଲିସର ସବ ଇନସପେକ୍ଟର ଇନତେଶର ଅଲ୍ଲୀ। ତାଗିଦ ପରେ ବି ନମାନିବାରୁ ସେ ଏବେ ନିଲମ୍ୱିତ ହୋଇଛନ୍ତି। ପୂର୍ବରୁ ଅଲ୍ଲୀଙ୍କୁ ଦାଢ଼ି କାଟିବାକୁ କୁହାଯାଇଥିଲା। ନହେଲେ ଅନୁମତି ଆଣି ଦାଢ଼ି ରଖିବାକୁ କୁହାଯାଇଥିଲା। ହେଲେ ଅଲ୍ଲୀ ଏହାକୁ ମାନିନଥିବା ଜଣାପଡ଼ିଛି। ୟୁପିର ବାଘପତ ଏସପି ଅଭିଷେକ ସିଂହ କହିଛନ୍ତି, ପୁଲିସ ନିୟମ ଅନୁଯାୟୀ କେବଳ ଶୀଖମାନେ […]

UP cop suspended over beard

Subhransu Sekhar
  • Published: Thursday, 22 October 2020
  • , Updated: 22 October 2020, 01:02 PM IST

ଲକ୍ଷ୍ନୌ: ବିନା ଅନୁମତିରେ ଦାଢ଼ି ରଖିବା ମହଙ୍ଗା ପଡ଼ିଛି ଜଣେ ପୁଲିସ ଅଧିକାରୀଙ୍କୁ। ପୁଲିସ ଅଧିକାରୀ ଜଣଙ୍କ ହେଉଛନ୍ତି ୟୁପି ପୁଲିସର ସବ ଇନସପେକ୍ଟର ଇନତେଶର ଅଲ୍ଲୀ। ତାଗିଦ ପରେ ବି ନମାନିବାରୁ ସେ ଏବେ ନିଲମ୍ୱିତ ହୋଇଛନ୍ତି। ପୂର୍ବରୁ ଅଲ୍ଲୀଙ୍କୁ ଦାଢ଼ି କାଟିବାକୁ କୁହାଯାଇଥିଲା। ନହେଲେ ଅନୁମତି ଆଣି ଦାଢ଼ି ରଖିବାକୁ କୁହାଯାଇଥିଲା। ହେଲେ ଅଲ୍ଲୀ ଏହାକୁ ମାନିନଥିବା ଜଣାପଡ଼ିଛି।

ୟୁପିର ବାଘପତ ଏସପି ଅଭିଷେକ ସିଂହ କହିଛନ୍ତି, ପୁଲିସ ନିୟମ ଅନୁଯାୟୀ କେବଳ ଶୀଖମାନେ ହିଁ ଦାଢ଼ି ରଖିପାରିବାର ନିୟମ ରହିଛି। ଅନ୍ୟମାନେ ଦାଢ଼ି ରଖିବାର ନିୟମ ନାହିଁ। ଯଦି ଜଣେ ଦାଢ଼ି ରଖିବାକୁ ଚାହିଁବ ସେ ଅନୁମତି ଆଣି ରଖିପାରିବେ। ତେବେ ଅଲ୍ଲୀଙ୍କୁ ଦାଢ଼ି କାଟିବାକୁ ବାରମ୍ୱାର କୁହାଯାଇଥିଲା। ହେଲେ ନିୟମ ନମାନିବାରୁ ନିଲମ୍ୱିତ ହୋଇଛନ୍ତି ବୋଲି ଏସପି କହିଛନ୍ତି।

ଅଲ୍ଲୀ ବାଘପତ ଥାନାରେ ତିନି ବର୍ଷ ହେବ ନିୟୋଜିତ ଥିଲେ। ନିଲମ୍ୱିତ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଦାଢ଼ି ରଖିବାକୁ ଅନୁମତି ମାଗିଥିଲି। ହେଲେ ଜବାବ ମିଳିନଥିଲା।

Related story