ଗଙ୍ଗାରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କଲେ ପାଳିତ କନ୍ୟା ନମିତା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ସାରା ଦେଶରେ ୧୬୩ଟି ନଦୀରେ ତାଙ୍କ ଅସ୍ଥି ବିସର୍ଜ୍ଜନ କରାଯିବ। ଆଜି ସକାଳେ ହରିଦ୍ୱାରରେ ଗଙ୍ଗାନଦୀରେ ତାଙ୍କ ଅସ୍ଥି ବିସର୍ଜନ କରାଯାଇ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଆଜି ସକାଳେ ତାଙ୍କ ପାଳିତ କନ୍ୟା ନମିତା କୌଲ ‘ସ୍ମୃତିସ୍ଥଳ’ରୁ ତାଙ୍କ ଅସ୍ଥି ସଂଗ୍ରହ କରିଥିଲେ। ବାଜପେୟୀଜୀ ଆଜୀବନ ଅବିବାହିତ ଥିଲେ। ୭୦ ଦଶକରେ ସେ ନମିତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ […]

namita ashes of vajpayee

Sampad Mahapatra
  • Published: Sunday, 19 August 2018
  • , Updated: 19 August 2018, 10:00 AM IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ସାରା ଦେଶରେ ୧୬୩ଟି ନଦୀରେ ତାଙ୍କ ଅସ୍ଥି ବିସର୍ଜ୍ଜନ କରାଯିବ।

ଆଜି ସକାଳେ ହରିଦ୍ୱାରରେ ଗଙ୍ଗାନଦୀରେ ତାଙ୍କ ଅସ୍ଥି ବିସର୍ଜନ କରାଯାଇ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଆଜି ସକାଳେ ତାଙ୍କ ପାଳିତ କନ୍ୟା ନମିତା କୌଲ ‘ସ୍ମୃତିସ୍ଥଳ’ରୁ ତାଙ୍କ ଅସ୍ଥି ସଂଗ୍ରହ କରିଥିଲେ।

ବାଜପେୟୀଜୀ ଆଜୀବନ ଅବିବାହିତ ଥିଲେ। ୭୦ ଦଶକରେ ସେ ନମିତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିଲେ।

ନମିତା କିଏ ?

ବାଜପେୟୀଜୀଙ୍କ ପାଳିତ କନ୍ୟା ହେଲେ ନମିତା। ଗ୍ୱାଲିୟରର ଭିକ୍ଟୋରିଆ କଲେଜରେ ବାଜପେୟୀଜୀ ପଢ଼ିବା ସମୟରେ ତାଙ୍କ ସହପାଠୀ ଥିବା ରାଜକୁମାରୀ କୌଲଙ୍କ ଝିଅ ହେଉଛନ୍ତି ନମିତା। ରାଜକୁମାରୀଙ୍କ ସହ ବାଜପେୟୀଜୀଙ୍କର ବ୍ୟକ୍ତିଗତ ଓ ପାରିବାରିକ ସ୍ତରରେ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ଥିଲା।

ରାଜକୁମାରୀ କୌଲଙ୍କ ପତି ନାରାୟଣ କୌଲଙ୍କ ପରଲୋକ ପରେ ବାଜପେୟୀଜୀ କୌଲ ପରିବାର ଅଭିନ୍ନ ଅଙ୍ଗ ହୋଇଯାଇଥିଲେ। ଶେଷରେ ୭୦ଦଶକ ବେଳକୁ ସେ ନମିତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିଲେ।

Related story