ଚୀନ୍ ବିରୋଧରେ ଆମେରିକା ଆରମ୍ଭ କଲା କାର୍ଯ୍ୟାନୁଷ୍ଠାନ

ଓ୍ୱାଶିଂଟନ: ଚୀନ୍ ବିରୋଧରେ ଆମେରିକା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଚୀନ୍ ଷ୍ଟକ ମାର୍କେଟରୁ ୟୁଏସ ପେନସନ ଫଣ୍ଡ ଓହରିବ ବୋଲି ଆମେରିକା ଘୋଷଣା କରିବା ପରେ ଚୀନର ୩୩ଟି କମ୍ପାନୀକୁ ଆମେରିକା କଳାତାଲିକାଭୁକ୍ତ କରିବ ବୋଲି ଜଣାପଡ଼ିଛି। ଆମେରିକା ବାଣିଜ୍ୟ ମନ୍ତ୍ରଣାଳୟ କହିଛି, ଚୀନରେ ଉଇଗର ମୁସଲିମଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ସହିତ ସାମିଲ ଥିବା ସାତ କମ୍ପାନୀ ଏବଂ ଦୁଇ ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇଛି। ଏଥିସହିତ ଚୀନ ସେନା ପାଇଁ କାମକରୁଥିବା ୧୨ରୁ ଅଧିକ […]

CHAINA USA

Subhransu Sekhar
  • Published: Saturday, 23 May 2020
  • , Updated: 23 May 2020, 04:36 PM IST

ଓ୍ୱାଶିଂଟନ: ଚୀନ୍ ବିରୋଧରେ ଆମେରିକା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଚୀନ୍ ଷ୍ଟକ ମାର୍କେଟରୁ ୟୁଏସ ପେନସନ ଫଣ୍ଡ ଓହରିବ ବୋଲି ଆମେରିକା ଘୋଷଣା କରିବା ପରେ ଚୀନର ୩୩ଟି କମ୍ପାନୀକୁ ଆମେରିକା କଳାତାଲିକାଭୁକ୍ତ କରିବ ବୋଲି ଜଣାପଡ଼ିଛି।

ଆମେରିକା ବାଣିଜ୍ୟ ମନ୍ତ୍ରଣାଳୟ କହିଛି, ଚୀନରେ ଉଇଗର ମୁସଲିମଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ସହିତ ସାମିଲ ଥିବା ସାତ କମ୍ପାନୀ ଏବଂ ଦୁଇ ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇଛି। ଏଥିସହିତ ଚୀନ ସେନା ପାଇଁ କାମକରୁଥିବା ୧୨ରୁ ଅଧିକ କମ୍ପାନୀକୁ ତାଲିକାଭୁକ୍ତ କରାଯାଇଛି।

କଳା ତାଲିକାଭୁକ୍ତ ହୋଇଥିବା କମ୍ପାନୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏଆଇ) ଏବଂ ମୁହଁ ଦ୍ୱାରା ଚିହ୍ନିବା ପରି ଟେକ୍ନୋଲୋଜି କ୍ଷେତ୍ରରେ କାମ କରନ୍ତି। ଏହି କମ୍ପାନୀ ମାନଙ୍କ ପାଇଁ ଆମେରିକାର ଇଣ୍ଟେଲ, ଏନଭିଡିଆ ସହିତ ଅନେକ ବଡ କମ୍ପାନୀ ସହଯୋଗ କରନ୍ତି। ଆମେରିକା ଚୀନ କମ୍ପାନୀମାନଙ୍କୁ କଳା ତାଲିକାଭୁକ୍ତ କରିବା ପରେ ଆମେରିକାର ଏହି ବଡ଼ ବଡ଼ କମ୍ପାନୀ ମଧ୍ୟ ଆଉ ସହଯୋଗ କରିବେ ନାହିଁ।

ସୂଚନାଯୋଗ୍ୟ, କରୋନା ଭାଇରସ ବାବଦରେ ଚୀନ୍ ଜାଣିଶୁଣି ବିଶ୍ୱକୁ ବିଳମ୍ୱରେ ସୂଚନା ଦେଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଆସୁଛନ୍ତି। ବିଶ୍ୱରେ ଚୀନ୍ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଯାଇ ଏଭଳି ହୀନ ଚକ୍ରାନ୍ତ କରିଛି ବୋଲି ଟ୍ରମ୍ପ ଅଭିଯୋଗ ଆଣିଛନ୍ତି।

ଅନ୍ୟପଟେ ଚୀନ୍ ସହିତ ଆମେରିକା ଶୀତଳ ଯୁଦ୍ଧ ଆରମ୍ଭ କରି ଦେଇଛି। ଆମେରିକା ସ୍ୱୀକାର କରିଛି ଯେ ଦୁଇ ବଡ ଦେଶ ସେମାନଙ୍କ ସ୍ୱାର୍ଥର ସଠିକ୍ ସୁରକ୍ଷା ପାଇଁ ମୁହାଁମୁହିଁ ହୋଇଛନ୍ତି। ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ଦ୍ୱାରା ଆଗାମୀ ଦିନରେ ଯେଉଁ ଚ୍ୟାଲେଞ୍ଜ ଦେଖାଦେବ ଆମେରିକା ଏହାକୁ ସାମ୍ନା କରିବ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି।

Related story