ଉତ୍ତର ପ୍ରଦେଶ: ଝିଅକୁ ଧର୍ଷଣ କରିବା ଅଭିଯୋଗରେ ବାପା ଗିରଫ

ମୁଜାଫରନଗର: ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାର ବୁଧନା ସହରରେ ଜଣେ ୧୬ ବର୍ଷର ଝିଅକୁ ଧର୍ଷଣ କରିବା ଅଭିଯୋଗରେ ପୋଲିସ୍ ତାଙ୍କ ବାପାଙ୍କୁ ଗିରଫ କରିଛି। ଝିଅର ମା’ଙ୍କ ଲିଖିତ ଅଭିଯୋଗ ପରେ ପୋଲିସ୍ ତାଙ୍କ ବାପାଙ୍କୁ ଗିରଫ କରିଛି। ଏକାଧିକ ଥର ବଳାତ୍କାରର ଶିକାର ହୋଇଥିବା ଝିଅଟି ଏବେ ଗର୍ଭବତୀ। ଝିଅଟିର ମା’ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି,“ମୁଁ କାମ କରିବା ପାଇଁ ବାହାରକୁ ଚାଲି ଯିବା ପରେ ଝିଅ ତା’ ବାପାଙ୍କ ସହିତ ରହୁଥିଲା। ଘରେ […]

rape-graphics

Rakesh Mallick
  • Published: Tuesday, 17 May 2016
  • , Updated: 17 May 2016, 07:16 AM IST

ମୁଜାଫରନଗର: ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାର ବୁଧନା ସହରରେ ଜଣେ ୧୬ ବର୍ଷର ଝିଅକୁ ଧର୍ଷଣ କରିବା ଅଭିଯୋଗରେ ପୋଲିସ୍ ତାଙ୍କ ବାପାଙ୍କୁ ଗିରଫ କରିଛି। ଝିଅର ମା’ଙ୍କ ଲିଖିତ ଅଭିଯୋଗ ପରେ ପୋଲିସ୍ ତାଙ୍କ ବାପାଙ୍କୁ ଗିରଫ କରିଛି।

ଏକାଧିକ ଥର ବଳାତ୍କାରର ଶିକାର ହୋଇଥିବା ଝିଅଟି ଏବେ ଗର୍ଭବତୀ।

ଝିଅଟିର ମା’ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି,“ମୁଁ କାମ କରିବା ପାଇଁ ବାହାରକୁ ଚାଲି ଯିବା ପରେ ଝିଅ ତା’ ବାପାଙ୍କ ସହିତ ରହୁଥିଲା। ଘରେ ଆଉ କେହି ରହୁ ନ ଥିଲେ। ଏହାର ସୁଯୋଗ ନେଇ ସେ ଝିଅକୁ ଧର୍ଷଣ କରୁଥିଲେ। ଗତ ଜାନୁଆରୀ ମାସରୁ ଝିଅଟି ଧର୍ଷଣର ଶିକାର ହୋଇଆସୁଥିଲା। ସେ ଗର୍ଭବତୀ ହେଲା ପରେ କଥାଟା ପଦାକୁ ଆସିଲା। ଝିଅ ମୋତେ ଏସଂପର୍କରେ ସବୁ କଥା କହିଲା। ଏ ବିଷୟରେ କିଛି କହିଲେ ମାରିଦେବାକୁ ବି ସେ ଝିଅକୁ ଧମକ ଦେଉଥିଲେ।”

ବୁଧନା ପୋଲିସ୍‌ ଥାନା ଅଧିକାରୀ ଅରୁଣ କୁମାର ତ୍ୟାଗୀ କହିଛନ୍ତି,“ ଅଭିଯୁକ୍ତ ବିରୁଦ୍ଧରେ ଆଇପିସିର ଧାରା ୩୭୬ (ଧର୍ଷଣ) ସହିତ ଯୌନ ନିର୍ଯାତନାରୁ ଶିଶୁମାନଙ୍କୁ ସୁରକ୍ଷା ଯୋଗାଇବା ନେଇଥିବା ଧାରା ମଧ୍ୟ ଲଗାଯାଇଛି।”

ସେ କହିଛନ୍ତି,“ଅଭିଯୁକ୍ତକୁ ଗିରଫ କରାଯାଇଛି। ସେ ତା’ ଝିଅକୁ ଧର୍ଷଣ କରିଥିବା କଥା ଜେରା ବେଳେ ସ୍ୱୀକାର କରିଛି। ପୀଡ଼ିତାର ଡାକ୍ତରୀ ମାଇନା କରାଯାଇଛି।”

Related story